ବିିଭିନ୍ନ ଦାବି ନେଇ ଅଶା କର୍ମୀଙ୍କ ଆନେ୍ଦାଳନ
ଭୁବନେଶ୍ୱର, (ଓଏନ୍ଏସ୍): ସ୍ବାଧିନତାର ଛଅ ଦଶନ୍ଧି ପରେ ସ୍ବାସ୍ଥ୍ୟ ସେବାକୁ ଗରୁତ୍ବ ଦେଇ କେନ୍ଦ୍ର ସରକାର ୨୦୦୫ ମସିହାରେ ଆରମ୍ଭ କରିଥିଲେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍ । ଦେଶରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଏଥିରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ସେଥିରେ ଅଶା କର୍ମୀମାନଙ୍କୁ ନିଯୁକ୍ତି ଅନ୍ୟତମ । ତେବେ ଦେଶ ତଥା ଆମ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ପାଖରେ ପହଂଚାଇବାରେ ଅଶା କର୍ମୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅଶା କର୍ମୀମାନେ ଦିନରାତି ସ୍ବାସ୍ଥ୍ୟ ସେବା ଯୋଗାଣ ଅବ୍ୟାହତ ରଖିଥିବା ବେଳେ ସେମାନଙ୍କର ପାରିଶ୍ରମିକ ଅତି ନଗଣ୍ୟ ରହିଛି । ସମାଜରେ ବଞ୍ଚିବାର ରାହା, ଚାକିରି ରେଗୁଲାର, ପେନ୍ସନ, ପଚିଶି ଲକ୍ଷ ଟଙ୍କାର ବିମା, ସାଇକେଲ, ଦେହ ଖରାପ ହୋଲେ ଛୁଟି ପ୍ରଦାନ, ମୋବାଇଲ ଫେ।ନ ପ୍ରଦାନ ଇତ୍ୟଦି ୧୨ ଦଫା ଦାବି ନେଇ କେନ୍ଦ୍ରାପଡ। ତନି ମୁହାଣୀ ଶ୍ରୀରମ ମନ୍ଦିର ଠାରୁ ଏକ ଶୋଭଯାତ୍ରାରେ ବାହାରି କେନ୍ଦ୍ର।ପଡା ମୁଖ୍ୟ ଚିକିଛାଳୟକୁ ଘେରାଉ କରିବା ସହ ସିଡଏମ୍ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ।