ବାଜି ମାରିଲା କିଏ? ମୋଦି ନା ରାହୁଲ!
ବିଳମ୍ବିତ ରାତି ପର୍ଯ୍ୟନ୍ତ ସବୁକିଛି ଅସ୍ପଷ୍ଟ ଥିଲା ମଧ୍ୟ ପ୍ରଦେଶରେ । କମଳ ନା କମଳନାଥ? ଏହାକୁ ନେଇ ଚାଲିଥିଲା ଆଲୋଚନା । ଶେଷରେ ବିଜୟ ହୋଇଛି କଂଗ୍ରେସର ।
ସଂଖ୍ୟାଟି ଗୁରୁତ୍ୱପୂର୍ଣ୍ଣ ବସ୍ତୁ ନୁହେଁ । ତର୍କଶାସ୍ତ୍ରରେ ଏକଥା କୁହାଯାଇଛି । ତେବେ ପାଂଚଟି ରାଜ୍ୟରେ ସଦ୍ୟ ସମାପ୍ତ ବିଧାନସଭାର ଫଳାଫଳ ଭାରତୀୟ ରାଜନୀତି ପାଇଁ ବେଶ ପ୍ରଭାବଶାଳୀ ହୋଇ ପଡିଛି । ଏଇ ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସଂଖ୍ୟାଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେଉ ବା ନ ହେଉ ଗୋଟାଏ ବିଷୟ ସ୍ପଷ୍ଟ ହୋଇଯାଇଛି । ଭାରତର ଜନସାଧାରଣ ଭାରତୀୟ ଜନତା ପାର୍ଟି ଉପରୁ ବିଶ୍ୱାସ ହରେଇଛନ୍ତି । କଂଗ୍ରେସ ତାର ହରେଇଥିବା ସ୍ଥାନ ପୁନରୁଦ୍ଧାର କରିବାକୁ ସକ୍ଷମ ହୋଇପାରିଛି । ଏହା କେବଳ ଛତିଶଗଡର ପଳ ନୁହେଁ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ କଂଗ୍ରେସ ମଧ୍ୟ ଉଜ୍ଜୀବିତ । ଏଠାରେ ଆଉ ଗୋଟାଏ କଥା କୁହାଯାଇପାରେ ରାଜନୈତିକ ବିଶେଷଞମାନେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଯେଭଳି କଂଗ୍ରେସ ଭଲ କରିବ ବୋଲି କହୁଥିଲେ ଫଳାଫଳ ସେପରି ହୋଇ ନାହିଁ । ମଧ୍ୟ ପ୍ରଦେଶରେ ଲାଗ ଲାଗ ତିନି ପାଳି ଶାସନ କରିବା ପରେ ବିଜେପି ଏଥରକ ପରାଜିତ ହୋଇଛି । କିନ୍ତୁ କଂଗ୍ରେସ ସେପରି ସଫଳତା ହାସଲ କରିପାରି ନାହିଁ । ନାମକୁ ମାତ୍ର ଜିତିଛି କଂଗ୍ରେସ । ଛତିଶଗଡରେ ଯେପରି ନିରଙ୍କୁା ସଂଖ୍ୟାଗରିଷ୍ଠତା ହାସଲ କରିଛି, ସେପରି ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ପାଇପାରି ନାହିଁ ।
