ନିର୍ଭୀକ ସାମ୍ବାଦିକ ଡ଼ଃ ରାଧାନାଥ ରଥ

ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ଶତାବ୍ଦୀ ପୁରୁଷ, ଶତାବ୍ଦୀ ସାଧକ ଡ଼ଃ ରାଧାନାଥ ରଥ ୧୯୯୬ ମସିହା ଡ଼ିସେମ୍ବର ୬ ତାରିଖରେ ଆଠଗଡ଼ର ରାଧାନାଥପୁର ଶାସନ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଆଠଗଡ଼ର କାଲା ମହାନ୍ତି ଚାହାଳୀରେ ପାଠ ପଢୁଥିବାବେଳେ ତାଙ୍କ ଭିତରେ ଅଦ୍ଭୁତ ଜ୍ଞାନ ଥିବାର ପ୍ରମାଣ ମିଳିଥିଲା । କଟକର ରେଭେନ୍ସା କଲିଜିଏଟ୍ ସ୍କୁଲ୍ରେ ହାଇସ୍କୁଲ୍ ପାଠ ପଢୁଥିବାବେଳେ ତାଙ୍କର ଉପର ଶ୍ରେଣୀରେ ପଢୁଥିଲେ ସୁଭାଷ ଚନ୍ଦ୍ର ବୋଷ । ଦୁହେଁ ସହପାଠୀ ଥିବାରୁ ସବୁବେଳେ ଦେଶ ସ୍ୱାଧୀନ ହେବା ନେଇ ପରସ୍ପର ଆଲୋଚନା କରୁଥିଲେ ଓ ଚିନ୍ତିତ ରହୁଥିଲେ । ତାଙ୍କର ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ, ମଧୁବାବୁଙ୍କ ଆର୍ଥିକ ସହାୟତାରେ ସେ ମାଟି୍ରକ୍ ପାସ୍ କରିଥିଲେ । ଘରର ଆର୍ଥିକ ଶୋଚନୀୟତା ଦୃଷ୍ଟିରୁ ସେ ଅଧାରୁ କଲେଜ ପଢା ଛାଡ଼ି ସମ୍ବଲପୁରରେ “ସାଧନା ପ୍ରେସ୍”ରେ କାମ କଲେ ଓ ପରେ ପୁଲିସ ବିଭାଗରେ କିରାଣୀ ଭାବେ ଚାକିରି କଲେ । ୧୯୧୮ ମସିହାରେ ସେ ଜଙ୍ଗଲ ବିଭାଗରେ କିରାଣୀ ଭାବେ ଚାକିରି କଲେ । ଏହି ସମୟରେ ତାଙ୍କର ଗୋପବନ୍ଧୁଙ୍କ ସହିତ ଦେଖା ହେଲା ଓ ଗୋପବନ୍ଧୁଙ୍କର ଆହ୍ୱାନରେ ସେ ଚାକିରି ଛାଡ଼ି ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଲେ ।
୧୯୧୯ ମସିହା ଅକ୍ଟୋବର ୪ ତାରିଖରେ ଓଡ଼ିଶାର ସର୍ବ ପ୍ରଥମ ତଥା ସର୍ବୋତମ ଖବରକାଗଜ “ସମାଜ” ସାପ୍ତାହିକ ଭାବେ ଗୋପବନ୍ଧୁଙ୍କ ସଂପାଦନାରେ ପ୍ରକାଶ ପାଇଲା । ଏହାର କିଛିଦିନ ପରେ ଗୋପବନ୍ଧୁଙ୍କ ପରାମର୍ଶରେ ରାଧାନାଥ ସତ୍ୟବାଦୀ ପ୍ରେସ୍ ର ଦାୟିତ୍ୱ ନେଲେ । ଏହା ପରଠାରୁ ରାଧାନାଥଙ୍କର ଚିତାକର୍ଷକ ସାମ୍ବାଦିକତା ଜୀବନ ଆରମ୍ଭ ହେଲା । “ଝିଟିପିଟି କହେ” ସଂପାଦକୀୟ ସାପ୍ତାହିକ ସ୍ତମ୍ଭ ହେଉଛି ରାଧାନାଥ ରଥଙ୍କର ସବୁଠୁ ଆକର୍ଷଣୀୟ ସ୍ତମ୍ଭ । ଏହି ସ୍ତମ୍ଭରେ ବିଭିନ୍ନ ଉପଦେଶ ମାଧ୍ୟମରେ ସମାଜକୁ ସେ ଚେତନା ଦେଇଥାନ୍ତି । ୧୯୩୦ ମସିହା ଏପି୍ରଲ୍ ୯ ତାରିଖ ଠାରୁ “ସମାଜ” ସାପ୍ତାହିକରୁ ଦୈନିକ ରୂପରେ ପ୍ରକାଶ ପାଇଲା । ଗୋପବନ୍ଧୁଙ୍କ ଇହଧାମ ତ୍ୟାଗ ପରେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଶ୍ରୀ ଗୋପବନ୍ଧୁ ଚୌଧୁରୀ, ପଣ୍ଡିତ ଲିଙ୍ଗରାଜ ମିଶ୍ର “ସମାଜ”ର ସଂପାଦନା ଦାୟୀତ୍ୱ ତୁଲାଇ ଥିଲେ ।
