ବରୀ ବ୍ଲକ ରେ ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ବରୀ /ଯାଜପୁର, ( ସୁରେଶ କର କଂ ରିପୋର୍ଟ ) : ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ’ ଆମ ଗାଁ ଆମ ବିକାଶ’ ର ବ୍ଲକ ସ୍ତରୀୟ କାର୍ଯକ୍ରମ ଯାଜପୁର ଜିଲା ବରୀ ବ୍ଲକ ର ଦରଘାଛକ ପ୍ରଧାନସାହି ପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବରୀ ବିଧାୟକ ଦେବାଶିଷ ନାୟକ କଂ ତତ୍ୱାବଧାନ ଓ ବରୀ ବ୍ଲକ ବିଜୁ ଜନତାଦଳ ସଭାପତି ସେକ୍ ସଫିଉଦିନ୍ କଂ ସହଯୋଗରେ ବରୀ ବ୍ଲକ 29ପଂଚାୟତ ରୁ ଦଶ ହଜାର ରୁ ଅଧିକ ନବୀନ ପ୍ରେମୀ ଓ ଦଳ କର୍ମୀ କଂ ସମେତ ବିଜୁ ଯୁବ ବାହିନୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବରୀ ବ୍ଲକ ର ବିଡିଓ ଅଶୋକ ବେହୁରିଆ, ସମସ୍ତ ସରକାରୀ ଅଫିସ ର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ସଭାରେ ଯାଜପୁର ସାଂସଦ ରୀତା ତରାଇ କଂ ବ୍ୟତୀତ ପୂର୍ବତନ ବରୀ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା, ଜିଲା ପରିଷଦ ସଭ୍ୟ ଅଶୋକ ସାମଲ,ସାହୁପଡା ସରପଂଚ ବାଲିବିଲ ସରପଂଚ,ବାଈଁଶିରିଆ ସରପଞ୍ଚଙ୍କ ସମେତ ବହୁ ସରପଂଚ, ସମିତିସଭ୍ଯ, ବିଜୁ ଜନତା ଦଳ ର ପ୍ରମୁଖ କର୍ମୀ କାର୍ଯକ୍ରମ ରେ ସହାୟତା କରିଥିବା ବ୍ଲକ ବିଜେଡି ସଭାପତି ସୁଚନା ଦେଇଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ କୁଂ ଦେଖିବାକୁ ଏବଂ ତାକଂ କଥା ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଣିବାକୁ ବହୁ ଲୋକ ସମାବେଶ କୁ ଆସିଥିବା ନେଇ ବିଧାୟକ ମହୋଦୟ ସମସ୍ତ କୁଂ ଧନ୍ୟବାଦ ଜଣାଇଛନ୍ତି ଏବଂ ନବୀନ ବାବୁ କଂ ଲୋକାଭିମୁଖି କାର୍ଯ କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି
ଆଜିର ବିକାଶ କାର୍ଯ୍ୟକ୍ରମ ସମସ୍ତ କଂ ସହ କଥାବାର୍ତ୍ତା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁବ୍ ଖୁସି ବୋଲି ଜଣାଇଥିଲେ।
ଗାଁ ଲୋକ କଂ ହିତ ଓ ସେମାନଙ୍କ ବିକାଶ ପ୍ରତି ସେ ଓ ତାକଂ ସରକାର ସଦାସର୍ବଦା ଧ୍ୟାନ ଦେଉଥିବା କଥା ସେ ପ୍ରକାଶ କରିଛନ୍ତି। ଏଣୁ ବରୀ ବ୍ଲକ ର 29 ପଂଚାୟତ ର ଦିଆଯାଇଥିବା 239 ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଅନୁମୋଦନ କରାଯାଇ ମୋଟ୍ 7କୋଟି 18ଲକ୍ଷ ଟକାଂ ବ୍ୟୟ ବରାଦ କରାଯାଇଛି।
ଏପରିକି ଉକ୍ତ ପ୍ରକଳ୍ପ ଗୁଡିକୁ ଯଥାଶିଘ୍ର କାର୍ଯକାରୀ କରାଯିବା ଓ ନିର୍ଧାରିତସମୟ ମଧ୍ୟ ରେ ଶେଷ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ କୁଂ ନିର୍ଦେଶ ଦିଆଯାଇଛି।
ଏହି ଭଳି ଭାବେ ବରୀ ର ସମସ୍ତ ପଂଚାୟତ ବିକଶିତ ହେବ ବୋଲି ବରୀ ବିଧାୟକ ଦେବାଶିଷ ନାୟକ ସୁଚନା ଦେଇଛନ୍ତି।