ରକ୍ତ ଓ ଲୁହର ଇତିହାସ!
ଆମର ଜନ୍ମଭୂମି ଭାରତକୁ ବୀରପ୍ରସବିନୀ, ସ୍ୱର୍ଣ୍ଣପ୍ରସୂ ଓ ଦେବଭୂମି ବୋଲି କହି ଆମେ ଗର୍ବ ଅନୁଭବ କରୁଥିଲେ ମଧ୍ୟ ଏହାର ଇତିହାସ ପୃଷ୍ଠା ଲୁହ ଓ ରକ୍ତ ଦ୍ୱାରା ଓଦା ହୋଇଯାଇଛି । ଭାରତର ଶେଷ ସ୍ୱାଧୀନ ସମ୍ରାଟ ହର୍ଷବର୍ଦ୍ଧନଙ୍କ ମୃତୁ୍ୟ ପରେ ଏହାର ଏକତା ସଂପୂର୍ଣ୍ଣ ଲୋପ ପାଇଲା । ଏହାର ଶାସକ ମାନେ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଗଲେ । କିଏ ଚନ୍ଦ୍ର କିଏ ଅଗ୍ନି ଓ ଆଉ କିଏ ସୂର୍ଯ୍ୟ ବଂଶିୟ ବୋଲି ଦାବିକରି ସର୍ବଦା ନିଜ ନିଜ ମଧ୍ୟରେ କଳହରେ ଲିପ୍ତ ରହିଲେ । ଦରକାର ପଡିଲେ ଗୃହ ଶତୃ ବିଭିଷଣ ସାଜି ବାହାର ଆକ୍ରମଣକାରୀକୁ ଦେଶର ସର୍ବନାଶ ପାଇଁ ଡାକି ଆଣିଲେ । ଦେଶ ଉପରେ ବାରଂବାର ବିଦେଶି ଆକ୍ରମଣ ଘନେଇ ଆସିଲେ ମଧ୍ୟ ଏମାନେ କେବେ ହେଲେ ଏକାଠି ହୋଇ ଶତୃକୁ ବାଧା ଦେଲେ ନାହିଁ । ଫଳରେ ୭୧୨ ମସିହାର ସିନ୍ଧୁ ଆକ୍ରମଣ ଠାରୁ ଅଷ୍ଟାଦଶ ଶତାଦ୍ଦିରେ ଇଷ୍ଟଇଣ୍ଡିଆ କମ୍ପାନି ପର୍ଯ୍ୟନ୍ତ ଏମାନେ ସବୁବେଳେ ପରାଜୟର ସ୍ୱାଦ ଚାଖିଲେ । ଏ ଦେଶ ଥିଲା ଅସରନ୍ତି ସମ୍ପଦର ଗନ୍ତାଘର । ଏହାର ନିଜାମ ଥିଲେ ପୃଥୀବିର ସର୍ବଶ୍ରେଷ୍ଠ ଧନି । ଏ ଦେଶର ଗୋଲକୁଣ୍ଡା ଠାରେ ଥିଲା ବିଶ୍ୱର ସର୍ବ ପୂରାତନ ହିରା ଖଣି । ସବୁଠାରୁ ମୁଲ୍ୟବାନ ହିରା କୋହିନୁର ଆମ ଦେଶର । ଏହାର ମୂଲ୍ୟ ନିରୁପଣ କରିବାକୁ କେହି ସମର୍ଥ ନଥିଲେ । କୁହାଯାଏ, ଏହାର ମୂଲ୍ୟରେ ସାରା ପୃଥିବୀର ଲୋକଙ୍କୁ ଅଢେଇ ଦିନ ଖାଦ୍ୟ ଯୋଗାଇ ଦେଇ ହେବ । ଜଣେ ଆକ୍ରମଣକାରୀ ନାଦିର ଶାହା ଭାରତରୁ ଏତେ ଧନ ନେଇ ଗେଲେ ଯେ ନିଜ ରାଜ୍ୟରେ ଚାରି ବର୍ଷ ପାଇଁ କର ଛାଡି ଦେଲେ । ଭାରତରୁ ଧନ ନେଇ ଇଷ୍ଟ ଇଣ୍ଡିଆ କମ୍ପାନିର କର୍ମକର୍ତା ମାନେ ଇଂଲଣ୍ଡର ଶାସନକୁ ନିୟନ୍ତ୍ରଣ କଲେ । ସେ କମ୍ପାନିର କ୍ଲାଇଭ ହେଲେ ଇଲଣ୍ଡର ଶ୍ରେଷ୍ଠ ଧନି । ଉତର ପଶ୍ଚିମ ଦିଗରେ ଥିବା ଖାଇବର ଗିରିପଥ ଦେଇ ଶହ ଶହ ଆକ୍ରମଣ କାରି ଭାରତ ଉପରକୁ ଛାମ୍ପ ଦେଇଛନ୍ତି । ଧନ ସଂମ୍ପତି ଲୁଟ କରିଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରି ସେମାନଙ୍କ ମୁଣ୍ଡରେ କୁତି୍ରମ ପାହାଡ ସୃଷ୍ଟି କରି ନିଜକୁ ଘାଜି ବୋଲି ଘୋଷଣା କରିଛନ୍ତି । ଶହ ଶହ ପ୍ରାଚୀନ ମନ୍ଦିରକୁ ଭାଙ୍ଗି ଦିଆ ଯାଇଛି । ପାରସ୍ୟରୁ ସମରକନ୍ଦ ବାଲଖା ପର୍ଯ୍ୟନ୍ତ ଆକ୍ରମଣ କାରି ମାନେ ଜେହାଦ ଡାକରା ଦେଇ ଏକଯୁଟ ହେଉଥିଲା ବେଳେ ଆମ ଦେଶରେ ଏକତା ଆଦୈା ନଥିଲା । ବରଂ ସବୁବେଳେ ଆମର କିଛି କୃତôଘ୍ନ ଦେଶ ଦ୍ରୋହି ଆକ୍ରମଣକାରିଙ୍କୁ ସହଯୋଗ କରୁଥିଲେ । ୧୭୫୭ ମସିହାରେ ବଙ୍ଗ ଦେଶରେ ଦେଶ ଦ୍ରୋହି ମିର୍ଜାଫର ଜାହା କରିଥିଲେ ତାହାର ୯୦ ବର୍ଷ ପରେ ଭାରତର ପଶ୍ଚିମରେ ବିର ପ୍ରସବିନି ପଞ୍ଜାବ ମାଟିରେ କିଛି ଦେଶ ଦ୍ରୋହି ତାହାର ପୂନରାବୃତି କରି ପଞ୍ଜାବକୁ ପରାଧିନାତାର ଶିକୁଳିରେ ବାନ୍ଧି ଦେଇଥିଲେ ।
ଭାରତର ପଶ୍ଚିମ ଦିଗରେ ପଞ୍ଜାବ ଥିଲା ପଂଚ ନଦୀର ଦେଶ । ଭାରତକୁ ଆସୁଥିବା ବିଭିନ୍ନ ଆକ୍ରମଣ କାରିଙ୍କ ଆସିବା ବାଟରେ ଏହି ରାଜ୍ୟଟି ଥିବାରୁ ଏମାନେ ବାରଂବାର ଆକ୍ରମଣ ଓ ଅତ୍ୟାଚାରର ଶିକାର ହେଉଥିଲେ । ପଂଚଦଶ ଶତାଦ୍ଦିରେ ଗୁରୁ ନାନକ ପଞ୍ଜାବରେ ଶିଖ୍ ଧର୍ମର ପ୍ରଚାର କରିଥିଲେ ଓ ଏମାନେ ସଂଗଠିତ ହେଲା ପରେ ଦିଲ୍ଲୀର ମୋଗଲ ବାଦ୍ସାହ ମାନଙ୍କର ବିଷ ଦୃଷ୍ଟିରେ ପଡିଥିଲେ । ଏମାନଙ୍କର ପଂଚମ ଗୁରୁ ଅର୍ଜୁନ ଦାସ ଓ ନବମ ଗୁରୁ ତେଗ୍ ବାହାଦୁରଙ୍କୁ ମୋଗଲ ମାନେ ନିର୍ମମ ଭାବରେ ହତ୍ୟା କରିଥିଲେ ଓ ଶେଷ ଗୁରୁ ଗୋବିନ୍ଦ ସିଂ ମଧ୍ୟ ମୁସଲମାନ ଆତତାୟୀଙ୍କ ଦ୍ୱାରା ଆହତ ହୋଇ ପରେ ମୃତୁ୍ୟ ମୁଖରେ ପଡିଥିଲେ । ପରବର୍ତି ଶିଖ ନେତା ବନ୍ଦା ବାହାଗୁରଙ୍କୁ ମୋଗଲ ବାଦସାହା ଫରୁକ୍ ସାୟାର ତତଲା ତେଲ କଢେଇରେ ପକାଇ ମାରି ଦେଇଥିଲେ ।
