ସ୍ୱର୍ଗତ ଜନାର୍ଦନ ସାହୁ କଂ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ
ବରୀ/ଯାଜପୁର, (ସୁରେଶ କର କଂ ରିପୋର୍ଟ ): ବରୀ ବ୍ଲକ ଅନ୍ତର୍ଗତ ବାଈଁଶିରିଆ ପଂଚାୟତ ସର୍ବପୁରାତନ ଆଧ୍ୟାତ୍ମିକ ଅନୁଷ୍ଠାନ ତଥା ବାଈଁଶିରିଆ ରୁ ପ୍ରକାଶିତ ଗୀତାସଂଦେଶ ର ପ୍ରତିଷ୍ଠାତା ସ୍ୱର୍ଗତ ଜନାର୍ଦନ ସାହୁ କଂ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଗୀତାବାଣୀ ପ୍ରଚାର ସମିତି, ଆମ ଓଡିଶା ଓ ସମ୍ବାଦ ର ମିଳିତ ପ୍ରୟାସ ରେ ସ୍ଥାନୀୟ ସନ୍ଥନ ମହାବିଦ୍ୟାଳୟ ରେ ଏକ ସ୍ୱେଛାକ୍ରୁତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଗୀତାବାଣୀ ପ୍ରଚାର ସମିତି ର ସଂପାଦକ ତଥା ସ୍ୱର୍ଗତ ସାହୁ କଂ ସୁପୁତ୍ର ଅପୂର୍ବ ରଂଜନ କଂ ଉଦ୍ୟମରେ ରକ୍ତଦାନ ଭଳି ମହତ୍ତ୍ୱପୂର୍ଣ୍ଣ କାମ ବେଶ୍ ସୁରୁଖୁର ରେ ଅନୁଷ୍ଠିତ ହୋଇଯାଇଛି।
ଯାଜପୁର ଜିଲା କୀନର ସଂଘ ପକ୍ଷରୁ ଲଭ୍ଲୀ, କାଜଲ କଂ ସମେତ ଗୀତାବାଣୀ ପ୍ରଚାର ସମିତି ପକ୍ଷରୁ ସମସ୍ତ ସଦସ୍ୟ, ବୁଦ୍ଧିଜୀବୀ, କଲେଜ ଛାତ୍ର ଛାତ୍ରୀ ମାନକଂ ଉଦ୍ୟମ ରେ ମୋଟ 89 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି।
ସୁଚନା ମୁତାବକ ଉକ୍ତ ଅନୁଷ୍ଠାନ କେବଳ ଯେ ରକ୍ତଦାନ ଶିବିର ଆୟୋଜନ କରୁ ନାହିଁ ବରଂ ବିଭିନ୍ନ ସାମାଜିକ କାର୍ଯ୍ୟ ରେ ଯଥା ଗୋ ପୂଜନ ଗୋ ସେବା ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ, କର୍କଟ ରୋଗ ସଚେତନ, ଗରୀବ ଲୋକ ମାନଙ୍କୁ ସାହାଯ୍ୟ କରିବା, ଓ ପ୍ରତ୍ୟେକ ଦିନ ଗୀତା ପଠନ , ବାର୍ଷିକ ଗୀତା ଯଜ୍ଞ ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ କରାଇ ସମଗ୍ର ବରୀ ଅଂଚଳରେ ବେଶ୍ ଲୋକ ପ୍ରିୟ ହୋଇପାରିଛି ।