କେନ୍ଦ୍ରର ସ୍ୱାସ୍ଥ୍ୟ ଯୋଜନା ବି ଆମ ରାଜ୍ୟରେ କାର୍ଯ୍ୟକାରୀ ହେଉ
ଗଣତନ୍ତ୍ରର ଚାରୋଟି ସ୍ତମ୍ଭ । ସେଗୁଡିକ ହେଲା, ସମାଜ ପାଳିକା, ପ୍ରଶାସନ ଓ ନ୍ୟାୟପାଳିକା । ଏଗୁଡିକ ଅଧିକ ଆକ୍ଟିଭ ହୁଏ ମିଡିଆ ଥିଲେ । ସେଥିପାଇଁ ମିଡିଆକୁ କୁହାଯାଇଛି, ଚତୁର୍ଥ ସ୍ତମ୍ଭ । ଠିକ ସେଇପରି ସୁସ୍ଥ ରହିବାର ଚାରୋଟି ସ୍ତମ୍ଭ ହେଲା,ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ । ଏ ତିନୋଟି ଯାକ ସମ୍ଭବ ହୁଏନା ସୁସ୍ଥ ନରହିଲେ । ଜୀବନଧାରଣର ତିନେଟି ସ୍ତମ୍ଭ ସମ୍ଭବ ହୁଏନା ସୁସ୍ୱାସ୍ଥ୍ୟ ନରହିଲେ । ସୁସ୍ଥ ନ ରହିଲେ, ପୂର୍ବ ତିନୋଟି ମୂଲ୍ୟହୀନ । ସେଥିପାଇଁ ଖାଦ୍ୟ, ବସ୍ତ୍ର, ବାସସ୍ଥାନ ସହିତ ଉଚାରିତ ହୁଏ ଚିକିସ୍ୱା ପରିସେବାର ନାମ । କାରଣ ଚିକିସ୍ୱା ପରିସେବାକୁ ଏଡାଇ ସୁସ୍ୱାସ୍ଥ୍ୟ କଥା କେବେହେଲେ ଚିନ୍ତା କରାଯାଇପାରେନା । ବରଂ ଆଧୁନିକ ଜୀବନଶୈଳୀରେ ଖାଦ୍ୟ, ବାସସ୍ଥାନପୂର୍ବରୁ ସୁସ୍ୱାସ୍ଥ୍ୟ କଥା ଚିନ୍ତା କରାଯାଇପାରେ । ଏହାକୁ ହୁଏତ ଅନେକ ବିରୋଧ କରିପାରନ୍ତି । ପ୍ରଶ୍ନ କରିପାରନ୍ତି, ଆଗ ଅଣ୍ଡା ନା ଆଗ କୁକୁଡା? ସେ ଯାହା ହେଉନା କାହିଁକି ଚିକିସ୍ୱା ପରିସେବା ଆଧୁନିକ ଜୀବନଶୈଳୀରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଜୀବନ ରହିଲେ ବିତର୍କ ହେବ । ସମଗ୍ର ବିଶ୍ୱରେ କିପରି ଉତମ ସ୍ୱାସ୍ଥ୍ୟସେବା ପାଇହେବ, ତାହାକୁ ନେଇ ବିତର୍କ ଚାଲିଛି । ଭାରତ କ୍ଷେତ୍ରରେ ଏହା ବିଶେଷଭାବେ ଗୁରୁତ୍ୱପୂର୍ଣ୍ଣ । କାରଣ ଏକାଧିକ । ପ୍ରଥମ କାରଣ ହେଲା, ବିପୁଳ ଜନସଂଖ୍ୟା ବୃଦ୍ଧି । ତାପରେ ଆସେ ଦାରିଦ୍ର୍ୟ, ଅପପୁଷ୍ଟି । ଦାରିଦ୍ୟ୍ର ଯୋଗୁ ଆମେ ଦେହର ଯତ୍ନ ଠିକଭାବେ ନେଇପାରୁନା । ତେଣୁ ରୋଗ ଅଧିକ ହୁଏ । ସେଇପରି ଅପପୁଷ୍ଟି ଯୋଗୁ ରୁଗଣ ଶିଶୁ ଜନ୍ମ ନେଇଥାଏ । ସେଇପରି ସଂକ୍ରାମକ ରୋଗ ଅଧିକ ଦେଖାଦେବାର କାରଣ ହେଲା, ଶିକ୍ଷାର ଅଭାବ କୁସଂସ୍କାର । ସାମାଜିକ ପ୍ରଥାର ବହୁଳ ପ୍ରଚଳନ । ସ୍ୱାସ୍ଥ୍ୟ ସଚେତନତାର ଅଭାବ । ଧରାଯାଉ ଜନ୍ମନିୟନ୍ତ୍ରଣ କର୍ମସୂଚୀ ସାର୍ଥକ ହେଲା, ଦେଶରେ ଜନସଂଖ୍ୟାର ନିୟନ୍ତ୍ରଣ ହେଲା । ଶିକ୍ଷା ଯୋଗୁ ଲୋକେ ବୁଝିପାରିଲେ, କୁସଂସ୍କାର କଣ? ଏଥିରୁ କିପରି ରକ୍ଷା ମିଳିବ । ନିଜ ଦେହର କିପରି ଯତ୍ନ ନେଇହେବ? ଦାରିଦ୍ର୍ୟ କମିଲେ ଭଲ ଖାଇବାକୁ ମିଳେ । ଯାହାଫଳରେ ପୁଷ୍ଟିହୀନତା ରହେ ନାହିଁ । ଧନୀ ଦରିଦ୍ର ମଧ୍ୟରେ ପାର୍ଥକ୍ୟର ହାର କମିଲେ, ଲୋକ ସଚେତନତା ବଢିବ । ଯାହାଫଳରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଫଳ ହୋଇପାରିବ ।