ଦେଶର ମଧ୍ୟ ଭାରତର ତିନି ହିନ୍ଦି ବଳୟ ରାଜ୍ୟରେ କଂଗ୍ରେସ ନିଜର କ୍ଷମତା ÷ାସଲ କରିଛି । ଏହା ରାଜ୍ୟର ନେତାଙ୍କୁ ଯେତେ ଅସୁବିଧାରେ ପକାଇ ନାହିଁ, ତାଠାରୁ ଅଧିକ ଅସୁବିଧାରେ ପକାଇଛି, ଜାତୀୟ ନେତାମାନଙ୍କୁ । କୌଣସି ଭବିଷ୍ୟତର କଥା ବିଚାର ନ କରି ବର୍ତମାନର ଚର୍ଚ୍ଚା ଭିତିରେ କୁହାଯାଇପାରେ, ୨୦୧୯ ନିର୍ବାଚନ ଆଉ ବିଜେପି ବା ନରେନ୍ଦ୍ର ମୋଦିଙ୍କ ପାଇଁ ମସୃଣ ନୁହେଁ ।
ତେବେ କଣ ନରେନ୍ଦ୍ର ମୋଦି ନାମକ ମ୍ୟାଜିକ ଏଥରକ କାମ କଲା ନାହିଁ? ଏହା ପୂର୍ବରୁ ଯେତେଗୁଡିଏ ରାଜ୍ୟରେ ବିଜେପି ନିର୍ବାଚନରେ ଜିତିଛି, ତାହା ମୋଦି ମ୍ୟାଜିକ ଯୋଗୁ ସମ୍ଭବ ହୋଇଛି ବୋଲି ବିଜେପି ନେତାମାନେ ବାହାସ୍ଫୋଟ ମାରୁଥିଲେ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଏଥରକ ନିର୍ବାଚନରେ ପରାଜୟକୁ ମୋଦିମ୍ୟାଜିକର ପରାଜୟ ବୋଲି କହିବା କଥା । କିନ୍ତୁ ଏଇ ସବୁ ରାଜ୍ୟରେ ସ୍ଥିତାବସ୍ଥା ବିରୋଧୀ ଭୋଟ ଯୋଗୁ ଦଳର ପରାଜୟ ହେଲା ନା ମୋଦି ମ୍ୟାଜିକ ବିରୋଧୀ ମନୋଭାବ ଯୋଗୁ ଦଳର ପରାଜୟ ହେଲା, ତାହାର ଉତର ଖୋଜିବା ନିହାତି ଦରକାର । ଏହି ସବୁ ରାଜ୍ୟରେ ବିଜେପି ବିଜୟ ଲାଭ ପାଇଁ ନିଜର ସବୁକିଛି ଉପଯୋଗ କରିଥିଲା । ଜାତୀୟ ସ୍ତରରେ ବିଞାପନ ଠାରୁ ରାଜ୍ୟ ସ୍ତରରେ ଅର୍ଥ, ବଳ ଓ କ୍ଷମତାର ଦୁରୁପଯୋଗ ନେଇ ଅଭିଯୋଗ କିଛି କମ ନଥିଲା ।
ଅନେକ କହିପାରନ୍ତି, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ଦଳ ୧୫ ବର୍ଷ ଧରି କ୍ଷମତାରେ ଥିଲା, ଯାହାକୁ ନେଇ ଲୋକଙ୍କ ଭିତରେ ବିଧାୟକଙ୍କ ପ୍ରତି ଆକ୍ରୋଶ ମନୋଭାବ ଥିଲା । ଏହାତ ସ୍ୱାଭାବିକ । ଯେଉଁ ଦଳ ଅଧିକ ଦିନ ୪ମତାରେ ରହିବ, ତାହାର ପ୍ରତିନିଧି ବା ବିଧାୟକଙ୍କ ଉପରେ ଲୋକଙ୍କ ଅସନ୍ତୋଷ ରହିବ । କିନ୍ତୁ ନିର୍ବାଚନ ପୂର୍ବରୁ ସେ ନେଇ ଆଲୋଚନା ହେବା ଉଚିତ ନ ଥିଲାକି? ମିଜୋରାମ ରେ ମଧ୍ୟ ସେଇ ଏକା କାରଣରୁ କଂଗ୍ରେସର ପରାଜୟ ଘଟିଛି ।
