ସଂକଟରେ ଗୃହବିଭାଗ!
ରାଜ୍ୟ ସରକାରଙ୍କ ଗୃହବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଏହି ବିଭାଗରାଜ୍ୟର ଆଇନଶୃଂଖଳା, ପୋଲିସ, ଜେଲ, ସଚିବାଳୟ ସେବା ସଂସ୍ଥା, ପ୍ରେଟୋକଲ ଇତ୍ୟାଦି ବହୁ ଦାଇତ୍ୱ ବହନ କରିଥାଏ । ଖୋଦ ମୁଖ୍ୟମନ୍ତ୍ରୀ ନବୀନବାବୁ ଏହବି ବିଭାଗର ଦାଇତ୍ୱରେ ଗତ ୨୦୦୦ ମସିହାରୁ ରହିଛନ୍ତି । ଘରୋଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଜଣେ ଦକ୍ଷ ଅଫିସର ଓ ଏହି ବିଭାଗ ଦାଇତ୍ୱରେ ଦୀର୍ଘଦିନ ଧରି ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ସମୟରେ ସଚିବାଳୟର ବିଭିନ୍ନ ବିଭାଗରେ ଜୁନିୟର ଡାଟା ଏନଟି୍ର ଅପରେଟର ନିଯୁକ୍ତି ପାଇଁ ଘରୋଇ ବିଭାଗ ଗତ ୨୦୦୮ ମସିହାରେ ଏକ ନିୟମ ପ୍ରଣୟନ କରିଥିଲେ । ଏହା ଥିଲା ‘ମେଥଡ ଅଫ ରିକୃଟମେଂଟ ଓ କଣ୍ଡିସନସ ଅଫ ସର୍ଭିସ ଫର ଜୁନିୟା ଡାଟା ଏନଟ୍ରି ଅପରେଟର ଇନ ଦି ଡିପାର୍ଟମେଂଟସ ରୁଲସ, ୨୦୦୮’ । ଏହି ରୁଲସ ଅନୁସାରେ ଓଡିଶା ଷ୍ଠାଫ ସିଲେକସନ କମିଶନ ଗତ ୨୦୧୪ ମସିହାରେ ୨୩୨ ଟି ପଦବୀ ପୂରଣ ପାଇଁ ସମ୍ବାଦପତ୍ରମାନଙ୍କରେ ବିଞାପନ ଦେଇ ଦରଖାସ୍ତ ଆହ୍ୱାନ କରିଥିଲେ । ସେଇ ଅନୁସାରେ ଗତ ବର୍ଷ ଅପ୍ରେଲ ମାସରେ ଲିଖିତ ପରୀକ୍ଷା ମଧ୍ୟ ହୋଇଥିଲା । ଏତିକିରେ ପ୍ରାୟ ୫୦୦୦୦ ପରୀକ୍ଷାର୍ଥୀଙ୍କ ଭାଗ୍ୟ ତାଲା ପଡିଗଲା । ବିନା କାରଣରେ କମିଶନଙ୍କ ସଚିବ ପରୀକ୍ଷାଫଳକୁ ସ୍ଥଗିତ ରଖି ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହିତ ଖେଳ ଖେଳୁଛନ୍ତି ।
ମୁଖ୍ୟମନ୍ତ୍ରୀ ଗତ ଚାରିବର୍ଷରେ ପ୍ରାୟ ୬୨ ହଜାର ପଦବୀ ପୂରଣ ହୋଇଥିବାର ଦାବି କରୁଥିବା ବେଳେ ଗତ ଚାରିବର୍ଷ ହେଲା କଣ ପାଇଁ ୨୩୨ ଟି ଡାଟା ଏନଟ୍ରି ପଦବୀ ପୂରଣ ହୋଇପାରୁ ନାହିଁ ତାର ସମୀକ୍ଷା କରିନାହାନ୍ତି । ଘରୋଇ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରୁଛି । ଶତାଧିକ ପରୀକ୍ଷାର୍ଥୀ ଏନେଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ମାଧ୍ୟମରେ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କଣ ପାଇଁ ନିଦାବିଷ୍ନୁ ସାଜିଚନ୍ତି ଜଣା ପଡୁ ନାହିଁ । ନିଜେ ମୁଖ୍ୟମନ୍ତ୍ରୀ ଏ ବିଷୟରେ ତଦନ୍ତ କରିବାକୁ ବହୁ ପରୀକ୍ଷାର୍ଥୀ ଦାବି କରିଛନ୍ତି ।