ସପ୍ତାହକ ୬ଦିନ : ଭିଜିଲାନ୍ସ ବିଭାଗ

ବାଲେଶ୍ୱର, (ଆଇଏନ୍ଏସ୍)  : ସପ୍ତାହକ ୭ ଦିନ ନା’ ୬ ଦିନ? ଏ ପ୍ରଶ୍ନ ଯିଏ ଶୁଣିବ, ସିଏ ପ୍ରଶ୍ନକତ୍ତଙ୍କୁ ପାଗଳ ବୋଲି ନିା୍ଚିତ ଭାବରେ କହିବ । କାରଣ- ସମସ୍ତେ ଜାଣନ୍ତି ସପ୍ତାହକ ୭ ଦିନ ।କିନ୍ତୁ ଆମପାଖରେ ପ୍ରମାଣ ରହିଛି ସପ୍ତାହକ ୬ ଦିନ । ଦୁର୍ନୀତି ନିବାରଣ ବିଭାଗ, ମାନେ ଯେଉଁ ବିଭାଗ ଦୁର୍ନୀତିକୁ ସଫାକରି ସମାଜକୁ ନିର୍ମଳ କରେ ସେହି ଦୁର୍ନୀତି ନିବାରଣ ବିଭାଗ ଅନୁସାରେ ସପ୍ତାହକ ୬ଦିନ । ଏଣୁ ଆମେ ସିଦ୍ଧାନ୍ତରେ ପହଂଚିଲୁଯେ, ଦୁର୍ନୀତି ନିବାରଣ ବିଭାଗ ସପ୍ତାହକୁ ଦୁର୍ନୀତିମୁକ୍ତ କରିବାପାଇଁ ସଫା କରୁକରୁ ଗୋଟିଏ ଦିନ ସମ୍ପୂର୍ଣ୍ଣଭାବରେ ସଫା ହୋଇଯାଇଛି, ମାନେ ହଟିଯାଇଛି ।
ସୂଚନାଯୋଗ୍ୟଯେ, ବାଲେଶ୍ୱର ଦୁର୍ନୀତି ନିବାରଣ ବିଭାଗ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ପାଳନ କରିଅଛି । ଏହି ଉପଲକ୍ଷେ ତା.୦୧.୧୧.୧୮ରିଖ ପୂର୍ବାହ୍ନ ୧୧ଟା ସମୟରେ ଏକ ସଭା ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ବାଲେଶ୍ୱର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ପୂର୍ବାଂଚଳ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର ଏସ୍ପି ବି. ଯୁଗଳ କିଶୋର, ବାଲେଶ୍ୱର ଭିଜିଲାନ୍ସ ଏସ୍.ପି ସୁନିଲ କୁମାର ସେନାପତି, ଆଂଚଳିକ ଶିକ୍ଷାନିଦେ୍ର୍ଦଶକ, ବାଲେଶ୍ୱର ସିତାଂଶୁ କୁମାର ସାମଲ, ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ପ୍ରମୁଖ ଅତିଥିଭାବରେ ଯୋଗଦେଇଥିଲେ । ଏହି ସଭାରେ ଏବଂ ଗେଟ୍ରେ ଯେଉଁ ବ୍ୟାନର ଲାଗିଥିଲା ସେଥିରେ ଲେଖାଥିଲା, “ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୧୮, ତା.୨୯.୧୦.୧୮ରିଖ ଠାରୁ ତା.୦୩.୧୧.୧୮ରିଖ ପର୍ଯ୍ୟନ୍ତ” ଅର୍ଥାତ୍ ୬ଦିନ । ପ୍ରଶ୍ନ ଉଠୁଛିଯେ, ସପ୍ତାହକ ୭ଦିନ ହୋଇଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ୬ଦିନ ପାଳନ କରୁଥିବାରୁ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ଲେଖିବା ଠିକ୍ ନା’ ଭୁଲ? କିନ୍ତୁ ବହୁ ଚିନ୍ତା କରିବା ପରେ ଆମେ ଯାହା ସିଦ୍ଧାନ୍ତରେ ପହଂଚିଲୁ ଏହା ଭିତରେ ସପ୍ତାହଟା ବୋଧହୁଏ ୭ଦିନ ପରିବର୍ତେ ୬ଦିନ ହୋଇଗଲାଣି, ଯାହା ଆମକୁ ଜଣାନାହିଁ । ଏପରି ଭାବିବାର ମଧ୍ୟ ଯଥାର୍ଥତା ରହିଛି । ଯେହେତୁ ଏହି ସଭାରେ ଜିଲ୍ଲା ପ୍ରଶାସନର ବଡ଼ବଡ଼ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ଦାମିକା ମୁଣ୍ଡ ଉପରେ ସପ୍ତାହକ ୬ଦିନ ଲେଖା ହୋଇଥିବା ବେନର ଲାଗିଥିଲା, କିନ୍ତୁ କୋ÷ଣସି ଅଧିକାରୀ ଯେହେତୁ ସେ ସମ୍ପର୍କରେ ପ୍ରଶ୍ନ ନଉଠାଇ ଚୁପ୍ ଥିଲେ, ତେଣୁ ଆମେ ନିଶ୍ଚିତ ହୋଇଗଲୁଯେ ସପ୍ତାହକ ୭ଦିନ ପରିବର୍ତେ ଏବେ ୬ଦିନ ହୋଇଗଲାଣି । ଏଣୁ ଶିକ୍ଷା ବିଭାଗ ପାଠ୍ୟ ପୁସ୍ତକରେ ଖୁବ୍ ଶିଘ୍ର ସଂଶୋଧନକରି ସପ୍ତାହକ ୬ଦିନ ବୋଲି ଲେଖିବା ଜରୁରୀ ।

Leave a Reply

Your email address will not be published.