ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ୨୪ତମ ସାଂସ୍କୃତିକ ମହୋଛବ

ଭୁବନେଶ୍ୱର, (ଓଏନ୍ଏସ୍): ସାଂସ୍କୃତିକ ମହାଯାତ୍ରାରେ ସଫଳତାର ୨୫ବର୍ଷରେ ପଦାର୍ପଣ କରିଥିବା ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ୨୪ ତମ ବାର୍ଷିକ ଉଛବ ଅବସରରେ ଗର୍ବ, ଅହଂକାର, ପ୍ରତିପତି ତଥା କ୍ଷଣିକ ଅହମିକାକୁ ମୂଲ୍ୟହୀନ ପ୍ରମାଣିତ କରି ତ୍ୟାଗ, ବଳିଦାନ, ଶାସ୍ୱତ ପ୍ରେମର ଯନ୍ତ୍ରଣା ଓ ପ୍ରତାରଣା ସହ ଏକ ହିଂସା, କ୍ରୋଧ ବିହୀନ ନୂଆ ପୃଥିବୀ ନିର୍ମାଣର ସ୍ୱପ୍ନନେଇ ମଂଚସ୍ଥ ହୋଇଯାଇଥିôବା ନାଟକ ସସ୍ମିତା ଜେନାଙ୍କ “ଝଡ ଭିତରେ ମୋ ସଂସାର ଠିଆ” ଓ ରାଜେନ୍ଦ୍ର ରାଉଳଙ୍କ ଲିଖିତ ସଂଘର ପ୍ରଥମ ପାଣ୍ଡୁଲିପି (ସ୍କ୍ରିପ୍ଟ) ନାଟକ “ଚାନ୍ଦକୁ ଛୁଇଁବା ମନା” ର ଭିଡିଓ ସିଡିକୁ ରାଜ୍ୟର ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଲୋକର୍ପିିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏକ ଉଛବରେ ୱାର୍ଡ ନମ୍ବର ୧୪ର କର୍ପୋରେଟର ତଥା ସଂଘର ସଭ୍ୟ ଶ୍ରୀ ଦେବୀ ପ୍ରସାଦ ମଲ୍ଲିକ୍, ଯାତ୍ରା ଦ୍ୱୟର ନିଦେ୍ର୍ଦଶକ ଛବି ବାରିକ, ସଂଘର ସାଧାରଣ ସଂପାଦକ ଶ୍ରୀ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ), ସଭ୍ୟ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ବିିଷ୍ଣୁ ଦାସ, ବଟକୃଷ୍ଣ ପଣ୍ଡା, କୁମର ବାରିକ, ଶିଶିର ମହାରଣା ପ୍ରମୁଖଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଭିଡିଓ ସିଡି ଦ୍ୱୟକୁ ଲୋକର୍ପିତ କରିବା ସହ ସଂଘର ରୌପ୍ୟ ଜୟନ୍ତୀ ଉସôବର ସଫଳତା କାମନା କରିଥିଲେ । ଉଛବ ପ୍ରାରମ୍ଭରେ ସଂଘ ତରଫରୁ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଉପଢୌକନ ତଥା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ରୌପ୍ୟ ଜୟନ୍ତୀର ଲୋଗ ଓ ସଂଘର ୨୪ ବର୍ଷର ଘଟଣା ବଳୀକୁ ନେଇ ପ୍ରସ୍ତୁତ ପ୍ରଚାର ପତ୍ରକୁ ପ୍ରଦାନ କରାଯାଇ ସଂଘର ୨୪ ବର୍ଷ ଧରି ଅହୋରାତ୍ର ଯାତ୍ରା ପରିବେଷଣ ସହ ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଅବସରରେ ଅବଗତ କରାଯାଇଥିଲା । ଯୁବ ଗୋଷ୍ଠୀର ଏହି ନିରବଚ୍ଛିନ୍ନ ପ୍ରୟାସକୁ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ସଂଘକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବାକୁ ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published.