ରାଜ୍ୟ ରାଜପଥ ହମ୍ପସମୟ : ୧୧କି.ମି ରେ ୨୮ ହମ୍ପସ!
ବାଲେଶ୍ୱର, (ଓଏନ୍ଏସ୍) : ରାସ୍ତାଗୁଡ଼ିକ ଏବେ ହମ୍ପସ ଭର୍ତି । ଗ୍ରାମାଂଚଳର ସଡ଼କ ହେଉ କିମ୍ବା ସହରାଂଚଳ, ଏପରି କୋ÷ଣସି ରାସ୍ତା ନାହିଁ ଯେଉଁ ରାସ୍ତାରେ ହମ୍ପସ ନାହିଁ । ଏପରିକି ମନଇଛା ଯିଏ ଯେଉଁଠି ପାରିଲା ରାସ୍ତା ଉପରେ ହମ୍ପସ ତିଆରିି କରିଦେଉଛି । ସନ୍ଧ୍ୟାରେ ହମ୍ପସ ନଥିବା ସ୍ଥାନରେ ସକାଳେ ଦେଖିବାକୁ ମିଳୁଛି ହମ୍ପସ । ପୁଣି ହମ୍ପସ ଥିବା ସ୍ଥାନର ପୂର୍ବରୁ କୋ÷ଣସି ସଙ୍କେତ ମଧ୍ୟ ନାହିଁ । ଏଭଳି ବେଆଇନ ହମ୍ବସ୍ରୁ ରାଜ୍ୟ ରାଜପଥ ମଧ୍ୟ ବାଦ ପଡ଼ିନାହିଁ ।
୫୭ ନମ୍ବର ରାଜ୍ୟ ରାଜପଥର, ସୋର ଠାରୁ ଅନନ୍ତପୁର ୧୧କି.ମି । ଏହି ୧୧କି.ମି ରାସ୍ତାରେ ରହିଛି ୨୮ଟି ହମ୍ପସ । ଏହି ୨୮ ହମ୍ବସ ମଧ୍ୟରୁ ୧୨ଟି ୩ ଥାକିଆ ହମ୍ପସ ରହିଛି । ସେଗୁଡ଼ିକ ହେଲା – ବଳଭଦ୍ରପୁର, ଅଇଁରୀ, ଅନନ୍ତପୁର କଲେଜ ଛକ, ବାସନ୍ତୀ ଦେବୀ ସରସ୍ୱତୀ ଶିଶୁ ମନ୍ଦିର-ପାଖର ଓ ପାଖର ଛକ ଠାରେ ଦୁଇପାଶ୍ୱର୍ରେ ୩ ଥାକିଆ ହମ୍ପସ ରହିଥିବା ବେଳେ ରେଓଦା ଛକ, ବାଳଙ୍ଗ ଛକ, ଉଲ୍ଲାସ ଖଡ଼ଗପୁର ଛକ, କେମ୍ବ୍ରିଝ ସ୍କୁଲ- କମାଣପୁର, କମାଣପୁର ଦାଣ୍ଡକାଳୀ ନିକଟରେ, କମାଣପୁରରେ ରାସ୍ତାବାଙ୍କ ଥିବା ସ୍ଥାନ (ତୁଳସୀ ଭବନ ନିକଟ), କୋର୍ଟ ଛକ, ଡାକ୍ତରଖାନା ନିକଟରେ ରାସ୍ତାର ଦୁଇପାଶ୍ୱର୍ରେ ଫାଇବର ହମ୍ପସରହିଛି । କିନ୍ତୁ କୋ÷ଣସି ହମ୍ପସ ପୂର୍ବରୁ ରାସ୍ତା ଉପରେ ଆଗରେ ହମ୍ପସ ଥିବାର ସଙ୍କେତ ଦିଆଯାଇନାହିଁ । ତେଣୁ ଅଜଣା ଗାଡ଼ି/ବାଇକ୍ ଚାଳକ ହମ୍ପସ ଥିବା ସମ୍ପର୍କରେ ଜାଣି ନଥିବାରୁ ଗାଡ଼ିକୁ ହଠାତ୍ ନିୟନ୍ତ୍ରଣ କରିନପାରି ଦୁର୍ଘଟଣାର ଶିକାର ହେଉଛନ୍ତି । ଦୁର୍ଘଟଣା ଏଡ଼ାଇବା ପାଇଁ ହମ୍ପସର ଆବଶ୍ୟକତା ଥିବା ବେଳେ ବିନା ସେଙ୍କେତରେ ବେଆଇନ୍ ଭାବେ ତିଆରି ହୋଇଥିବା ହମ୍ପସ ଦୁର୍ଘଟଣାର କାରଣ ପାଲଟିଛି । ଯେଉଁଠି ହମ୍ପସର ଜରୁରୀ ଆବଶ୍ୟକତା ରହିଛି ସେଠାରେ ଆନାନୁମୋଦିତ ଭାବେ ଉପଯୁକ୍ତ ସଙ୍କେତ ଦେଇ ହମ୍ପସ୍ ତିଆରୀ କଲେ କୋ÷ଣସି ଅସୁବିଧା ନାହିଁ । ତାହା ନକରି ବେଆଇନଭାବେ ରାସ୍ତାରେ ହମ୍ପସ ନିର୍ମାଣ ଉପରେ ଅଙ୍କୁଶ ରହିବା ସହିତ ବେଆଇନ ହମ୍ପସ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଥିବା ବେଳେ ବିଭାଗୀୟ କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନନେଇ କାହିଁକି ଚୁପ୍ ବସୁଛନ୍ତି, ତାହା ରହସ୍ୟ ଘେରରେ ।