କୃଷିଜିବୀ କଲ୍ୟାଣ ସଂଘ ତରଫରୁ ଚାଷୀ ଗର୍ଜନ ସମାବେଶ !

କଳାହାଣ୍ଡି, (ଆଇଏନ୍ଏସ୍): କଳାହାଣ୍ଡି କୃଷି ଜିବୀ କଲ୍ୟାଣ ସଂଘ ପକ୍ଷରୁ ଜୁନାଗଡ ଠାରେ ଚାଷୀ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଆରଏମସି ପରିସର ଠାରୁ ଚାଷି ମାନଙ୍କ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ବ୍ଲକ ଅଫିସ ସମ୍ମୁଖକୁ ଆସିବା ପରେ ମୂଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦଶ ଦଫା ଦାବୀ ପତ୍ର ଦାଖଲ କରିଥିଲେ । ଚାଷୀ ମାନଙ୍କ ସମସ୍ତଙ୍କ ଋଣ ଛାଡ, ସ୍ୱାମୀନାଥନ କମିଟୀ ସୁପାରିଶ ଅନୁସାରେ କୃଷିଜାତ ଦ୍ରବ୍ୟ ମୂଳ୍ୟ ବୃଦ୍ଧି, ଧାନର ମୂଲ୍ୟ ଉପରେ ପାଂଚ ଶହ ଟଙ୍କା ବୋନସ ପ୍ରଦାନ,ଦକ୍ଷିଣ ମୂଖ୍ୟ କେନାଲ ତୁରନ୍ତ ମରାମତି ଏବଂ ଆଗାମୀ ରବି ଫସଲ ପାଇଁ ଜଳସେଚନ ବ୍ୟବସ୍ଥା,ଇନ୍ଦ୍ରାବତୀ କେନାଲ ଗୁଡିକ ଶୀଘ୍ର ମରାମତି କରଯିବା, ଧାନ ମଣ୍ଡିରେ କଟଣି ଛଟଣି ବନ୍ଦ ଆଦି ଦଶ ଦଫ ଦାବିା ନେଇ ଏହି ଚାଷୀ ସମାବେଶ କରାଯାଇଥିବା ଚାଷି ନେତା ମାନେ ପ୍ରକାଶ କରିଥିଲେ । ଏହି ସମାବେଶ ରେ ସମ୍ବଲପୁରର ଚାଷୀନେତା ଲିଙ୍ଗରାଜଙ୍କ ସମେତ ଭବାନୀପାଟଣାର ଚାଷୀ ନେତା ନିରଂଜନ ବିଦ୍ରୋହୀ, ଜୁନାଗଡର ଚାଷୀ ନେତା ଲକ୍ଷ୍ମଣ ରଣବୀର ଓ ବିଶ୍ୱନାଥ କର ଏବଂ ସିପିଆଇ ନେତା ଦାମୋଦର ବେହେରା ପ୍ରମୂଖ ନେତୃତ୍ୱ ନେଇ ଏହି ଚାଷୀ ସମାବେଶ ଆୟୋଜନ କରିଥିବା ପ୍ରକାଶ । ଗତ ମଇ ମାସରେ ମଧ୍ୟ ଏଭଲି ଏକ ଚାଷୀ ସମାବେଶର ଆୟୋଜନ କରାଯାଇଥିବା ଏବଂ ସେତେବେଳର ଦାବୀ ଏଯାଏ ପୂରଣ କରାଯାଇନଥିବା ହେତୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ନିୟମଗିରି ବଂଚାଅ ଆନେ୍ଦାଳନରେ ସାମିଲ ଥିବା ଅନେକ ନେତା ଏହି ଚାଷୀ ସମାବେଶ ସଫଳ କରିବା ପାଇଁ ଲାଗିପଡିଥିବା ଚାଷୀ ମହଲରେ ଆଲୋଚନା ହେଉଛି । ନିୟମ ଗିରି ଆନେ୍ଦାଳନ କରି ସଫଳ ହୋଇଥିବା ନେତାମାନେ ଏହି ଚାଷୀ ସମାବେଶ ଆୟୋଜନ କରୁଥିବା ବେଳେ ଏହି ଚାଷୀ ଆନେ୍ଦାଳନ ମଧ୍ୟ ନିଶ୍ଚିତ ଭାବେ ସଫଳ ହେବ ବୋଲି ଚାଷୀ ମାନେ ଆଶା ରଖିଥିବା କୁହାଯାଇଛି ।

 

Leave a Reply

Your email address will not be published.