ପଞ୍ଜାବ ବାଟ ଦେଇ ଆଫଗାନିସ୍ତାନର ଅମିର ଅହ୍ମଦ ଶାହା ଦୁରାନି ଆଠ ଥର ଓ ତାଙ୍କ ପୁଅ ଟିମନ ସାହା ଚାରି ଥର ଏବଂ ଜମିନ ସାହା ପାଂଚ ଥର ପଞ୍ଜାବ ଉପରେ ଆକ୍ରମଣ କରିଥିଲେ । ଏହି ସବୁ ଆକ୍ରମଣରେ ଲକ୍ଷ ଲକ୍ଷ ଶିଖ୍ ନିହତ ହୋଇଥିଲେ । ସ୍ୱର୍ଣ୍ଣ ମନ୍ଦିରକୁ ତିନିଥର ଧ୍ୱଂସ କରିଥିଲେ । ପବିତ୍ର ସରୋବରରେ ଶବ ମାନ ଭସାଇ ଥିଲେ । ଗାଇ ଆଣି ମାରିଥିଲେ । ଯେ କୈାଣସି ଲୋକ ଗୋଟିଏ ଶିଖ୍ ର କଟା ମୁଣ୍ଡ ଦାଖଲ କଲେ ଦରବାର ତାକୁ ପଚାଶ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଥିଲେ । ଏହିସବୁ ଆକ୍ରମଣ ବିରୁଦ୍ଧରେ ଶିଖ ମାନେ ବିରତ୍ୱର ସହ ଲଢିଥିଲେ ଓ ସେମାନେ ଆକ୍ରମଣ କାରିଙ୍କ କବଳରୁ ହଜାର ହଜାର ହିନ୍ଦୁ ରମଣିଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଯୋଧପୁର ରାଜା ଓ କିଛି ହିମାଳୟ ଅଂଚଳର ହିନ୍ଦୁ ରାଜା ଆଫଗାନ ମାନଙ୍କୁ ସବୁବେଳେ ସହାୟତା ଯୋଗାଉଥିଲେ ।
ଶେଷରେ ମହାରାଜ ରଞ୍ଜିତ ସିଂଙ୍କ ନେତୃତ୍ୱରେ ଏକ ସ୍ୱାଧିନ ଶକ୍ତିଶାଳୀ ଶିଖ ସାମ୍ରାଜ୍ୟ ପତିଷ୍ଠିତ ହେଲା । ଅତ୍ୟାଚାରି ଆଫଗାନ ମାନଙ୍କୁ ସେ ସବୁଦିନ ପାଇଁ ଭାରତ ମାଟିରୁ ତଡିଦେଲେ । ସେମାନଙ୍କର ପେଶୱାର ସହରକୁ ଅଧିକାର କରି ସେ ଗର୍ବର ସହ ଘୋଷଣା କଲେ ଯେ, ପେଶୱାରକୁ ଏ ପର୍ଯ୍ୟନ୍ତେ ଭାରତର ଦ୍ୱାର ବୋଲି କୁହାଯାଉଥିଲା, ହେଲେ ମୁଁ ଆଜି ଏହାକୁ ଆଫଗାନିସ୍ଥାନିର ଦ୍ୱାରରେ ପରିଣତ କଲି ଏବଂ ଖୁବ୍ ଶିଘ୍ର ସେମାନଙ୍କର ରାଜଧାନୀ କାବୁଲରେ ମୁଁ ପହଂଚି ଯିବି ।
