ପୁରଷ୍କାର ବିତରଣ ସଭା ଏବଂ ଗଜଲକ୍ଷ୍ମୀ ଭଷାଣି

ପାରାଦୀପ, (ଓଏନ୍ଏସ୍): ପାରାଦୀପ ନିର୍ବାଚନ ମଣ୍ଡଳୀର ଧୋୟା ଅଂଚଳ ଭାବେ ପରିଚିତ ସିରସ୍ତା ଗ୍ରାମରେ ଦୀର୍ଘ ୪୪ ବର୍ଷ ହେବ ମା ଗଜଲକ୍ଷ୍ମୀ ଙ୍କ ପୂଜା ମହୋସôବ ଅନୁଷ୍ଠିତ ହୋଇ ଆସୁଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଏବଂ ଗରଦପୁର ବ୍ଲକ ସହିତ ଜଗତସିହପୁର ଜିଲ୍ଲାର କୁଜଙ୍ଗ ଏବଂ ତିର୍ତୋଲ ବ୍ଲକର ମିଳନ ସ୍ଥଳ ରେ ଏହି ଗ୍ରାମ ଅବସ୍ଥିତ । ଯାହା ଫଳରେ ଦୁଇଟି ଜିଲ୍ଲାର ସିରସ୍ତା ଗ୍ରାମପାଖ ଚାରୋଟି ବ୍ଲକର ଶ୍ରଧାଳୁମାନଙ୍କ ଭାଇଚାରାର ମିଳନ ଉସôବ ଭାବେ ଦୀର୍ଘ ଚାରି ଦଶନ୍ଧି ଧରି ମା ଙ୍କର ପୂଜା ପାଳିତ ହୋଇ ଆସୁଛି । ଏହି ଉସôବ କୁମାର ପୁର୍ଣ୍ଣିମାରୁ ଆରମ୍ଭ ହୋଇ ସାତ ଦିନ ଚାଲିଥାଏ । ପ୍ରତ୍ୟେହ ମଧ୍ୟାହ୍ନରେ ପ୍ରାୟ ଦୁଇ ହଜାରରୁ ଅଧିକ ଭକ୍ତ ମା ଙ୍କର ପ୍ରସାଦ ସେବନ କରିବାର ଶୈାଭାଗ୍ୟ ଲାଭ କରିଥାନ୍ତି । ଭାତ,ଡାଲମା,ମିକଶ୍ଚର ,ଖଟ୍ଟା, ଖିରୀ ,ଶାଗଭଜା, ବିରିଡାଲି, ଦହିକଡି ଭଳି ମାଙ୍କ ପ୍ରସାଦ ଲାଗି କରାଯାଇ ଥାଏ । ପ୍ରତିବର୍ଷ ପରି ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଦ୍ୱିତୀୟ ବର୍ଷ ମୁକ୍ତ ମଂଚ ନାଟକ ପ୍ରତିଯୋଗୀତା ଭାବେ ଯାଜପୁର କଳାଗ୍ରାମ ନାଟ୍ୟ ସଂସ୍ଥା ପକ୍ଷରୁ ପ୍ରଥମ ରାତ୍ରରେ ଫେରିଲେ କହିବି , ଦ୍ୱିତୀୟ ରାତ୍ରରେ ପାରାଦୀପ କଳ୍ାମଂଚ ତରଫରୁ ମୋର କିଛି ଭୂଲ ନାହିଁ ଏବଂ ଶେଷରାତ୍ରରେ ଭୂବନେଶ୍ୱର ଓଲଡ ଟାଉନ ଆମ ନାଟକ ସଂସ୍ଥା ତରଫରୁ ଦିଅଁ ପୁଜିବାକୁ ଦେଉଳ ମନା ନାଟକ ପରିବେଷଣ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଲଗାତାର ଦିତୀୟ ଥର ପାଇଁ ଭୂବନେଶ୍ୱର ଓଲଡ ଟାଉନ ଚମ୍ପିଆନ ହେବାର ସୈାଭାଗ୍ୟ ଅର୍ଜ୍ଜନ କରିଥିବା ବେଳେ ପାରାଦୀପ କଳା ମଂଚ ଦିତୀୟ ଶ୍ରେଷ୍ଠ ପୁରଷ୍କାର ପାଇବାକୁ ବିବେଚିତ ହୋଇଥିଲା । ସବୁଠାରୁ ସାନ୍ତି ଶୃଙ୍ଖଳା ଟିମ ଭାବେ ଦର୍ଶକଙ୍କୁ ସଚେତନ ଧର୍ମୀ ହୃଦୟଷ୍ପର୍ଶୀ ଗଳ୍ପ ସଂଳାପରେ ଭରପୁର ନାଟକ ପରିବେଷଣ କରିଥିବା ଯାଜପୁର ଟିମକୁ ସ୍ୱତନ୍ତ୍ର ପୁରଷ୍କାର ପ୍ରଦାନ କରାଯାଇଥିଲା । ତତ୍ ସହିତ ସ୍ଥାନୀୟ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ଚଳିତ ବର୍ଷ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ମେଧାବୀଙ୍କୁ ମେଧା ପୁରଷ୍କାର ପ୍ରଦାନ କରାଯାଇଥିବା ସ୍ଥଳେ ବୋର୍ଡ ପରିକ୍ଷାରେ ଗ୍ରାମପନ୍ଚାୟତ ହାଇସ୍କୁଲ ସିରସ୍ତାର ସର୍ବାଧିକ ନମ୍ବର ରଖିଥିବା ମେଧାବୀ ଛାତ୍ରୀ ବିଜୟାଲକ୍ଷ୍ମୀ ସାହୁଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ପୁରଷ୍କାର ବିତରଣ ଉସôବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ , ସମ୍ମାନିତ ଅତିଥି ଭାବେ ତିର୍ତୋଲ ବ୍ଲକ ଉନ୍ନୟନ ଅଧିକାରୀ ରଞ୍ଜନ ପରିଡା ଏବଂ ମୁଖ୍ୟ ବକ୍ତା ଭାବେ ବିଜୁପଟ୍ଟନାୟକ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗଦାନ କରିଥିଲେ । ଶେଷରେ ବୁଧବାର ହଜାର ହଜାର ଭକ୍ତଙ୍କ ଗହଣରେ ମାଙ୍କୁ ଅଶ୍ରୁଙ୍ଖଳା ନଦୀରେ ବିହର୍ଜ୍ଜନ କରାଯାଇଥିଲା ।

Leave a Reply

Your email address will not be published.