ସାମ୍ବାଦିକତାର ମୂଲ୍ୟବୋଧ

ସାମ୍ବାଦିକତାର ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିବା ବର୍ତମାନ ପରିପ୍ରେକ୍ଷୀରେ ଏକ କଷ୍ଟକର ବ୍ୟାପାର । ସାମ୍ବାଦିକତାର ମୂଲ୍ୟବୋଧ ସମ୍ପର୍କରେ ତର୍ଜମା କରିବାକୁ ହେଲେ କାହାକୁ/କେଉଁ ମାନଦଣ୍ଡକୁ ଆଧାର କରି ତର୍ଜମା କରାଯିବ, ତାହା ମଧ୍ୟ ଏକ କଠିନ ପ୍ରଶ୍ନ । କିନ୍ତୁ ଏହା ସତ୍ୟଯେ, ବର୍ତମାନ ବସ୍ତୁବାଦୀ ସମାଜରେ ସାମ୍ବାଦିକତା ମୂଲ୍ୟବୋଧର ଅବକ୍ଷୟ ଘଟିଛି ନିଶ୍ଚିତ । ଏଥିପାଇଁ କାହାକୁ ଦାୟୀ କରାଯିବ? ସମ୍ବାଦିକତା ବୃତିକୁ, ସାମ୍ବାଦିକମାନଙ୍କୁ, ଗଣମାଧ୍ୟମର ମାଲିକ, ସରକାର ନା’ ସମାଜକୁ?
ସାମ୍ପ୍ରତିକ ପରିପ୍ରେକ୍ଷୀରେ ସାମ୍ବାଦିକତା ସମ୍ପର୍କରେ ବହୁ ପ୍ରଶ୍ନ ଦେଖା ଦେଲାଣି । ଯଥା – ସାମ୍ବାଦିକତା ଏକ ବୃତି ନା’ ବ୍ୟବସାୟ, ପେଷା ନା’ ସମାଜାସବା? ସାମ୍ବାଦିକତାର ଶିକ୍ଷାଗତ ମାନଦଣ୍ଡର ଆବଶ୍ୟକତା ଅଛି କି ନାହିଁ? ଯଦି ଅଛି, ତେବେ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ କଣ? ସାମ୍ବାଦିକତାର ପରିସର କଣ? ଦାୟିତ୍ୱ କଣ? ଭୂମିକା କଣ? ସାମ୍ବାଦିକତାର ମୂଲ୍ୟବୋଧ କଣ (?) ଇତ୍ୟାଦି ………….. ।
ଯଦି ଉପରୋକ୍ତ ପ୍ରଶ୍ନ ସବୁକୁ ତର୍ଜମା କରାଯାଏ ତେବେ ଏସବୁ ପ୍ରଶ୍ନର ଉତର ମିଳିବା ସମ୍ଭବ ନୁହେଁ । କାରଣ ଗଣମାଧ୍ୟମ ଏପରି ସ୍ଥିତିରେ ରହିଛି ତାହା ନକହିବା ଭଲ । ଗଣମାଧ୍ୟମ ସମ୍ବିଧାନର ଚତୁର୍ତ ସ୍ତମ୍ଭ ଭାବେ ବର୍ତମାନ ପରିଚିତ । କିନ୍ତୁ ଆମ ସମ୍ବିଧାନ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ମାନ୍ୟତା ଦେଇନାହିଁ । ଏହା ଗଣମାଧ୍ୟମର ଆତ୍ମଘୋଷିତ । ସେହିପରି ସାମ୍ବାଦିକତା ଏକ ବୃତି ନା’ ବ୍ୟବସାୟ? ପେଷା ନା’ ସମାଜସେବା? ଏହା ଏକ ଜଟିଳ ପ୍ରଶ୍ନ । କିନ୍ତୁ ଦ୍ୱିତୀୟ ପ୍ରେସ କମିସନ ୧୯୮୨ ମସିହାରେ ସରକାରଙ୍କୁ ଦେଇଥିବା ତାଙ୍କର ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ‘;‘Journalism not merely as an industry but as a service & profession’ । ଯଦି ଦ୍ୱିତୀୟ ପ୍ରେସ କମିସନଙ୍କର ଏହି ସୁପାରିସ୍କୁ ଗ୍ରହଣ କରାଯାଏ, ତେବେ ସାମ୍ବାଦିକତା /ସମ୍ବାଦପତ୍ର ଏକ ଶିଳ୍ପ କିମ୍ବା ବ୍ୟବସାୟ ନୁହେଁ । ଏହା ଏକ ବୃତି ଓ ସମାଜସେବା ମଧ୍ୟ, ଯାହା ସ୍ୱାଧୀନତା ସଂଗ୍ରାମ ସମୟରେ ଦେଖିବାକୁ ମିଳିଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମ/ସମ୍ବାଦପତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କର ବାର୍ତାକୁ ଗ୍ରାମ ଗ୍ରାମରେ, ଗଳିକନ୍ଦିରେ ଲୋକମାନଙ୍କ ନିକଟରେ ପହଂଚାଇବାରେ ସମ୍ବାଦପତ୍ର ଏକ ଗରୁଦାୟୀତ୍ୱ ବହନ କରିଥିଲା । ସେ ସମୟରେ ସମ୍ବାଦପତ୍ରର ଏକମାତ୍ର ଲକ୍ଷ ଓ ଉଦେ୍ଦଶ୍ୟ ଥିଲା ଭାରତର ସ୍ୱାଧୀନତା । ତେଣୁ ସେହି ସମୟରେ ବହୁ ସମ୍ବାଦପତ୍ର କେବଳ ଏହିଲକ୍ଷ ନେଇ ଜନ୍ମ ଗ୍ରହଣ କରିଥିଲା । ୧୮୮୩ ରେ ଦି ଟାଇମ୍ସ ଅଫ ଇଣ୍ଡିଆ (ବମ୍ବେ),୧୯୬୮ରେ ଅମ୍ରିତ ବଜାର ପତ୍ରିକା (କଲିକତା),୧୮୭୫ରେ ଦି ଷ୍ଟେଟ୍ସମେନ (କଲିକତା),୧୮୭୮ରେ ଦି ହିନ୍ଦୁ (ମାଡ୍ରାସ), ୧୮୮୧ରେ ଦି ଟି୍ରବୁନେ (ଚଣ୍ଡିଗଡ଼)ଇତ୍ୟାଦି ପ୍ରକାଶ ଆରମ୍ଭ ହୋଇଥିଲା । ଏଥିସହିତ ଏହିସମୟରେ ମହାମ୍ôା ଗାନ୍ଧିଙ୍କ ଦ୍ୱାରା ଇଣ୍ଡିଆନ ଓପିନିୟନ ଓ ତାଙ୍କ ଭଉଣୀଙ୍କର ହରିଜନ ସମ୍ବାଦପତ୍ର ମଧ୍ୟ ପ୍ରକାଶ ପାଇଥିଲା । ଏଥିସହିତ ସ୍ୱାଧୀନତା ସଂଗ୍ରାମକୁ ଆଗେଇ ନେବା ପାଇଁ ସମ୍ବାଦପତ୍ର ଓ ସାମ୍ବାଦିକତାର ଆବଶ୍ୟକତାକୁ ଉପଲବ୍ଧି କରି ବହୁ ସ୍ୱାଧୀନତା ସଂଗ୍ରାମୀ ସାମ୍ବାଦିକତା କ୍ଷେତ୍ରରେ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ମହାତ୍ମାଗାନ୍ଧୀ, ଜବାହରଲାଲ୍ ନେହେରୁ, ଲାଲା ଲଜପତ୍ ରାୟ, ସୁରେନ୍ଦ୍ର ନାଥ ବାନାର୍ଜୀ, ଗୋପାଳକୃଷ୍ଣ ଗୋଖଲେ, ବାଲ ଗଙ୍ଗାଧର ତିଲକ, ମୋତିଲାଲ୍ ଘୋଷ, ଅରବିନ୍ଦ ଘୋଷ, ମୋ÷ଲାନା ଅବ୍ଦୁଲ୍ କାଲାମ୍ ଆଜାଦ୍ ଇତ୍ୟାଦି । ତେଣୁ ଏହା ପ୍ରମାଣିତ କରୁଛିଯେ, ସାମ୍ବାଦିକତା ଏକ ଶିଳ୍ପ କିମ୍ବା ବ୍ୟବସାୟ ନୁହେଁ ବରଂ ସମ୍ପୂର୍ଣ୍ଣ ଭାବରେ ଜନସେବା/ସମାଜସେବା/ ଦେଶସେବା । ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ‘ସାମ୍ବାଦିକତାର ମୂଲ୍ୟବୋଧ’ ବର୍ତମାନ ଓଲଟି ଯାଇଛି ।
ଦ୍ୱିତୀୟରେ, ସାମ୍ବାଦିକତାର ମୂଲ୍ୟବୋଧ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯୋଗ୍ୟତା । କେଉଁ ଯୋଗ୍ୟତା ଥିଲେ ଜଣେ ସାମ୍ବାଦିକତା କରିପାରିବ ତାହା ବର୍ତମାନ ଏକ ବଡ଼ ପ୍ରଶ୍ନ? ବର୍ତମାନ ଯାହା ଦେଖିବାକୁ ମିଳେ ସାମ୍ବାଦିକତା କ୍ଷେତ୍ରକୁ ବହୁ ଅଯୋଗ୍ୟ ବ୍ୟକ୍ତି ଧସେଇ ପସିଆସିଛନ୍ତି । ନାହିଁ ଶିକ୍ଷାଗତ ଯୋଗ୍ୟତା, ନାହିଁ ସମାଜ ଗଠନ କିମ୍ବା ସମାଜ ସେବାର ମନୋବୃତି । ଅବଶ୍ୟ ଏକଥା ସତ୍ୟ ଯେ, ଅତୀତରେ (ସ୍ୱାଧୀନତା ସଂଗ୍ରାମ ସମୟରେ) ସାମ୍ବାଦିକତା କ୍ଷେତ୍ରରେ ପ୍ରବେଶ କରିଥିବା ସମସ୍ତ ବ୍ୟକ୍ତିଙ୍କର ହୁଏତ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥାଇନପାରେ କିନ୍ତୁ ସେମାନଙ୍କର ଲକ୍ଷ, ଉଦେ୍ଦଶ୍ୟ କିନ୍ତୁ ମହତ ଥିଲା । ସେମାନେ ବ୍ୟବସାୟୀକ ମନୋବୃତି ନେଇ ସାମ୍ବାଦିକତା କରୁନଥିଲେ କିମ୍ବା ସହଜରେ ଅର୍ଥ ଉପାର୍ଜନ ପାଇଁ ହେଉ କିମ୍ବା ନିଜକୁ/ନିଜ ବ୍ୟବସାୟକୁ ସୁରକ୍ଷା ଦେବା ପାଇଁ ଢାଲ ସଦୃଶ ସାମ୍ବାଦିକତାକୁ ବ୍ୟବହାର କରିବା ପାଇଁ ସାମ୍ବାଦିକତା କରୁନଥିଲେ । ଦେଶ ମାତୃକାର ସେବା ସେମାନଙ୍କର ମୁଖ୍ୟ ଲକ୍ଷ ଥିଲା । କିନ୍ତୁ ବର୍ତମାନର ବସ୍ତୁବାଦୀ ସମାଜରେ ସେଭଳି ମହତ ଉଦେ୍ଦଶ୍ୟ ନେଇ କେହି ସାମ୍ବାଦିକତା କରୁନାହାନ୍ତି । ସାମ୍ବାଦିକତା କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୯୦ପ୍ରତିଶତରୁ ଅଧିକ ସାମ୍ବାଦିକ ନିଜେ ଲେଖି ପାରନ୍ତି ନାହିଁ । ଜଣକର ଲେଖା ଏକାଧିକ ସମ୍ବାଦପତକୁ ଯାଏ । ସେଥିମଧ୍ୟରୁ ଅଧିକାଂଶ ଦୁର୍ଘଟଣା,ସଭାସମିତିର