୧୮୩୯ ମସିହାରେ ମହାରାଜାଙ୍କ ମୃତୁ୍ୟ ଘଟିଲା । ସେତେବେଳକୁ କାଶ୍ମିର, କାଙ୍ଗରା ଠାରୁ ପେଶୱାର ମୁଲତାନ ପର୍ଯ୍ୟନ୍ତ ଶିଖ ରାଜ୍ୟ ବ୍ୟାପିଥିଲା । ଇଂରେଜ ମାନଙ୍କ ଅନୁକରଣରେ ରଞ୍ଜୀତ ସିଂ ଏକ ଶୃଙ୍ଖଳିତ ବଶାଳ ସୈନ୍ୟ ବାହିନୀ ସୃଷ୍ଟି କରିଥିଲେ ଓ ସେଥିପାଇଁ ଇଂରେଜ ମାନେ ବାଧ୍ୟ ହୋଇ ତାଙ୍କ ସହିତ ବନ୍ଧୁତ୍ୱର ଚୁକ୍ତି କରିଥିଲେ ।
ଇଣଜୀତ ସିଂଙ୍କ ମୃତୁ୍ୟ ପରେ ପଞ୍ଜାବ ଭାଗ୍ୟାକାଶରେ କଳା ବଉଦ ଘୋଟି ଆସିଲା । ଶିଖ୍ ମାନେ ଯୁଦ୍ଧରେ ନିପୁଣ ହେଲେ ମଧ୍ୟ କୁଟ ନିତିରେ ଅତ୍ୟନ୍ତ ଦୁର୍ବଳ ଥିଲେ । ସେହି କାର୍ଯ୍ୟ ମୁଖ୍ୟତଃ ହିନ୍ଦୁ ବା୍ରହ୍ମଣଙ୍କ ଦ୍ୱାରା ସମ୍ପାଦିତ ହେଉଥିଲା ।
ରଣଜୀତ ସିଂଙ୍କ ମୃତୁ୍ୟ ପରେ ତାଙ୍କ ପୁତ୍ର ଖଡକ ସିଂ ଲାହୋର ସିଂହାସନରେ ବସିଲେ । ଲାହୋର ଦରବାରରେ ସେତେବେଳେ ହିନ୍ଦୁ ଡୋଗ୍ରା ଓ ଶିଖ୍ ମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବୃନ୍ଧି ପାଇଁ କୁଟନୈତିକ ଯୁନ୍ଧ ଚାଲୁଥିଲା । ଡୋଗ୍ରା ନେତା ଗୁଲାବସିଂ ଅତ୍ୟନ୍ତ ନୀଚ ଓ ସ୍ୱାର୍ଥପର ଥିଲେ । ନିଜର ସ୍ୱାର୍ଥ ପାଇଁ ସେ ଇଂରେଜ, ଆଫଗାନ ଓ ଅନ୍ୟ ପଡୋଶି ହିନ୍ଦୁ ରାଜା ମାନଙ୍କ ସହିତ ଭିତିରି ସଂପର୍କ ସ୍ଥାପନ କରିଥିଲେ । ଅଳ୍ପଦିନ ପରେ ଖଡକ ସିଂ ରୋଗରେ ଶଯ୍ୟାଶାୟି ହେଲେ ଓ ତାଙ୍କର ପୁତ୍ର ନୈ ନିହାଲ ସିଂ ସିଂହାସନରେ ବସି ପିତାଙ୍କୁ ବିଷ ଦେଇ ହତ୍ୟା କଲେ । ପିତାଙ୍କ ଅନ୍ତେଷ୍ଟ୍ରି କ୍ରୀୟା ସାରି ଫେରୁଥିଲା ବେଳେ ରାଜ ପ୍ରସାଦର ଏକ କାନ୍ଥପଡି ତାଙ୍କର ମୃତୁ୍ୟ ଘଟିଲା । ଏହି କାର୍ଯ୍ୟ ତାଙ୍କର ପ୍ରଧାନ ମନ୍ତ୍ରୀ ତଥା ଗୁଲାବ ସିଂ ଙ୍କ ଭାଇ ଧ୍ୟାନ ସିଂଙ୍କ ଚକ୍ରାନ୍ତ ବୋଲି ସନେ୍ଦହ କରାଗଲା । ଏହାପରେ ରଣଜୀତ ସିଂଙ୍କ ଅନ୍ୟଏକ ପୁତ୍ର ଖଳବୁଦ୍ଧି ସେରସିଂ ସିଂହାସନରେ ବସିଲେ । ତାଙ୍କ ସମୟରେ ପ୍ରଧାନ ମନ୍ତ୍ରୀ ଥିବା ଧ୍ୟାନସିଂ ଜହର ସିଂ ଓ ହିରା ସିଂ ଗୋଟିଏ ପରେ ଗୋଟିଏ ହତ୍ୟା କାଣ୍ଡର ଶିକାର ହେଲେ ଓ ଶେଷରେ ଶେର ସିଂ ମଧ୍ୟ ସୈନ୍ୟ ମାନଙ୍କ ଦ୍ୱାରା ନିହତ ହେଲେ ।
ଏସବୁ ପରେ ରଣଜୀତ ସିଂଙ୍କ ନାବାଳକ ପୁତ୍ର ଦୁଲିପ ସିଂ ସିଂହାସନରେ ବସିଲେ ଓ ତାଙ୍କର ମା ଜିନ୍ଦଲ କାଉର ରାଜ ପ୍ରତିନିଧି ରୁପେ ଶାସନ ଚଳାଇଲେ । ରଣଜୀତ ସିଂଙ୍କ ମୃତୁ୍ୟର ମାତ୍ର ୫ ବର୍ଷ ମଧ୍ୟରେ ଏହି ଘଟଣା ମାନ ଘଟିଗଲା ।
ଏହି ଘନଘଟା ମଧ୍ୟରେ ଶିଖ୍ ମାନଙ୍କର ସାମରିକ ଶକ୍ତି କ୍ଷୟ ନଘଟି ବଢି ଚାଲିଥାଏ । ଗୁରୁ ଗୋବିନ୍ଦ ସିଂ ଶିଖ ମାନଙ୍କ ପାଇଁ ଏକ ସଂଙ୍ଘିୟ ବ୍ୟବସ୍ଥା ବା ଶିଖ୍ କମନୱେଲଥ୍ ସୃଷ୍ଟି କରିଥିଲେ । ଶିଖ ମାନେ ବାରଟି ମିଶାଲରେ ବିଭକ୍ତ ହୋଇ ସ୍ୱାଧୀନ ଭାବେ ଶାସନ କରୁଥିଲେ । ରଣଜୀତ ସିଂ ଏହି ମହା ସଭାକୁ ବାତିଲ କରି ଏକ ଛତ୍ର ଶାସନ ଚଳାଉ ଥିଲେ । ତାଙ୍କର ମୃତୁ୍ୟ ପରେ ଏହି ମହାସଭା ପୁଣି କ୍ଷମତାଶାଳୀ ହୋଇ ଉଠିଲା ।
ଏହା ମଧ୍ୟରେ ଇଂରେଜ ମାନେ ପଞ୍ଜାବ ବ୍ୟତିତ ସାରା ଭାରତକୁ ଅଧିକାର କରିସାରିଥିଲେ । ସତଲେଜ ନଦୀ ଥିଲା ଶିଖ ରାଜ୍ୟର ସିମା ସ୍ୱରୁପ । ରଣଜୀତ ସିଂଙ୍କ ମୃତୁ୍ୟ ପରେ ଇଂରେଜ ମାନେ ଏକ ବନ୍ଧୁ ରାଜ୍ୟକୁ ଗ୍ରାସ କରିବାକୁ ଗ୍ରାସ କରିବାକୁ ତତôପର ହୋଇ ପଡିଲେ । ଅକୃତଜ୍ଞ ମାନେ ଭୁଲିଗଲେ ଯେ ଆଫଗାନିସ୍ଥାନରେ ଘୋର ବିପର୍ଯ୍ୟୟ ବେଳେ ଶିଖ ମାନଙ୍କ ସାହାଯ୍ୟ ଯୋଗୁଁ ସେମାନେ ବଂଚି ଯାଇଥିଲେ । ସିମାନ୍ତରେ ସେମାନେ ସୈନ୍ୟ ସଂଖ୍ୟା ବହୁଗୁଣରେ ବଢାଇ ଦେଲେ । ଅମ୍ବଲା ଓ ଫିରୋଜପୁର ଠାରେ ନୂଆ ଛାଉଣି ବସାଇଲେ । ବଡ ବଡ କମାଣ ମାନ ଆଣି ଜମା କଲେ । ନଦୀରେ ଅସ୍ଥାୟୀ ପୋଲ ପାଇଁ ସରଞ୍ଜାମ ମାନ ରୁଣ୍ଡ ମଧ୍ୟ କଲେ ।
