ଓଡିଶା ରାଜନୀତିରେ ଅପ୍ରତିଦ୍ୱନ୍ଦୀ ନବୀନ

ଭାରତର ବହୁ ରାଜ୍ୟରେ ଆଂଚଳିକ ଦଳର ସରକାର ଚାଲିଛି । ଜାତୀୟ ରାଜନୈତକ ଦଳକୁ ବିପର୍ଯ୍ୟୟ ଘଟାଇଥିବା ରାଜ୍ୟଗୁଡିକ ହେଉଛି, ତାମିଲନାଡୁ । ଏଠାରେ ଆଂଚଳିକ ଦଳଭାବେ ଡିଏମକେ ଏବଂ ଏଆଇଡିଏମକେ ବହୁବାର କ୍ଷମତାସୀନ ହୋଇଛନ୍ତି । ଏହାବ୍ୟତୀତ ଆନ୍ଧ୍ରପ୍ରଦେଶରେ ମଧ୍ୟ ଆଂଚଳିକ ‘ତେଲଗୁ ଦେଶମ’ ଦଳ କ୍ଷମତାସୀନ ହୋଇ ଶାସନ କରୁଛନ୍ତି । କିନ୍ତୁ ଓଡିଶାରେ ପ୍ରଥମ ଥର ପାଇଁ ଡଃ. ହରେକୃଷ୍ନ ମହତାବ ଦ୍ୱାରା ଗଠିତ ‘ଜନକଂଗ୍ରେସ’ ନାମକ ଆଂଚଳିକ ଦଳ ୧୯୬୭ ମସିହାରେ ମିଳିତ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ । ଏହା ପରେ ବିଜୁବାବୁଙ୍କ ନେତୃତ୍ୱରେ ଗଠିତ ‘ ଉକ୍ରଳ କଂଗ୍ରେସ’ ଦଳ ୧୯୭୧ ମସିହାରେ ମିଳିତ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିଲେ ।
ଦୁଇ ହଜାର ମସିହା, ମାର୍ଚ ମାସରେ ନବୀନବାବୁଙ୍କ ନେତୃତ୍ୱରେ ‘ବିଜୁଜନତାଦଳ’ ପ୍ରଥମେ ବିଜେପି ସହିତ ମିଶି ମିଳିତ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ । ଏହି ମିଳିତ ମନ୍ତ୍ରୀମଣ୍ଡଳ ପୁନଶ୍ଚ ୨୦୦୪ ମସିହା ନିର୍ବାଚନରେ ବିଜୟ ହାସଲ କରି ମନ୍ତ୍ରୀମଣ୍ଡଳ ଗଠନ କରିଥିଲା । ଏହି ଦୁଇଟି ମନ୍ତ୍ରୀମଣ୍ଡଳର ନେତୃତ୍ୱ ନେଇଥିଲେ ନବୀନବାବୁ । କିନ୍ତୁ ଦୁଇଥର କ୍ଷମତା ହାସଲ କରିବା ପରେ ୨୦୦୯ ମସିହାରେ ନବୀନବାବୁ ବିଜେପିର ହାତଛାଡି ଏକାକି ନିର୍ବାଚନ ଲଢିଥିଲେ । ଏହି ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ଘଟିଲା । ସେଥରକ ନବୀନବାବୁ ଏକାକି ନିର୍ବାଚନ ଲଢି ୧୦୩ ଟି ଆସନରେ ଜିତି ସରକାର ଗଠନ କରିଥିଲା । ପୁନଶ୍ଚ ୨୦୧୪ ମସିହା ସାଧାରଣ ନିର୍ବାଚନରେ ନବୀନବାବୁଙ୍କ ନେତୃତ୍ୱରେ ବିଜେଡି ୧୧୭ଟି ଆନରେ ବିଜୟ ଲାଭ କରି ସରକାର ଗଠନ କରିଛନ୍ତି । ନବୀନବାବୁ ହେଉଛନ୍ତି ଏକମାତ୍ର ନେତା ଯାହାଙ୍କ ନେତୃତ୍ୱରେ ବିଜେଡି ଭଳି ଆଂଚଳିକ ଦଳ ଏକାକି ସରକାର ଗଠନ କରିବାକୁ ସକ୍ଷମ ହୋଇପାରିଛି । ଯଦିଓ ତାଙ୍କ ବାପା ବିଜୁବାବୁ ୧୯୯୦ ମସିହା ନିର୍ବାଚନରେ ୧୨୩ ଆସନରେ ବିଜୟ ଲାଭ କରିଥିଲେ । ନବୀନବାବୁ ହେଉଛନ୍ତି, ଏଲକମାତ୍ର ନେତା ଯି, ତାଙ୍କ ଜୀବନରେ କେବେହେଲେ ପରାଜୟର ସ୍ୱାଦ ଚାଖି ନାହାନ୍ତି । ରାଜନୀତି ଏବଂ ଓଡିଶାଠାରୁ ବହୁଦୂରରେ ରହି ସେ ହଠାତ ୧୯୯୭ ମସିହାରେ ଆସିକା ଲୋକସଭା ଆସନରୁ ଏକ ଉପନିର୍ବାଚନରେ ବିଜୟ ଲାଭ କରିଥିଲେ । ଏହା ପରଠାରୁ ସେ ୨୦୦୦ ମସିହା ପର୍ଯ୍ୟନ୍ତ ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ୨୦୦୦ ମସିହାରେ ଜାତୀୟ ରାଜନୀତି ଛାଡି ଓଡିଶାର ମୁଖ୍ୟମନ୍ତ୍ରୀ ଦାଇତ୍ୱ ବହନ କଲେ । ସେବେଠାରୁ ନିରବିଛନ୍ନ୍ାବେ ତାଙ୍କ ଦଳର ଆସନ ସଂଖ୍ୟା ବଢିଚାଲିଛି । ଏହା ଭିତରେ ୧୮ ବର୍ଷ ବିତି ଗଲାଣି । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ । ଆଜି ପର୍ଯ୍ୟନ୍ତ ଯେତେ ଜନମତ ସର୍ଭେ ହୋଇଛି, ସବୁଥିରେ ବିଜେଡି ଆଗୁଆ ରହିଛି । ଏହାର ଅର୍ଥ ୨୦୧୯ ନିର୍ବାଚନରେ ବିଜେଡି ପୁଣିଥରେ ଓଡିଶାରେ ସରକାର ଗଠନ କରିବ । ନବୀନବାବୁ ମୁଖ୍ୟମନ୍ତ୍ରୀ ହେବେ । ବିଜେପି ଓ କଂଗ୍ରେସ ଭଳି ଜାତୀୟ ରାଜନୈତିକ ଦଳଗୁଡିକ ଶୋଚନୀୟଭାବେ ପରାଜିତ ହୋଇଛନ୍ତି ।
ନବୀନବାବୁଙ୍କ ଦୀର୍ଘ ୧୮ ବର୍ଷର ଇନିଂସ ମଧ୍ୟରେ ବହୁ ପ୍ରତିଷ୍ଠିତ ରାଜନୈତିକ ନେତାଙ୍କୁ ସେ ଦଳରୁ ବହିଷ୍କାର କରିଛନ୍ତି । ସେମାନେ ରାଜନୀତିରେ କୋଣଠେସା । ଏମାନଙ୍କ ମଧ୍ୟରେ ଅଛନ୍ତି ବିଜୁବାବୁଙ୍କ ଏକାନ୍ତ ଅନୁଗତ ଓ ସହଯୋଗୀ ବିଜୟ ମହାପାତ୍ର, ନଳିନୀକାନ୍ତ ମହାନ୍ତି, ରାମକୃଷ୍ନ ପଟନାୟକ, ଶରତ କୁମାର କର ଏବଂ ନିକଟରେ ଦଳରୁ ବହିଷ୍କୃତ ହୋଇଥିବା ଦାମୋଦର ରାଉତ ତଥ ବୈଜୟନ୍ତ ପଣ୍ଡା । ଏମାନଙ୍କର ରାଜନୈତିକ ପରାକାଷ୍ଠା କିଛି ନାହିଁ କହିଲେ ଚଳେ । ସେଇପରି କଂଗ୍ରେସ ଦଳର ତତକାଳୀନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂଙ୍କୁ ନିଜ ଦଳକୁ ଆଣି ସେ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ । ଚଳଚିତ୍ର ଅଭିନେତା ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖଙ୍କୁ ବିଜେହିରେ ସାମିଲ କରି ନିଜର ଶକ୍ତି ବୃଦ୍ଧି କରିବାକୁ ସକ୍ଷମ ହୋଇପାରିଛନ୍ତି । ଏବେବି ବିଭିନ୍ନ ଦଳର ବହୁନେତା ବିଜେଡିକୁ ଆସିବା ପାଇଁ ଆଗ୍ରହୀ । କାରଣ ନବୀନଙ୍କ ଲୋକପ୍ରିୟତା ଏମାନଙ୍କୁ ଜିତିବାରେ ସହାୟକ ହୋଇପାରିବ । ବହୁ ବ୍ୟୁରେକ୍ରଶଟ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ସେମାନଙ୍କ ଭିତରେ ଅନୁପ ପଟନାୟକ, ଅମର ପଟନାୟକ ଅନ୍ୟତମ । ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟନାୟକ, ଅଚ୍ୟତ ସାମନ୍ତ ମଧ୍ୟ ଦଳରେ ରହିବାକୁ ଅଧିକ ପସନ୍ଦ କରିଛନ୍ତି ।
ଖାଲି ସେତିକି ନୁହେଁ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅମାନେ ମଧ୍ୟ ବିଜେଡିରେ ଯୋଗଦୋକୁ ଅଧିକ ପସନ୍ଦ କରିଛନ୍ତି । ହରେକୃଷ୍ନ ମହତାବଙ୍କୁ ପୁଅ ଭର୍ତୃହରି ମହତାବ, ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତ ଶତପଥୀ, ରାଜନେ୍ଦ୍ର ନାରାୟଣ ସିଂଦେଓଙ୍କ ପୁଅ ଅନଙ୍ଗ ଉଦୟ ସିଂଦେଓ ପ୍ରମୁଖ ନବୀନବାବୁଙ୍କ ନେତୃତ୍ୱକୁ ଗ୍ରହଣ କରିନେଇଛନ୍ତି । ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ଏବେ ପ୍ରଭାବଶୂନ୍ୟ । ଏଣୁ ସେ ଯେ ଜଣେ ଅପ୍ରତିଦ୍ୱନ୍ଦୀ ନେତା ଏକଥା ସମସ୍ତେ ସ୍ୱୀକାର କରିବେ ।
ଗତ ସପ୍ତାହରେ ବଲିଉଡର ଦୁଇଜଣ ମହାନ ଅଭିନେତା ଭୁବନେଶ୍ୱର ଆସି ନବୀନବାବୁଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ଯାହା ତାଙ୍କ ଲୋକପ୍ରିୟତା କେତେ ତାହା ପ୍ରମାଣ କରିଛି । ଲୋକେ ଏବେଠାରୁ କହିବାକୁ ଆରମ୍ଭ କଲେଣି ନବୀନ ହିଁ ୨୦୧୯ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ । ରାଜନୈତି ଜ୍ୟୋତିଷମାନେ ଏବେଠାରୁ ନବୀନଙ୍କ ବିଜୟକୁ ସ୍ୱୀକୃତି ଜଣାଇ ସାରିଲେଣି ।//ସୁବାସ ଷଡଙ୍ଗୀ

Leave a Reply

Your email address will not be published.