ଚନ୍ଦ୍ରଶେଖରପୁରରେ ବୋଇତ ବନ୍ଦାଣ ଉତ୍ସବ
ଭୁବନେଶ୍ୱର, (ଓଏନ୍ଏସ୍): ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ ଆଜି ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ‘ସୁରକ୍ଷା’ ଆନୁକୂଲ୍ୟରେ ସ୍ଥାନୀୟ ଲୁମ୍ବିନୀ ବିହାର ସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୋଲିସ୍ କମିଶନର ସତ୍ୟଜିତ୍ ମହାନ୍ତି ପ୍ରମୁଖ ଯୋଗଦେଇ ବୋଇତ ଭାସାଇଥିଲେ ଓ ଓଡିଶାର ମହାନ ସଂସ୍କୃତି ଓ ପରମ୍ପରାକୁ ବଂଚାଇ ରଖିବା ପ୍ରତ୍ୟେକ ଓଡିଆଙ୍କର ଧ୍ୟେୟ ହେବା ବିଧେୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ର ସଂପାଦକ ଆର୍.ଏନ୍. ଦାସ, ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କା, ବିଶିଷ୍ଟ ଉଦ୍ୟୋଗୀ ପ୍ରଦୁ୍ୟମ୍ନ କୁମାର ଜେନା, ଶିଳ୍ପପତି ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବୋଇତ ବନ୍ଦାଣ କମିଟିର ଅଧ୍ୟକ୍ଷ ଲାୟନ୍ସ ବିଶ୍ୱନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ‘ସୁରକ୍ଷା’ର ସଭାପତି ସାମ୍ବାଦିକ ଶୁଧାଂସୁ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ବନ୍ଦନା ପଣ୍ଡା ଅତିଥି ପରିଚୟ ଏବଂ ଉପଦେଷ୍ଟା ପପୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ), ସୁବାଶ ଚୈାଧୁରୀ, ବାଇଧର ପ୍ରଧାନ, ଶ୍ରୀଧର ଦାସ, ପି.କେ. ଶତପଥୀ, ଅର୍ଜୁନ ସାହୁ, ଲକ୍ଷ୍ମୀଧର ତ୍ରିପାଠୀ, ବିମଳ ଚନ୍ଦ୍ର ଷଡଙ୍ଗୀ, ଏସ୍.କେ ନୁର୍ ହୁସେନ୍, ଅଜିତ୍ ଲେଙ୍କା ପ୍ରମୁଖଙ୍କୁ ‘ସୁରକ୍ଷା ଗୈାରବ ସମ୍ମାନ’ ପ୍ରଦାନ କରାଯାଇଥିଲା । ଶେଷରେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।
କାର୍ତିକ ପୂର୍ଣ୍ଣିମୀ ଉପଲକ୍ଷେ ୨୨ତାରିଖ ସଂଧ୍ୟାରୁ ଚତୁର୍ଥପ୍ରହରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ସଂପାଦକ କେଶବ ରଣା ଓ କାର୍ଯ୍ୟକର୍ତା ମିଲି ରଣା, ପଦ୍ମଲୋଚନ ସାହୁ, କୈଳାସ ଜେନା ଓ ଅମ୍ବିକା ପରିଡା ପ୍ରମୁଖ ପରି•ଳନା କରିଥିଲେ ।