ଏଣେ ଲାହୋର ଦରବାର ସଂପୂର୍ଣ୍ଣ ରୂପେ ଗୁଲାବ ସିଂ କବ୍ଚାରେ ଥାଏ । ତାଙ୍କ ଚେଷ୍ଟାରେ ଦୁଇ ଜଣ ହିନ୍ଦୁ ବ୍ରାହ୍ମଣ ଲାଲ ସିଂ ଓ ତେଜା ସିଂ ଯଥାକ୍ରମେ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ସେନାପତୀ ରୂପେ ନିଯୁକ୍ତି ପାଇଲେ । ଏହି ତିନି ଜଣ ସେମାନଙ୍କର ସ୍ୱାର୍ଥ ପାଇଁ ଇଂରେଜ ମାନଙ୍କ ହାତରେ ପଞ୍ଜାବକୁ ଟେକି ଦେବାକୁ ଉଦ୍ୟମ କେଲ । ଇଂରେଜ ମାନଙ୍କ କୁଟବୁଦ୍ଧିରେ ଉତ୍ୟକ୍ତ ହୋଇ ଖାଲସା ସୈନ୍ୟ ବାହିନି ୧୩ ଡିସେମ୍ବର ୧୮୪୫ ଦିନ ଶତଲେଜ ନଦୀ ଅତିକ୍ରମ କଲେ ଓ ୧୭ ତାରିଖ ଦିନ ଗଭର୍ଣର ଜେନେରାଲ ହାଡିଂସ୍ ଶିଖ ମାନଙ୍କ ବିରୁନ୍ଧରେ ଯୁନ୍ଧ ଘୋଷଣା କରି ମୁଖ୍ୟ ସେନାପତି ହୁ୍ୟଗଗଫ୍ଙ୍କ ସହିତ ସିମାନ୍ତକୁ ଯାତ୍ରାକଲେ । ଏଣେ ଶିଖ ସୈନ୍ୟ ମାନେ ଫିରୋଜପୁର କ୍ୟାଂଟନମେଂଟ ନିକଟରେ ପହଂଚିଗଲେ । ସେତେବେଳେ ସେଠାରେ ନିଜେ ଗଭର୍ଣର ଜେନେରାଲ ଅବସ୍ଥାନ କରୁଥିଲେ । ସୈନ୍ୟ ସଂଖ୍ୟା ଥିଲା ମାତ୍ର ୭୦୦୦ । ୩୫୦୦୦ ଶିଖ ସୈନ୍ୟ ଚାହିଁଥିଲେ, ସେହି କ୍ୟାଂଟନମେଂଟକୁ ଧ୍ୱଂସ କରି ଗଭର୍ଣର ଜେନେରାଲକୁ ହତ୍ୟା କିମ୍ବା ବନ୍ଦି କରିପାରିଥାନ୍ତେ । ତା ପରେ ସେମାନେ ଦିଲ୍ଲୀ ଅଧିକାର କରିବାରେ ଆଉ କୌଣସି ବାଧା ନଥିଲା । ମାତ୍ର ସେମାନଙ୍କର ବିଶ୍ୱାସ ଘାତକ ସେନାପତି ଲାଲ ସିଂ ଓ ତେଜା ସିଂ ସେମାନଙ୍କୁ ଅନ୍ୟ ଦିଗରେ ନେଇଗଲେ ଓ ଇଂରେଜ ମାନଙ୍କ ସହିତ ଫିରୋଜ ସହର ଓ ମୁଡକି ଠାରେ ସେମାନଙ୍କର ଭୟଙ୍କର ଯୁଦ୍ଧ ହେଲା । ଇଂରେଜ ମାନେ ଶୋଚନିୟ ଭାବେ ପରାସ୍ତ ହେଲେ । ୨୧୫ ଜଣ ପଦସ୍ତ ଅଫସିର ଓ ପ୍ରାୟ ୨୨୦୦ ସୈନ୍ୟ ନିହତ ହେଲେ । ସେମାନଙ୍କର କମାଣ ସବୁ ଶିଖ ମାନେ ଅଧିକାର କଲେ । ନିହତ ସେନାପତିଙ୍କ ଭିତରେ ଜେନେରା ସେଲ୍, ଜେନେରାଲ ବେଡଫୋଡ ଓ ଜେନେରାଲ ମନରୋ ଭଳି ଦକ୍ଷ କମାଣ୍ଡର ଥିଲେ । ମାତ୍ର ଇଂରେଜ ମାନଙ୍କ ପରାଜୟରୁ ଶିଖ ସୈନ୍ୟ ମାନେ କୈାଣସି ଫାଇଦା ନଉଠାଇ ସେନାପତିଙ୍କ ନିଦେ୍ର୍ଦଶରେ ପଛକୁ ଘୁଂଚା ଦେଲେ ଓ ଲାଲ୍ ସିଂ ଏବଂ ତେଜା ସିଂ ଯୁଦ୍ଧ କ୍ଷେତ୍ରରୁ ଅଦୁ୍ରଶ୍ୟ ହୋଇଗଲେ । ଏହି ଶୋଚନୀୟ ପରାଜୟରେ ଇଂରେଜ ମାନେ ଆତଂକିତ ହୋଇପଡିଲେ । ମୁଖ୍ୟ ସେନାପତି ଇସ୍ଥଫା ଦେଲେ । ଲଣ୍ଡନ ପାର୍ଲାମେଂଟରେ ଝଡ ଉଠିଲା । ଭାରତକୁ ରକ୍ଷା କରିବା ପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଗଲା । ଶିଖ ମାନେ ଯୁଦ୍ଧ ବନ୍ଦ କରିବାରୁ କମ୍ପାନୀ ତରଫରୁ ଅଧିକ ସୈନ୍ୟ ପହଂଚିଗଲେ ଓ ପରବର୍ତର୍ି ଯୁଦ୍ଧ ଆୱାଲି ଠାରେ ହୋଇଥିଲା । ଏଥର ମଧ୍ୟ ଶିଖ ମାନେ ପ୍ରଚଣ୍ଡ ଆକ୍ରମଣ କରି ଇଂରେଜ ସେନାକୁ ପଛକୁ ଘୁଂଚାଇ ଦେଲେ । ମାତ୍ର କୃତଘ୍ନ ଲାଲସିଂ ଓ ତେଜା ସିଂ ଯୁଦ୍ଧ କ୍ଷେତ୍ର ଛାଡି ଲାହୋରକୁ ପଳାଇ ଗଲେ । ଗଲା ବେଳେ ନଦୀ ଉପରେ ଥିବା ପୋଲକୁ ଭାଙ୍ଗି ଦେଲେ । ଫଳରେ ଶିଖ ସୈନ୍ୟ ମାନେ ନଦୀ ପାର ହୋଇନପାରି ଅନେକ ପାଣିରେ ବୁଡି ମଲେ ଓ ସେମାନଙ୍କର ଚୁଡାନ୍ତ ପରାଜୟ ହେଲା । ଏହି ଯୁଦ୍ଧ ପୂର୍ବରୁ ସମସ୍ତ ପରମ୍ପରାକୁ ଜଳାଞ୍ଜଳି ଦେଇ ଗଭର୍ଣର ଜେନେରାଲ ଅତି ନିର୍ଲ୍ଲଜ ଭାବରେ ଘୋଷଣା କରିଥିଲେ ଯେ, ଯେଉଁ ଶିଖ ସୈନ୍ୟ ତାଙ୍କୁ ସାହାଯ୍ୟ କରିବ, ଯୁଦ୍ଧ ପରେ ତାହାର ପଦବି ଓ ପେନସନ ଅକ୍ଷୂର୍ଣ ରହିବ । ଏଭଳି ନୀଚ ଘୋଷଣାରେ ଦୁଃଖିତ ହୋଇ ଅନେକ ସାମରିକ ଅଫିସର ପଦତ୍ୟାଗ କରିଥିଲେ ।
