ତେଲର ଦାମ ପ୍ରକୃତରେ କମିଛି କି?

ଭୁବନେଶ୍ୱର, (ଓଏନ୍ଏସ୍): ଗତ ଦେଢମାସ ଧରି ତେଲର ଦାମ କ୍ରମାଗତଭାବେ କମିବାରେ ଲାଗିଛି ତେଲର ଦାମ । କିନ୍ତୁ ଏବେବି ତେଲର ଦାମ ଷଯ ଶସ୍ତା ଏକଥା ଗ୍ରହଣ କରିବାକୁ ରାଜି ନୁହଁନ୍ତି, ଗ୍ରାହକ ଏବଂ ଡିଲରମାନେ । ବିଶେଷଞମାନେ ମଧ୍ୟ । ବରଂ ସେମାନଙ୍କର ଦାବି ହେଉଛଇ, ଅହେତୁକଭାବେ ତେଲର ଦାମ ବଢିଥିଲା, କିଛି ପରିମାଣରେ କମିଛି । ଏହା ଭିତରେ ତେଲର ଦାମ ପ୍ରାୟ ସାତଟଙ୍କା ଚଉସ୍ତରି ପଇସା କମିଛି । ରାଜଧାନୀରେ ରବିବାରଦିନ ପେଟ୍ରୋଲର ଦାମ ଥିଲା, ସତୁରି ଟଙ୍କା ସତାଅଶୀ ପଇସା । ଆଉ ଡିଜେଲର ଦାମ ଥିଲା ଏକସ୍ତରି ଟଙ୍କା ତେୟାଳିଶ ପଇସା ।
ଦି୍ୱତୀୟ ୟୁପିଏ ଜମାନାରେ ତେଲର ଦାମ ଆଶାତୀତଭାବେ ବଢିଯିବାରୁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଅବଶ୍ୟ ସେତେବେଳେ ଅନ୍ତର୍ଜାତିକ ବଜାରରେ ତେଲର ଦାମ ଅତି ଚଢାଥିଲା । ମୋଦି ସରକାର ଏବେ ଅନ୍ତର୍ଜାତୀୟ ବଜାରରେ ତେଲର ଦାମ ଚଢାଥିବାରୁ ଏଠାରେ ତେଲର ଦାମ ବଢୁଛି ବୋଲି ଯୁକ୍ତି ବାଢୁଛନ୍ତି ।
ତେଲର ଦାମ କମ ହେବା ପଛରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିବା ସହିତ ଡଲାର ତୁଳନାରେ ଟଙ୍କା ଅଧିକ ଶକ୍ତିଶାଳୀ ହୋଇଛି ବୋଲି କୁହାଯାଉଛି । ନଭେମ୍ବର ମାସରେ ତେଲର ଦାମ ଥିଲା, ଅଣାଅଶୀ ଟଙ୍କା ସତର ପଇସା ।
ଆସନ୍ତା ସପ୍ତାହରେ ତେଲର ଯୋଗାଣ ନେଇ ଓପେକ ଗୋଷ୍ଠୀଭୁକ୍ତ ଦେଶ ଗୁଡିକର ବୈଠକ ବସୁଛି । ତେଲର ଦାମ କମିବା ନେଇ ସେଥିରେ ଆଲୋଚନା ହୋଇପାରେ ।
ଅକ୍ଟୋବର ଓ ନଭେମ୍ବର ତୁଳନାରେ ତେଲର ଦାମ କମୁଛି । ତଥାପି ଏହା ଅଧିକ ଦାମ ବୋଲି ଅନେକ ମନେ କରନ୍ତି । ମନମୋହନ ସିଂଙ୍କ ସରକାର ସମୟରେ ଅନ୍ତର୍ଜାାତୀୟ ବଜାରରେ ତେଲର ଦାମ ଅତି ଚଢାଥିଲେ ମଧ୍ୟ ଭାରତରେ ତେଲର ଦାମ ସେତେ ଅଧିକ ନଥିଲା ବର୍ତମାନର ଦାମକୁ ତୁଳନା କଲେ । ସେତେବେଳେ ୧୧୦ ଡଲାର ଥିଲାବେଳେ ଏବେ ତାହା ୬୦ ଡଲାରକୁ ଖସିଆସିଛି । ଏଣୁ ସରକାର ତେଲ ଦର କମାଇବା ନିହାତି ଦରକାର ।
ତେଲ ଦର କମିବା ସହିତ ତେଲ ବିକ୍ରି କମିଛି ନା ବଢିଛି? ଏ ସମ୍ପର୍କରେ ଅନେକ କହନ୍ତି, ଉପରିକୁ ଯେତିକି କମିବା କଥା ତାହା ନ କମିଥିଲେ ମଧ୍ୟ ତେଲ ବିକ୍ରି କମିଛି । ତାର କାରଣ ହେଉଛି, ଯେଉଁ ହାରରେ ଗାଡି ମଟର ବିକ୍ରି ହେବାକଥା ତାହା ହୋଇ ନାହିଁ ।
ଅନ୍ତର୍ଜାତୀୟ ବଜାରରେ ତେଲର ଦାମ ଏବେ ଆହୁରି କମିବ । କିନ୍ତୁ ଭାରତରେ ଏହାର ପ୍ରଭାବ ସେତେଟା ପଡିବ ନାହିଁ । କାରଣ ଯେତେ କମିଲେ ମଧ୍ୟ ଟିକସର ହାର ଅଧିକ ଥିବାରୁ ଦାମ ଚଢା ରହିବ । ତେଳର ବିକ୍ରି ଉପରେ ନିର୍ଭର କରୁଛି, ବଜାର ଚାଙ୍ଗା ହେବାର ଅର୍ଥନୀତି । ଯେଉଁ ନିର୍ବାଚନ ହେଉଛି, ତା ଉପରେ ତେଲ ଦାମ ବୃଦ୍ଧି ର କୌଣସି ପ୍ରଭାବ ରହିବ କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତେବେ ଅନେକ ମନେ କରନ୍ତି, ନିଶ୍ଚିତଭାବେ ପଡିବ ।
ସେଇପରି ଗ୍ୟାସ ରେଟ ମଧ୍ୟ ବଢିବାରେ ଲାଗିଛି । ସରକାର ତେଲ ଦାମ ସ୍ୱାଧୀନଭାବେ ତେଲ ସଂସ୍ଥାଗୁଡିକ ନିର୍ଦ୍ଧାରଣ କରୁଛନ୍ତି ବୋଲି କହୁଥିଲେ ମଧ୍ୟ ସରକାରଙ୍କ ଟିକସ ରାଜନୀତି ତେଲ ଦାମକୁ ଚଢା ରହିବାରେ ସହାୟକ ହୋଇଛି । ( ସୁବାସ ଷଡଙ୍ଗୀଙ୍କ ରିପୋର୍ଟ)

Leave a Reply

Your email address will not be published.