ଏଠାରେ ଆଉଗୋଟାଏ କଥା କୁହାଯାଇପାରେ । ଏବେ ସମଗ୍ର ଭାରତବର୍ଷରେ ଡାକ୍ତରଙ୍କର ଘୋର ଅଭାବ । ଗାଁ ଗହଳିରେ ଡାକ୍ତର ନାହିନ୍ତି । ଏପରି ଅବସ୍ଥାରେ ଭାରତ ସରକାର ଆୟୁଷ୍ମାନ ଯୋଜନା କାର୍ଯ୍ୟକାରି କରିବାକୁ ଯାଉଛନ୍ତି । କୁହାଯାଉଛି, ଗରିବ ଲୋକଙ୍କୁ ଉନ୍ନତ ମାନର ଚିକି୍ସାସେବା ଯୋଗାଇ ଦିଆଯିବ । କେମିତି ଦିଆଯିବ, ସେ ବିଷୟରେ କିଛି କୁହାଯାଉ ନାହିଁ । ସରକାରଙ୍କ ପକ୍ଷରୁ କିଛି କୁହାଯାଉ ନଥିଲାବେଳେ ବିଜେପି ଦଳ ପକ୍ଷରୁ ଅନେକ କଥା କୁହାଯାଉଛି । ସତେ ଯେପରି ଏହି ଯୋଜନା ବିଜେପି ଦଳର । ଡାକ୍ତରଖାନା ଗୁଡିକରେ ଡାକ୍ତରଙ୍କର ଘୋର ଅଭାବ । ଏପରି ଅବସ୍ଥାରେ ଭାରତର ସତୁରି କୋଟି ଲୋକଙ୍କୁ କିପରି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ? ଏଇ ମୌଳିକ ପ୍ରଶ୍ନର ଉତର କାହା ପାଖରେ ନାହିଁ । କ୍ନେ୍ଦ୍ର ସରକାରଙ୍କ ସହ ତାଳ ଦେଇ ଆମ ରାଜ୍ୟ ସରକାର ମଧ୍ୟ ଏକ ଯୋଜନା କାର୍ଯ୍ୟକାରି କରିବା ଆରମ୍ଭ କରିଦେଇଛନ୍ତି । ଯାହାର ନାମ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।ଏହି ଯୋଜନାରେ ଜଣେ ଗରିବ ଲୋକ ବିଭିନ୍ନ ସରକାରୀ ଓ ସ୍ୱୀକୃତିପ୍ରାପ୍ତ ବେସରକାରି ହସପିଟାଲରେ ମାଗଣାରେ ୫ଲକ୍ଷଟଙ୍କାର ଚିକିସ୍ା ସୁବିଧା ପାଇପାରିବ । କିନ୍ତୁ ଏହାକୁ ସମାଲୋଚନା କରାଯାଉଛି । କୁହାଯାଉଛିି କେନ୍ଦ୍ର ସରକାର ଯେଉଁ ଆୟୁଷ୍ମାନ ଯୋଜନା ଘୋଷଣା କରିଛନ୍ତି, ତାହା ଭଲ । ପ୍ରକୃତରେ କେଉଁ ଯୋଜନା ଭଲ ତାହା ଏବେଠୁ କହିବା ସମ୍ଭବ ନୁହେଁ । କାରଣ ଯୋଜନାର ଭଲ ମନ୍ଦ ତାହାର ପ୍ରଚଳନ ପରେ ଜଣା ପଡିଥାଏ । କେନ୍ଦ୍ର ସରକାରଙ୍କ ଯୋଜନାରେ ଅଧା ଟଙ୍କା ରାଜ୍ୟ ସରକାର ବହନ କରିବା ପାଇଁ କୁହାଯାଉଛି । ଯେଉଁଥିପାଇଁ ଅନେକ ରାଜ୍ୟ ରାଜି ହେଉ ନାହାନ୍ତି । ଯଦି କେନ୍ଦ୍ର ସରକାର ପ୍ରକୃତରେ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦେବାକୁ ଚାହାନ୍ତି, ତେବେ ପ୍ରଥମେ ଭିତିଭୂମି ଉନ୍ନତ କରିବାକୁ ହେବ । ଗାଁ ଗହଳିରେ ଡାକ୍ତର ରହିବା ଦରକାର । ଡାକ୍ତର ଅଭାବ କେବଳ ଓଡିଶା ରାଜ୍ୟର ସମସ୍ୟା ନୁହେଁ । ଏହା ଏକ ସର୍ବଭାରତୀୟ ସମସ୍ୟା । ଅବଶ୍ୟ ଏବେ ଅନେକ ମେଡିକାଲ କଲେଜ ଖୋଲିଲାଣି । କିନ୍ତୁ ଘରୋଇ ମେଡିକାଲ କଲେଜରେ ଡାକ୍ତରି ପାଠପଢା ଏତେ ଖର୍ଚବହୁଳ ହେଲାଣି ଯେ ଏଠାରୁ ପାସ କରୁଥିବା ଡାକ୍ତରମାନେ ସର୍କାରଙ୍କ ଅଧୀନରେ କାମ କରିବାକୁ ଚାହୁଁ ନାହାନ୍ତି । କାରଣ ଦରମା କମ । ଏହି ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ ଡାକ୍ତରମାନେ ସରକାରଙ୍କ ଅଧୀନରେ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ସରକାର ଏକଥା ଭଲଭାବେ ଜାଣନ୍ତି ।
ଉପକେନ୍ଦ୍ରଠାରୁ ମେଡିକାଲ କଳେଜ ପର୍ଯ୍ୟନ୍ତ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇ ଦିଆଯାଇ ପାରିଲେ, ରୋଗୀଟିଏ ଉପକୃତ ହୋଇ ପାରିବ । ଆମ ଦେଶରେ ମାତୃମୃତ୍ୟୁହାର ଅଧିକ ଥିଲା । ଏବେ କମିବାକୁ ଆରମ୍ଭ କରିଛି । ଯଦି ସେବାକୁ ଅଧିକ ଉନ୍ନତ କରାଯିବ, ତେବେ ଏହିହାର ଆହୁରି କମିବ । ଖାଲି ଡାକ୍ତର କାହିଁକି ପାରାମେଡିକାଳ କର୍ମୀମାନଙ୍କର ଅଭାବ ଯୋଗୁ ଗାଁ ଗହଳିରେ ଗରିବ ଲୋକଟିଏ ପ୍ରକୃତ ସେବା ପାଇପାରୁ ନାହିଁ । ଏଠାରେ ଏକ ଉଦାହରଣ ଦିଆଯାଇପାରେ । ଏବେ ବିଭିନ୍ନ ଉପକେନ୍ଦ୍ର ମାଧ୍ୟମରେ ଗରିବ ରୋଗୀମାନଙ୍କର ବିଭିନ୍ନ ପରୀକ୍ଷା କରାଯାଉଛି । ଯଥାଃ-ଡାଏବେଟିଜ, ଉଚରକ୍ତଚାପ, ଆଣ୍ଠୁଗଣ୍ଠିବାତ, କ୍ୟାନସର, ହୃଦଘାତ-ଏମିତି ଅନେକ ରୋଗର ପା୍ରଥମିକ ପରୀକ୍ଷା କରିବା ପାଇଁ ପାରାମେଡିକାଲ କର୍ମୀମାନଙ୍କୁ କୁହାଯାଇଛି । ହେଲେ ଯେଉଁମାନଙ୍କର ରୋଗ ଚିହ୍ନଟ ହେଲା, ସେମାନଙ୍କୁ କିପରି ଚିକିସ୍ୱା କରାଯିବ, ସେ ନେଇ କୌଣସି ମାର୍ଗଦର୍ଶିକା ନାହିଁ । ମନେ କରାଯାଉ ଜଣେ ୮୫ ବର୍ଷର ବୁଢା ଲୋକଙ୍କ ଉଚ ରକ୍ତଚାପ ଏବଂ ଡାଏବେଟିଜ ରୋଗ ଚିହ୍ନଟ ହେଲା । ସେଇ ରୋଗୀଙ୍କୁ ଚିକିସ୍ୱା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ହେବ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସେଠାରୁ ୨୫ କିଲୋମିଟର ଦୂର । ଯିବା ଆସିବା ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ । ତାଛଡା ବୁଢାଲୋକଟି ମଧ୍ୟ ଏତେ ଦୂର ଏକୁଟିଆ ଯିବା ସମ୍ଭବ ନୁହେଁ । ତାକୁ କିପରି ଚିକିସ୍ୱା କରାଯିବ? ସେ ଲୋକଟି ବିନା ସ୍ୱାସ୍ଥ୍ୟସେବା ପାଇବାରେ ମରିଯିବ? ଏମିତି ଅନେକ କଥା । ତା ଛଡା, ଆଜିକାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ସେଠାକୁ ଗଲେ ସେ ସଙ୍ଗେ ସଙ୍ଗେ ଜିଲ୍ଲା ମହକୁମା ଡାକ୍ତରଖାନକୁ ପଠାଇ ଦେବେ । ଏମିତିଭାବେ ରୋଗୀଟି ବୁଲୁବୁଲୁ ମରିଯିବ । ଏଇଭଳି ଅନେକ ସମସ୍ୟା ରହିଛି । ଯାହାର ପ୍ରତିକାର ବ୍ୟବସ୍ଥା ସରକାର କରିନାହାନ୍ତି । ଅସହାୟ ବୃଦ୍ଧ ରୋଗୀମାନଙ୍କୁ ଆମ୍ବୁଲାନସ ମଗାଇ ସଙ୍ଗେ ସଙ୍ଗେ ରେଫର କରିବାର ବ୍ୟବସ୍ଥା କରାଯିବା ଉଚିତ । ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଥିବା ପାରାମେଡିକାଲ ଷ୍ଟାଫମାନେ ରହିବା ଦରକାର । ତାହାହେଲେ ଯାଇ ରୋଗୀଟିଏ ଠିକଭାବେ ସେବା ପାଇପାରିବ । କେନ୍ଦ୍ର ସରକାର ସବୁ ଯୋଜନା କରୁଛନ୍ତି । କିନ୍ତୁ ତାହାକୁ କାର୍ଯ୍ୟକାରି କଲାବେଳେ ରାଜ୍ୟ ସରକାରଙ୍କୁ ମ୍ୟାଚିଙ୍ଗ ଗ୍ରାଂଟ ଦେବାକଥା କହୁଛନ୍ତି । କିନ୍ତୁ ବାହବା ନେବା ବେଳକୁ କେନ୍ଦ୍ର ସରକାର ନେଉଛନ୍ତି । ସେଇ ମତଲବରେ ରାଜ୍ୟ ସରକାରମାନେ ରାଜି ନହୋଇ ନିଜସ୍ୱ ଯୋଜନା କରୁଛନ୍ତି । କେନ୍ଦ୍ର ସରକାର ଯୋଜନାର ସବୁ ଅର୍ଥ ବହନ କରିବା ଦରକାର । ଖାଦ୍ୟ ସୁରକ୍ଷା ଯୋଜନା ଭଳି ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଯଦି ପ୍ରଣୟନ ହୁଅନ୍ତା, ତେବେ ରାଜ୍ୟ ସରକାରମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରନ୍ତେ । ଯୋଜନା ଯାହାର ହେଉନା କାହିଁକି ସାଧାରଣ ଲୋକେ ଏଥିରୁ ସୁଫଳ ପାଇବା ଦରକାର । ଦୁଇଟି ଯାକ ଯୋଜନା ଭଲ । ହେଲେ ତାହାକୁ ଠିକଭାବେ କାର୍ଯ୍ୟକାରି କରିବା ଦରକାର । ଉପକେନ୍ଦ୍ରଠାରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ସବୁ ଜାଗାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ମିଳିବା ଦରକାର । ଆଜିପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ଗରିବ ଲୋକ ଠିକଭାବେ ଅର୍ଥାତ ମାଗଣାରେ ଚିକିସ୍ୱିତ ହୋଇପାରୁ ନାହାନ୍ତି । ଘରୋଇ ଡାକ୍ତରଖାନା ଗୁଡିକ କେବଳ ବଡବଡିଆଙ୍କ ପାଇଁ । ଗରିବ ଲୋକ ସେଠାକୁ ଗଲେ ସର୍ବସ୍ୱାନ୍ତ ହୋଇ ଫେରିବା ଛଡା ଅନ୍ୟ ବାଟ ପାଇବ ନାହିଁ । ଏଣୁ ଉଭୟେ ସରକାର ନିଜସ୍ୱ ଯୋଜନାର ସଫଳ ରୁପାୟନ ପାଇଁ ଯତ୍ନବାନ ହେବା ଦରକାର । ଦୁଇଟି ଯାକ ଯୋଜନା କାମ କଲେ ଗରିବ ଲୋକ ଉପକୃତ ହେବେ । ଏଥିରେ ରାଜନୀତି ରହିବା ଠିକ ନୁହେଁ ।
ସୁବାସ ଷଡଙ୍ଗୀ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୪୩୯୬୫୨୩୨୨