ରାଜନୈତିକ ବିଷାରଦମାନେ କହନ୍ତି, କୌଣସି ଗୋଟାଏ ଦଳ ଅଧିକ ଦିନ କ୍ଷମତାରେ ରହିଲେ ଏକଛତ୍ରବାଦୀ ହୋଇ ଉଠେ । ଲୋକଙ୍କ ସମସ୍ୟା ପ୍ରତି ଉଦାସୀନ ରହେ । ଏଣୁ ଲୋକମତ ସେଇ ଦଳ ବିରୋଧରେ ଯାଏ । ମଧ୍ୟପ୍ରଦେଶରେ ଚାଷୀ ଓ ମଧ୍ୟମବର୍ଗର ଲୋକମାନେ ସରକାରଙ୍କ ବିରୋଧରେ ଭୋଟ ଦେଲେ । ସଂରକ୍ଷଣକୁ ନେଇ ଉଚବର୍ଗର ଲୋକଙ୍କ ଭିତରେ କିଛିଟା କ୍ଷୋଭ ଥିଲା । ଏମିତି ଅନେକ ସମସ୍ୟା ରହିଥିଲା । ଯେଉଥିପାଇଁ ସ୍ଥାନୀୟ ସମସ୍ୟା ଯେତିକି ଦାୟି ତା ଠାରୁ ଅଧିକ ଦାୟି ମୋଦି ସରକାର । ଅର୍ଥାତ କେନ୍ଦ୍ରିୟ ନୀତି ।
ମଧ୍ୟପ୍ରଦେଶରେ କଂଗ୍ରେସ ଆହୁରି ଅଧିକ ଆସନ ପାଇ ପାରିଥାନ୍ତା । ମାତ୍ର ତଳସ୍ତରରେ ସଙ୍ଗଠନ ମଜବୁତ ନଥିବାରୁ ବିଜେିପି ବିରୋଧରେ ଥିବା ଅସନ୍ତୋଷକୁ ଭୋଟରେ ପରିଣତ କରାଯାଇ ପାରିଲା ନାହିଁ । ତା ଛଡା କଂଗ୍ରେସ ରାଜ୍ୟ ସ୍ତରୀୟ ନେତାଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀ କନ୍ଦଳ ଅନେକ ପରିମାଣରେ ଦାୟି । ମଧ୍ୟ ପ୍ରଦେଶର ନିର୍ବାଚନରୁ ଗୋଟାଏ କଥା ପ୍ରମାଣିତ ଯେ ଉଭୟେ କୃଷକ ସମାଜ ଓ ବଣିକ ସମାଜ ମୋଦିଙ୍କ ଉପରେ କ୍ଷୁବ୍ଧ ।
ଦକ୍ଷିଣରେ କଂଗ୍ରେସର ପରାଜୟର ମୁଖ୍ୟ କାରଣ ହେଲା ଉପଯୁକ୍ତ ରଣନୀତିର ଅଭାବ । କଂଗ୍ରେସ ଟିଡିପି ସହିତ ନିର୍ବାଚନୀ ବୁଝାମଣା କରିବା ଏକ ବଡ ଭୁଲ । ତାହାର ପରିଣାମ ଭୋଗ କରିବାକୁ ପଡିଲା । ଦି୍ୱତୀୟ କଥା ହେଲା, ତେଲେଙ୍ଗାନା ରାଜ୍ୟ କରିବାରେ କେସିଆରଙ୍କ ଭୂମିକା କେହି ଭୁଲି ନାହାନ୍ତି ।ଟିଡିପି ଉପରେ ସେମାନଙ୍କର ରାଗ ରହିଥିଲା, ସେଇ କାରଣରୁ ସେମାନେ ଟିଡିପି- କଂଗ୍ରେସ ମେଂଟକୁ ଭୋଟ ଦେଲେ ନାହିଁ ।
ଆଜି ପର୍ଯ୍ୟନ୍ତ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ପ୍ରତି ଲୋକଙ୍କର ସେତେଟା ବିଶ୍ୱାସ ନଥିଲା । ହିନ୍ଦିବଳୟର ତିନୋଟି ରାଜ୍ୟ ରାହୁଲଙ୍କ ନେତୃତ୍ୱକୁ ଗ୍ରହଣ କରିନେଇଛନ୍ତି । ଯାହା ଅନ୍ୟ ରାଜ୍ୟରେ କଂଗ୍ରେସକୁ କ୍ଷମତାକୁ ଆଣିବାରେ ସହାୟକ ହୋଇ ପାରିବ । ବିଜେପିର ଉଦଭ୍ରାନ୍ତ ପ୍ରଚାରକୁ କାଟି ରାହୁଲ ଗାନ୍ଧି ଯେପରି ତାଙ୍କ ଦଳକୁ ବିଜୟ ପଥରେ ଆଗେଇ ନେଇଛନ୍ତି, ତାହା ନିଶ୍ଚିତଭାବେ ତାଙ୍କ ନେତୃତ୍ୱକୁ ପ୍ରମାଣିତ କରିଛି । ବିଜେପି ଉଗ୍ର ହିନ୍ଦୁତ୍ୱନୀତି ଳୋକମାନେ ଗ୍ରହଣ କରିନାହାନ୍ତି । ବିଶେଷକରି ହିନ୍ଦି ବଳୟ ରାଜ୍ୟ ଗୁଡିକରେ ହିନ୍ଦୁ ଓ ରାମ ମନ୍ଦିର ନେଇ ଯେଉଁ ମାନସିକତା ରହିଛି, ତାହା ଭୋଟରେ ପ୍ରତିଫଳିତ ହୋଇ ପାରି ନାହିଁ । ବରଂ ବିଜେପି ଉଗ୍ର ହିନ୍ଦୁତ୍ୱ ନୀତିକୁ ଲୋକମାନେ ଭୋଟ ମାଧ୍ୟମେର ନା ପସନ୍ଦ କରିଛନ୍ତି ।
ସବୁଠାରୁ ବଡ କଥା ହେଲା ୨୦୧୯ ନିର୍ବାଚନ ନେଇ । ମେଂଟ ସରକାର ବିନା କେନ୍ଦ୍ରରେ କ୍ଷମତା ଦଖଲ କେବଳ ଏକ ସ୍ୱପ୍ନ ବୋଲି ଜଣା ପଡିଗଲା । ଉଭୟେ କଂଗ୍ରେସ ଓ ବିଜେପି ଏକଥା ଜାଣି ରଖିବା ଦରକାର । ରାଜନୈତିକ ଦଳ ଯେତେ କ୍ଷୁଦ୍ର ହେଉନା କାହିଁକି, ତାକୁ ଯଦି ସାଙ୍ଗରେ ନିଆ ନ ଯାଏ, ତେବେ ଦିଲ୍ଲି ସିଂହାସନ ଦୂର ବୋଲି ମନେ କରିବାକୁ ହେବ ।
ଏବଂ ଶେଷରେ, ଏଇ ପାଂଚଟି ରାଜ୍ୟର ଫଳାଫଳ ଓଡିଶା ଏବଂ ନବୀନ ପଟନାୟକଙ୍କ ୁପରେ କୌଣସି ପ୍ରଭାବ ପକାଇବ କି? ନିଶ୍ଚିତଭାବେ ପ୍ରଭାବ ପକାଇବ । ଛତିଶଗଡରେ ରମଣ ସିଂଙ୍କ ପରାଜୟ ମହାନଦୀ ପ୍ରସଙ୍ଗରେ ନବୀନଙ୍କ ଜିତାପଟ ବୋଲି ଧରି ନିଆଯାଇପାରେ । ସବୁଠାରୁ ବଡ କଥା ହେଲା ରମଣ ସିଂ ୪ମତାରେ ଥିବାରୁ ପଶ୍ଚିମ ଓଡିଶାରେ ବିଜେପି ପ୍ରାଧାନ୍ୟ ଟିକିଏ ଅଧିକ ଥିଲା । ଏବେ ତାହା ଆଉ ରହିବ ନାହିଁ । ଦ୍ୱିତୀୟ କଥା ହେଲା, ଓଡିଶାରେ କଂଗ୍ରେସ ଅଧିକ ଉଜ୍ଜୀବିତ ହେଲେ ବିଜେଡିକୁ ଜିତିବାରେ ଅଧିକ ସହାୟକ ହୋଇ ପାରିବ । ଏଣୁ ଏ ନିର୍ବାଚନର ଫଳାଫଳ ନବୀନ ପଟନାୟକଙ୍କ କ୍ଷମତା ଉପରେ ସକରାତ୍ମକ ପ୍ରଭାବ ପକାଇବ ।
ସୁବାସ ଷଡଙ୍ଗୀ, ମୋ-୯୪୩୯୬୫୨୩୨୨