ପୃଥିବୀ ଇତିହାସରେ କୈାଣସି ସେନାପତି ନିଜର ସେନା ମାନଙ୍କୁ ପ୍ରତାରିତ କରିବା ବୋଧହୁଏ ପଥମ ଥର ପାଇଁ ପଞ୍ଜାବ ଇତିହାସରେ ଘଟିଥିଲା । ୯ ମଇ ୧୯୪୬ ମସିହାରେ ଲହୋର ଠାରେ ସନ୍ଧି ଚୁକ୍ତି ସ୍ୱାକ୍ଷରିତ ହେଲା । ଇଂରେଜ ମାନେ ପଞ୍ଜାବର ଏକ ତୃତୀୟାଂଶ ନିଜ ଅକ୍ତିଆରକୁ ନେଇଗଲେ । ତାଲସିଂ ପୂର୍ବଭଳି ପ୍ରଧାନ ମନ୍ତ୍ରୀ ରହିଲେ । ତେଜା ସିଂକୁ ଶିଆଲକୋଟର ରାଜା ରୁପେ ନିଯୁକ୍ତି ଦିଆଗଲା । କୁଚକ୍ରି ଗୁଲାବ ସିଂକୁ ଜାମ୍ମୁ କାଶ୍ମୀରର ସ୍ୱାଧିନ ରାଜା ରୂପେ ସ୍ୱିକୃତୀ ମିଳିଲା । ଏହାର ଅଳ୍ପ ଦିନ ପରେ ଦ୍ୱୀତିୟ ଶିଖ ସମରରେ ଇଂରେଜ ମାନେ ପଞ୍ଜାବକୁ ସଂପୂର୍ଣ୍ଣ ରୁପେ ଅଧିକାର କରିନେଲେ । ମହାରାଜ ଦୁଲିପ ସିଂଙ୍କ ଠାରୁ ଅମୁଲ୍ୟ କୋହିନୁର ହିରା ନେଇଗଲେ ଓ ଚାପ ପକାଇ ତାଙ୍କୁ ଖ୍ରୀଷ୍ଟ ଧର୍ମରେ ଦିକ୍ଷିତ କରିଦେଲେ ଓ ଶିଖ ମାନଙ୍କର ଉଥାନର ବାଟ ସବୁଦିନ ପାଇଁ ବନ୍ଦ କରିଦେଲେ । ଶିଖ ମାନଙ୍କ ଭଳି ସ୍ୱାଭିମାନି ଓ ବୀର ଜାତି ର ଏଭଳି ଦୁର୍ଦ୍ଦଶା ଇତିହାସରେ ଏକ ବିଡ଼ମ୍ବନା ଛଡା ଆଉ କିଛିନୁହେଁ । ପଞ୍ଜାବର ସେହି ଦୁର୍ଦ୍ଦଶ ସିଂହ ମାନେ ବ୍ରିଟିଶ ମାନଙ୍କ ନିକଟରେ ବିଶ୍ୱସ୍ତ ରହି ଯେପରି ସେବା ଯୋଗାଇଲେ ଇତିହାସରେ ତାହାର ତୁଳନା ନାହିଁ । ସେମାନଙ୍କର ବିରତ୍ୱ ଯୋଗୁଁ ସିପାହି ବିନେ୍ଦ୍ରାହ ଓ ଦୁଇଟି ବିଶ୍ୱ ଯୁନ୍ଧରେ ଇଂରେଜ ମାନେ ଜୟଲାଭ କଲେ । ସ୍ୱାଧିନତା ପରେ ମଧ୍ୟ ସେମାନଙ୍କର ବିରତ୍ୱ ଯୋଗୁଁ ଭାରତୀୟ ସୈନ୍ୟ ବାହିନୀ ଶତ୍ରୁ ମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିିଛି । ଏସବୁ ସତ୍ୱେ କୁଟ ନୈତିକ ବିଫଳତା ଯୋଗୁଁ ସେମାନେ ଭାରତ ବିଭାଜନ, ରାଜ୍ୟ ପୂର୍ନଗଠନ, ରାଜଧାନି ହସ୍ତାନ୍ତର ଓ ଅପରେସନ ବ୍ଲୁଷ୍ଟାର ଭଳି ଘଟଣାରେ ବାରମ୍ବାର ଦୁର୍ଗତିର ଶିକାର ହୋଇଛନ୍ତି ଓ ସେମାନଙ୍କର ଏହି ପତନ ପାଇଁ ଦେଶ ଦୋ୍ରହି ଗୃହ ଶତୃ ମାନଙ୍କୁ ସବୁଦିନେ ଅଭିଶାପ ଦେଉଛନ୍ତି ।
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