ଖବର ଥାଏ । ଗଠନ ମୂଳକ କିମ୍ବା ଅନୁସନ୍ଧାନ ମୂଳକ ସମ୍ବାଦର ସଂଖ୍ୟା ସୀମିତ । ଏପରିକି ନିଜ ନାମ ଲେଖିପାରୁ ନଥିବା ବ୍ୟକ୍ତି ସାମ୍ବାଦିକର ପରିଚୟପତ୍ର ବେକରେ ଝୁଲାଇ ଛାତି ଫୁଲାଇ ସାମ୍ବାଦିକର ପରିଚୟ ଦେଉଛି । ଏହା ‘ସମ୍ବାଦିକତାର ମୂଲ୍ୟବୋଧ’କୁ କେତେ ପରିମାଣ ବୃଦ୍ଧି କରୁଛି? ଏଥିପାଇଁ କାହାକୁ ଦାୟୀ କରାଯିବ (?), ସାମ୍ବାଦିକ, ନା’ ଗଣମାଧ୍ୟମ ସଂସ୍ଥା, ନା ସରକାରଙ୍କୁ? ଏଭଳି ଘଟଣା ପାଇଁ ମୁଖ୍ୟତଃ ସରକାର ଦାୟୀ । ଉଲ୍ଲେଖଯୋଗ୍ୟ ଯେ, ଦ୍ୱିତୀୟ ପ୍ରେସ କମିସନ ତାଙ୍କ ରିପୋର୍ଟରେ ସୁପାରିସ କରିଥିଲେ ‘delinking of the press from its connection with other industries’। କିନ୍ତୁ ସରକାର କମିସନଙ୍କର ସୁପାରିସ୍ ପ୍ରତି ଅଖିବୁଜି ଦେଇଛନ୍ତି । ଫଳରେ ଗଣମାଧ୍ୟମ ବର୍ତମାନ ଏକ ପ୍ରକାଶନୀ ଶିଳ୍ପରେ ପରିଣତ ହୋଇଛି । ମୋଟ ଉପରେ କହିବାକୁ ଗଲେ ଏହା ବର୍ତମାନ ସମ୍ପୂର୍ଣ୍ଣ ଭାବରେ ବ୍ୟବସାୟୀକ ଶିଳ୍ପରେ କହିଲେ ଭୁଲ ହେବ ନାହିଁ । ଜଣେ ବ୍ୟବସାୟୀର ଲକ୍ଷ ଏବଂ ଉଦେ୍ଦଶ୍ୟ ଯାହା ରହିବା କଥା ତାହା ଗଣମାଧ୍ୟମ କ୍ଷେତ୍ରରେ ପ୍ରତିଫଳିତ ହେଉଛି । ସମାଜ ଗଠନ କିମ୍ବା ସମାଜସେବା ନୁହେଁ ସମ୍ବାପତ୍ର ପାଇଁ ଳଗାଇ ଥିବା ମୂଳଧନର ଫେରସ୍ତ ଓ ଲାଭ ବର୍ତମାନ ଗଣମାଧ୍ୟମ ସଂସ୍ଥା/ମାଲିକଙ୍କର ମୂଳ ଲକ୍ଷ । ତେଣୁ ଯିଏ କାଗଜ ବିକ୍ରି କରିପାରିଲା ଏବଂ ଅଧିକ ବିଜ୍ଞାପନ ସଂଗ୍ରହ କରିପାରିଲା ସେ ହେଲା ସାମ୍ବାଦିକ, ବରଂ ସେ ଶ୍ରୀ ଅକ୍ଷର ବିବର୍ଜିତ ହୋଇଥାଉ । ଅବଶ୍ୟ ପୂର୍ବରୁ ସାମ୍ବାଦିକତା କରୁଥିବା ସମସ୍ତେ ଉଚ୍ଚ ଶିକ୍ଷିତ ଥାଇ ନପାରନ୍ତି କିନ୍ତୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଯାହା ଥାଉନା କାହିଁକି, ସେମାନେ ଅର୍ଥଉପାର୍ଜନ କିମ୍ବା ବ୍ୟବସାୟୀକ ମନୋବୃତି ନେଇ ନୁହେଁ, ସମାଜ ଗଠନ, ସମାଜ ସେବା, ଦେଶ ପ୍ରେମରେ ଉଦ୍ବୁଧ ହୋଇ ଏ କ୍ଷେତ୍ରରେ ପ୍ରବେଶ କରୁଥିଲେ ଯାହା ବର୍ତମାନ ଦେଖିବାକୁ ମିଳେନାହିଁ । ଅର୍ଥ ଉପାର୍ଜନ ଓ ନିଜ ବେଆଇନ କାରବାରର ସୁରକ୍ଷାକୁ ଦୃଷ୍ଟିରେ ରଖି ବହୁ ଅଯୋଗ୍ୟ/ ଅବା‚ିତ ବ୍ୟକ୍ତି ଏହି ବୃତି ଭିତରକୁ ପ୍ରବେଶ କରୁଛନ୍ତି । ତେଣୁ ଏହି ଅବା‚ିତ ବ୍ୟକ୍ତିଙ୍କୁ ସାମ୍ବାଦିକତା ବୃତି କୁ ପ୍ରବେଶ କରିବାକୁ ରୋକିବା ପାଇଁ କେବଳ ଶିକ୍ଷାଗତ ଯୋଗ୍ୟତା ନୁହେଁ ଓକିଲାତି ପାଇଁ ଏଲ.ଏଲ.ବି ପଢ଼ିବା ଯେଭଳି ବାଧ୍ୟତା ମୂଳକ, ଠିକ୍ ସେହିପରି ସାମ୍ବାଦିକତା ପାଠ ମଧ୍ୟ ବାଧ୍ୟତା ମୂଳକ ହେବା ଜରୁରୀ ହୋଇ ପଡ଼ିଲାଣି । ଏଥିସହିତ ସାମ୍ବାଦିକ ନିଯୁକ୍ତିକୁ ଗଣମାଧ୍ୟମ ସଂସ୍ଥା ଠାରୁ ବାହାର କରି ପ୍ରେସ୍ କାଉନସିଳ ଅଫ ଇଣ୍ଡିଆ କିମ୍ବା ଦାବୀ ହେଉଥିବା ପ୍ରେସ୍ ଏକାଡେମୀ ଗଠନ କରି ସେଠାରେ ପଞ୍ଜି କରଣକୁ ବାଧ୍ୟତା ମୂଳକ କରାଗଲେ ଅବା‚ିତ ବ୍ୟକ୍ତି ମାନଙ୍କର ପ୍ରବେଶ ବହୁପରିମାଣରେ କମିଯାଇପାରନ୍ତା ।
କେବଳ ଏତିକିନୁହେଁ, ଶିଳ୍ପପତି/ବ୍ୟବସାୟୀ/ରାଜନୈତିକ ବ୍ୟକ୍ତି କିମ୍ବା ଅନ୍ୟ ବ୍ୟବସାୟରେ ଲିପ୍ତ କୋ÷ଣସି ବ୍ୟକ୍ତି ଯେଭଳି ସାମ୍ବାଦିକତା/ଗଣମାଧ୍ୟମ ଭିତରକୁ ପ୍ରବେଶ କରିନପାରିବେ ସେଥି ନିମନ୍ତେ ସୁଦୃଢ଼ ଆଇନର ମଧ୍ୟ ଆବଶ୍ୟକତା ଦେଖାଦେଇଛି । ଏଥିପ୍ରତି ଦୃଷ୍ଟି ନଦେଇ କେବଳ ସାମ୍ବାଦିକତାର ମୂଲ୍ୟବୋଧ ଉପରେ ଭାଷଣ/ ଆଲୋଚନାଚକ୍ର କରିଦେଲେ ‘ସାମ୍ବାଦିକତାର ମୂଲ୍ୟବୋଧ’ ବୃଦ୍ଧି କିମ୍ବା ପରିବର୍ତନ ଆଶା କରିବା ବୋକାମୀ ବ୍ୟତୀତ ଆଉ କିଛିନୁହେଁ ।
ତେଣୁ ଯେତେଶିଘ୍ର ସମ୍ଭବ ଉପରୋକ୍ତ ବିଷୟ ପ୍ରତି ସମସ୍ତେ ଦୃଷ୍ଟି ଦେଲେ ବର୍ତମାନ ଅବକ୍ଷୟମୁଖୀ ‘ସାମ୍ବାଦିକତାର ମୂଲ୍ୟବୋଧ’ର ଉନ୍ନତି ହୋଇପାରନ୍ତା, ଯାହା ଦେଶ, ସମାଜ ତଥା ଜନସାଧାରଣଙ୍କ ପାଇଁ ନିଶ୍ଚିତ ଭାବରେ ଲାଭ ଦାୟକ ହୋଇ ପାରିବ ।

ସୀତାରାମ ପାତ୍ର
୯୪୩୭୩୪୦୮୫୦

(Photo from http://www.marketconsensus.com)

Leave a Reply

Your email address will not be published.