ଗ୍ରାମାଂଚଳ ପେଟ୍ରୋଲ ପମ୍ପ ଉପରେ ଗୁରୁତ୍ୱାରୋପ

ପାରାଦୀପ,(ଓଏନ୍ଏସ୍): ଆଜି ସ୍ଥାନୀୟ ଏକ ହୋଟେଲରେ ତିନୋଟି ତୈଳ କମ୍ପାନୀ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଇଓସିଏଲ୍, ବିପିସିଏଲ ଏବଂ ଏଚପିସିଏଲ ର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଖୁଚୁରା ବ୍ୟବସାୟ ନିମନ୍ତେ ବ୍ୟବସାୟୀ ଚୟନ ପ୍ରକ୍ରିୟା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅର୍ଥ ବ୍ୟବସ୍ଥାର ଦୃତ ଅଭିବୃଦ୍ଧି ନିମନ୍ତେ ଉର୍ଜ୍ଜା ଶକ୍ତିର ଆବଶ୍ୟକତା ବହୁ ମାତ୍ରାରେ ବୃଦ୍ଧି ପାଇଛି । ବର୍ଷକୁ ପେଟ୍ରୋଲ ଶତକଡା ୮ ହାରରେ ଏବଂ ଡିଜେଲ ୪ ହାରରେ ବୃଦ୍ଧି ଘଟୁଛି । ଇନ୍ଧନର ଆବଶ୍ୟକତାକୁ ପ୍ରାଥମିକତା ଦେବା ସ୍ୱରୂପ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ଖୁଚୁରା ବିକ୍ରୟ କେନ୍ଦ୍ର (ପେଟ୍ରୋଲ ପମ୍ପ) ର ପ୍ରଶାରଣ କରାଯାଇଛି । ସୁଦୂର ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନଙ୍କ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଖୁଚୁରା ବିକ୍ରୟ କେନ୍ଦ୍ରର ବିସ୍ତାର କରାଯାଉଛି । ଯାହା ଫଳରେ ରାଜ୍ୟରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବିଜ୍ଞାପନ ମାଧ୍ୟମରେ ତୈଳ ବିପଣନ ସଂସ୍ଥା ଗୁଡିକ ଉପଯୁକ୍ତ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରୁଛନ୍ତି । ଏହା ଭାରତ ସରକାରଙ୍କ ଏଜ୍ ଅଫ୍ ଡୁଇଙ୍ଗବିଜନେସ ଆଧାରରେ ସରଳକରଣ କରାଯାଇଛି । ବିନା ଜମିରେ ଆବଶୟକତାକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ନିମନ୍ତେ ଆବେଦନ କରାଯାଇ ପାରିବ ଯେପରିକି ଚୟନ ପ୍ରକ୍ରିୟା ସମୟରେ ସେମାନଙ୍କୁ ଜମି ପ୍ରଦାନ କରାଯିବ । ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଉଦେଶ୍ୟରେ ପ୍ରଥମ ଥର ପାଇଁ କମ୍ପୁଟର ଆଧାରିତ ଲଟେରୀ ଉଠାଣ/ ବିଡ୍ ଓପନିଂ ନିରପେକ୍ଷ ଏଜେନ୍ସି ଦ୍ୱାରା କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ନୂତନ ଜ୍ଞାନ କୈାଶଳ ଦ୍ୱାରା ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ର ସ୍ଥାପନ କରାଯିବାର ଲକ୍ଷଧାର୍ଯ୍ୟ କରାଯାଇଛି । ଯାହା ଖୁଚୁରା ବ୍ୟବସାୟୀମାନଙ୍କୁ ଉତମ ସୁଯୋଗ ପ୍ରଦାନ କରିବା ସହିତ ଫରଚୁ୍ୟନ ୫୦୦ କମ୍ପାନୀମାନଙ୍କ ସହିତ ଯୋଡି ହେବାର ମଧ୍ୟ ସୁଯୋଗ ସୃଷ୍ଟି କରିବ ବୋଲି ଆଇଓସିଏଲ ଏସଆର ମ୍ୟାନେଜର କେ କିରଣ ପାତ୍ର ବିପିସିଏଲ ଅଧିକାରୀ ସୈାମ୍ୟ ପ୍ରଧାନ,ଏବଂ ଏଚପିସିଏଲର ଏସ.ଗୋୟଲ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.