ଭାରତ ହେବ କୁପୋଷଣର ରାଜଧାନୀ!
ବାୟୁ ପ୍ରଦୂଷଣ ଯୋଗୁ ପବନରେ ବିିଷାକ୍ତ ଗ୍ୟାସର ପ୍ରଭାବ ବଢିବାରେ ଲାଗିଛି । ସେଥିରୁ ଜଣାପଡିଛି ଯେ, ଆସନ୍ତା ତିରିଶ ବର୍ଷ ଭିତରେ କୁପୋଷଣ(ମାଲନ୍ୟୁଟ୍ରିସନ) ସମଗ୍ର ବିଶ୍ୱକୁ କବଳିତ କରିବ । ଆଉ ଭାରତରେ ଏହାର ପ୍ରଭାବ ଅଧିକ ପଡିବ । ଭାରତରେ ଜିଙ୍କର ଅଭାବ ଯୋଗୁ କୁପୋଷଣର ଶିକାର ହେବେ ପ୍ରାୟ ୫ କୋଟିରୁ ଅଧିକ ଲୋକ । ସେଇପରି ପ୍ରୋଟିନର ଅଭାବ ଯୋଗୁ କୁପୋଷଣରେ ଆକ୍ରାନ୍ତ ହେବେ ତିନି କୋଟି ୮୦ ଲକ୍ଷ ଲୋକ । ଭାରତ ସମେତ, ଚୀନ, ଇଣ୍ଡୋନେସିଆ, ବ୍ରାଜିଲ, ବଙ୍ଗଳାଦେଶ, କେନିଆ ଦେଶରେ ଏହାର ପ୍ରଭାବ ସବୁଠାରୁ ଅଧିକ ଦେଖାଦେବ ।
ଆମ ଦେହର ସାମଗ୍ରିକ ବିକାଶ ପାଇଁ ଯେଉଁ ସବୁ ପ୍ରୋଟିନ ଓ ଲୌହଧାତୁଗୁଡିକ ଗଛପତ୍ରରୁ ମିଳିଥାଏ, ବିଶେଷକରି ଗହମ, ଚାଉଳ ଏବଂ ଯଅ ସେଗୁଡିକ ବାୟୁ ମଣ୍ଡଳର ପ୍ରଦୂଷଣ ଯୋଗୁ ପ୍ରୋଟିନ ଓ ଅନ୍ୟାନ୍ୟ ଧାତୁଗୁଣ ହରାଇବସିବାକୁ ଯାଉଛନ୍ତି । କାରଣ ବାୟୁମଣ୍ଡଳରେ କାର୍ବନ ଡ଼ାଇଅକସାଡର ମାତ୍ରା ବଢିବାରେ ଲାଗିଛି ।
ହାର୍ଭାଡ ବିଶ୍ୱବିଦ୍ୟାଳୟର ଟିଏଚ ଚାନ ସ୍କୁଲ ଅଫ ପବ୍ଳିକହେଲ୍ଥର ଏକ ଗବେଷଣାପତ୍ରରେ ଏକଥା ପ୍ରକାଶ ପାଇଛି । ଏହି ଗବେଷଣାପତ୍ରଟି ପ୍ରକାଶିତ ହୋଇଛି, ଅନ୍ତର୍ଜାତୀୟ ବିଜ୍ଞାନ ପତ୍ରିକା ‘ନେଚର କ୍ଲାଇମେଟ ଚେଂଜ’ ପତ୍ରିକାରେ ।
ଏଥିରେ କୁହାଯାଇଛି,ଶିଳ୍ପ ଜିନିତ ପ୍ରଦୂଷଣ ଫଳରେ ବାୟୁମଣ୍ଡଳରେ ଯେପରି ଗ୍ରୀନ ହାଉସ ଗ୍ୟାସ(କାର୍ବନ ଡାଇଅକସାଡ)ର ପରିମାଣ ବୃଦ୍ଧି ପାଉଛି, ଯଦି ସେଇ ସ୍ଥିତି ବଜାୟ ରହେ, ତେବେ ୨୦୫୦ ମସିହା ବେଳକୁ ଚାଉଳ, ଗହମ ଏବଂ ଯଅରେ ଶରୀରବୃଦ୍ଧି ପାଇଁ ଯେଉଁସବୁ ଉପାଦାନ ଗୁଡିକ ଦରକାର ହୋଇଥାଏ, ବିଶେଷ କରି ପ୍ରୋଟିନ, ଲୌହ, ଜିଙ୍କ ଭଳି ଧାତୁ ଗୁଡିକର ପରିମାଣ ପ୍ରାୟ ୧୭ ଶତାଂଶ ହ୍ରାସ ପାଇବ । ଫଳରେ ଭାରତ ସମେତ ଦକ୍ଷିଣ ଏସିଆ, ମଧ୍ୟପ୍ରାଚ୍ୟର ଦେଶ ଗୁଡିକରେ ପ୍ରୋଟିନ, ଲୌହ ଓ ଜିଙ୍କର ଅଭାବ ଜନିତ ଅପପୁଷ୍ଟି ଦେଖାଦେବ । ଏହିସବୁ ଦେଶରେ ବାସ କରୁଥିବା ଲୋକମାନେ କୁପୋଷଣର ଶିକାର ହେବେ ।