୧୯୪୬ ମସିହା ବିଧାନସଭା ନିର୍ବାଚନରେ ରାଧାନାଥ ଆଠଗଡ଼ରୁ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶାର ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଉନ୍ନୟନ ମନ୍ତ୍ରୀ, କୃଷି, ପଶୁ ସଂପଦ, ସମନ୍ୱୟ, ଜଙ୍ଗଲ ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ଥିଲାବେଳେ ଓଡ଼ିଶାର ରୂପ ବଦଳାଇ ଦେଇଥିଲେ । ଚୌଦ୍ୱାର ଲୁଗାକଳ ସ୍ଥାପନ, କାଠଯୋଡ଼ି ଓ କୁଆଖାଇ ପୋଲ ନିର୍ମାଣ, ବାରବାଟୀ ଷ୍ଟାଡ଼ିୟମ୍ ନିର୍ମାଣ, କଟକ ବେତାର କେନ୍ଦ୍ର, ଓଡ଼ିଶା ହାଇକୋର୍ଟ, ଭୁବନେଶ୍ୱର ଠାରେ ରାଜଧାନୀ ସ୍ଥାପନ ଆଦିରେ ତାଙ୍କର ପ୍ରମୁଖ ଭୂମିକା ରହିଥିବାବେଳେ ହୀରାକୁଦରେ ପଲିଟେକ୍ନିକ୍ ପ୍ରତିଷ୍ଠା, ବୁର୍ଲା ଇଂଜିନିୟରିଂ ସ୍କୁଲ୍ ତଥା କଲେଜର ଉନ୍ନୟନ, ରାଜଗାଙ୍ଗପୁର ସିମେଂଟ କାରଖାନା ପ୍ରତିଷ୍ଠା, ଯୋବ୍ରା ଠାରେ ଶୀତଳୀକରଣ ଯନ୍ତ୍ର ନିର୍ମାଣ କାରଖାନା, ପରିବହନ ନିଗମ, ଜଳସେଚନ, ସ୍ୱାସ୍ଥ୍ୟ, ସମନ୍ୱୟ ଆଦି କ୍ଷେତ୍ରରେ ଉନ୍ନୟନ ଯୋଜନା ମାନ ପ୍ରସ୍ତୁତ କରି ଓଡ଼ିଶାର ବିକାଶ ପଥକୁ ପରିଷ୍କାର କରିଥିଲେ । ଏଥିସହିତ ଭୁବନେଶ୍ୱର ଠାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଓ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତି ତାଙ୍କ ରାଜନୀତିକ ଜୀବନର ସଫଳ କୃତିତ୍ୱ ଥିଲା ।
୧୯୭୭ ମସିହାରେ ରାଧାନାଥ ରଥ ରାଜନୀତିର ଗୋଳିଆ ପାଣିରୁ ଓହରି ଯାଇଥିଲେ ଓ “ସମାଜ” ମାଧ୍ୟମରେ ଶାସନ ଗତ ଦୋଷ ଦୁର୍ବଳତାକୁ ସମାଲୋଚନା କରି ଲୋକଙ୍କୁ ଜଣାଇବା ସହ ସରକାର ସତର୍କ ହୋଇ କାର୍ଯ୍ୟ କରିବାକୁ ଚେଷ୍ଟା କଲେ । ତାଙ୍କର ଗଭୀର ଆତ୍ମ ବିଶ୍ୱାସ ଓ ନିଷ୍ଠା ଯୋଗୁ “ସମାଜ” ବର୍ତମାନ ଏକମାତ୍ର ଖବରକାଗଜ, ଯାହାକି ନିରପେକ୍ଷ ସମ୍ବାଦ ପରିବେଷଣ କରି ସମାଜର ସେବା କରି ଚାଲିଛି । ସେ “ପଦ୍ମ ଭୂଷଣ”, “ଉକ୍ରଳ ରତ୍ନ”ଉପାଧି ସହ ବହୁ ସମ୍ମାନରେ ଭୂଷିତ ହୋଇଥିଲେ । ସେହି ପୂଜ୍ୟ ଶତାବ୍ଦୀ ପୁରୁଷ ୧୯୯୮ ମସିହା ଫେବୃୟାରୀ ୧୧ ତାରିଖରେ ଆମକୁ ଶୋକ ସାଗରରେ ଭସାଇ ଦେଇ ଇହଧାମ ତ୍ୟାଗ କରିଥିଲେ । ଡ଼ଃ ରାଧାନାଥ ରଥ ଆଜି ଇହଧାମରେ ନାହାନ୍ତି ସତ, କିନ୍ତୁ ତାଙ୍କର “ଝିଟିପିଟି କହେ”ର ମହତ୍ୱ ସାମାଜିକ ଜୀବନରେ ଗୋଟିଏ ଗୋଟିଏ ଜୀବନ୍ତ ଉଦାହରଣ ହୋଇ ରହିଛି ଓ ଯୁଗ ଯୁଗ ଧରି ରହିବ ମଧ୍ୟ, ଏଥିରେ ସନେ୍ଦହ ନାହିଁ । ତାଙ୍କର ଅମ୍ଲାନ କୃତି ଆଖି ସାମ୍ନାରେ ଭାସି ଉଠୁଛି ।
ଶ୍ରୀମତୀ ସଂଯୁକ୍ତା ସ୍ୱାଇଁ, ସ୍ୱାସ୍ଥ୍ୟ ସେବିକା, ଏସିଏଚ୍ ହସ୍ପିଟାଲ୍,
ଖାରବେଳନଗର, ଭୁବନେଶ୍ୱର-୧, ମୋ-୯୩୩୭୩୬୯୪୪୮

2 thoughts on “

  1. how can i buy priligy in usa But risk taking pills for high blood pressure Physician was expressionless, turning a blind eye to Furosemide Potassium Sparing Or Wasting all this, furosemide potassium sparing or wasting and in nutrients that reduce blood pressure his pupils there was only the fire that was still burning in the name some blood pressure medications distance

Leave a Reply

Your email address will not be published.