ଶରୀରରେ ଜିଙ୍କ ଧାତୁର ଅଭାବ ହେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଏଣୁ ଶିଶୁମାନଙ୍କଠାରେ ଏହାର ପ୍ରଭାବ ଅଧିକ ଦେଖାଦେବ । ମ୍ୟାଲେରିଆ, ଫୁସଫୁସ ଜନିତ ସଂକ୍ରମଣ ଅଧିକ ଦେଖାଦେବ । ଏମିତିକି ଡ଼ାଇରିଆର ପ୍ରାଦୁର୍ଭାବ ଅଧକ ଦେଖାଦେବ ।
ଲୌହ ଏବଂ ଲୌହଜନିତ ଅଭାବ ଦେଖାଦେଲେ ପ୍ରସବକାଳୀନ ଶିଶୁମୃତ୍ୟୁ ସଂଖ୍ୟା ଅଧିକ ଦେଖାଦେବ । ଶିଶୁମାନଙ୍କର ସାଧାରଣଜ୍ଞାନ ହା୍ରସ ପାଇବ । ଏଣୁ ଶିଶୁମାନଙ୍କର ଏନିମିକ ଦେଖାଦେବ ।
ଗବେଷଣାରୁ ଜଣା ପଡିଛି ଯେ, ଶରୀରର ବିକାଶ ପାଇଁ ପ୍ରତିଦିନ ଯେଉଁ ପରିମାଣର ପ୍ରୋଟିନ, ଲୌହ ଏବଂ ଜିଙ୍କ ଦରକାର ହୋଇଥାଏ, ତାହାର ଶତକଡା ଚାଳିଶ ଭାଗ ଆମେ ପାଇଥାଉ, ଚାଉଳ, ଗହମ ଏବଂ ଯଅରୁ । ମଣିଷ ଶରୀରରେ ପ୍ରୋଟିନର ଯେଉଁ ଚାହିଦା ତାର ୫ ଭାଗରୁ ୩ ଭାଗ, ଲୌହ ଚାହିଦାର ଚାରିରୁ ତିନି ଭାଗ ଏବଂ ଜିଙ୍କ ଆବଶ୍ୟକତାର ୭୦ ଶତାଂଶ ମିଳିଥାଏ ବିଭିନ୍ନ ଗଛପତ୍ରରୁ । ଗଛପତ୍ରରେ କାର୍ବନ ଡାଇଅକସାଇଡର ପରିମାଣ ବଢିଯିବା ଫଳରେ ତାର ପ୍ରଭାବ ଏଇସବୁ ଖାଦ୍ୟଶସ୍ୟ ଉପରେ ଓ ଗଛପତ୍ର ଉପରେ ପଡୁଛି । ଗଛପତ୍ରରେ ପ୍ରୋଟିନର ପରିମାଣ କମୁଛି । ଏହାର କାରଣ ହେଉଛି, ଜଳବାୟୁ ପରିବର୍ତନ ଓ ଖରାର ପ୍ରାବଲ୍ୟ ।
ଗବେଷଣାରୁ ଜଣାପଡିଛି, ଜିଙ୍କ ଅଭାବରୁ କୁପୋଷଣର ଶିକାର ହେବେ ୧୭ କୋଟି ଲୋକ । ଏହା ହେଉଛି ମୋଟ ଜନସଂ୍ୟାର ଦୁଇଭାଗ । ପ୍ରୋଟିନ ଅଭାବର ଶିକାର ହେବେ ୧୨ କୋଟିରୁ ଅଧିକ ଲୋକ । ଲୌହ ଅଭାବରୁ ଶିକାର ହେବେ ୧୪୦ କୋଟି ମହିଳା । ଏଇଥିରୁ ଅନୁମାନ କରାଯାଇପାରେ ପରିସ୍ଥିତି କଣ ହେବ?
ମଣିଷ ଯେଉଁ ଗଛ ପତ୍ର ନିୟମିତ ଖାଏ, ସେଥିମଧ୍ୟରୁ ୨୨୫ ଟି ପ୍ରଜାତିର ଉଦଭିଦକୁ ନେଇ ୧୫୧ଟି ଦେଶରେ ବୈଞାନିକମାନେ ପରୀକ୍ଷା କରିଥିଲେ ।
ସୁବାସ ଷଡଙ୍ଗୀଙ୍କ ରିପୋର୍ଟ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ-୯୪୩୯୬୫୨୩୨୨