ସମ୍ବଲପୁରରେ ବିଜେଡ଼ି ରାଜନୀତି ଚଳଚଂଚଳ: ଆଶାୟୀଙ୍କ ସଂଖ୍ୟା ବଢୁଛି!

ସମ୍ବଲପୁର, (ଓଏନ୍ଏସ୍): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସମ୍ବଲପୁର ଜିଲ୍ଲା ରାଜନୀତି ଏବେ ଚଳଚଂଳ ହୋଇ ଉଠିଛି । ଏହି ଜିଲ୍ଲାରେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି । ସମ୍ବଲପୁର ଆସନରେ ବିଜେଡ଼ିର ଡ଼ା.ରାସେଶ୍ୱରୀ ପାଣିଗ୍ରାହୀ ବିଧାୟିକା ଥିବାବେଳେ ରେଙ୍ଗାଲି ଆସନରେ ବିଜେଡ଼ିର ରମେଶ ପଟୁଆ, ରେଢାଖୋଲ ଆସନରେ ବିଜେଡ଼ିର ଇଂ ରୋହିତ ପୂଜାରୀ ଏବଂ କୁଚିଣ୍ଡା ଆସନରେ ବିଜେପିର ରବି ନାରାୟଣ ନାଏକ ବିଧାୟକ ଅଛନ୍ତି । ତେବେ ଜିଲ୍ଲାର ବିଜେଡ଼ି ନେତାଙ୍କ ମଧ୍ୟରେ ଆଗାମୀ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀତ୍ୱକୁ ନେଇ କନ୍ଦଳ ସୃଷ୍ଟି ହେବାରେ ଲାଗିଛି । ଜିଲ୍ଲାର ପ୍ରାୟ ସବୁ ଆସନରେ ବିଜେଡ଼ି ପକ୍ଷରୁ ନୂଆ ମୁହଁକୁ ପ୍ରାର୍ଥୀତ୍ୱ ଦେବାକୁ ଦଳୀୟ ସୁପ୍ରିମୋ ଚିନ୍ତା କରୁଥିବା ଆଲୋଚନା ହେଉଛି । ଏଥିପାଇଁ ବିଜେଡ଼ି ଆଶାୟୀ ପ୍ରାର୍ଥୀ ମାନେ ମତଦାତା ମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ସଭା, ଶୋଭାଯାତ୍ରା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଥିବା ଦେଖା ଯାଉଛି । ଏହାକୁ ଏକ ପ୍ରକାର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି । ଆଶାୟୀ ନେତାମାନେ ଏବେ ଲୋକପି୍ରୟତା ହାସଲ କରିବା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ପତିଆରା ବୃଦ୍ଧି କରିବା ପାଇଁ ଉଦ୍ୟମ କରୁଛନ୍ତି । ମୁଖ୍ୟତଃ ସମ୍ବଲପୁର ବିଧାନସଭା କ୍ଷେତ୍ରର ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ଗତ ବିଧାନସଭା ନିର୍ବାଚନରେ ଏହି ଆସନ ବିଜେଡ଼ି ଅକ୍ତିଆରକୁ ଯାଇଥିଲା । ମାତ୍ର ସମୟ ବଦଳିବା ସହ ଏଠାକାର ରାଜନୀତିକ ଅବସ୍ଥା ମଧ୍ୟ ବଦଳି ଚାଲିଛି । ବିଭିନ୍ନ କାରଣକୁ ନେଇ ବିଧାୟିକା ଡ଼ା ପାଣିଗ୍ରାହୀ ଓ ବିଧାୟକ ରୋହିତ ପୂଜାରୀଙ୍କ ମଧ୍ୟରେ ଗତ କିଛିବର୍ଷ ତଳୁ ଶୀତଳ ଯୁଦ୍ଧ ଲାଗି ରହିଥିବା ଦେଖା ଯାଇ ଆସୁଛି । ଏପରିକି ସେମାନଙ୍କ ବିବାଦ ନିକଟ ଭବିଷ୍ୟତରେ ବିଷ୍ପୋରକ ମୋଡ଼ ନେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି ଦୃଷ୍ଟିରୁ କୁଆଡ଼େ ଦଳ ପକ୍ଷରୁ ନୂଆ ମୁହଁ ଖୋଜା ଚାଲିଥିବା କୁହା ଯାଉଛି ।
ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ବଲପୁର ଆସନରେ ବିଜେଡ଼ି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ଚନ୍ଦ୍ରଲେଖା (ବହିଦାର) ପଟ୍ଟନାୟକ । ୬୩ ବର୍ଷିୟା ଶ୍ରୀମତୀ ପଟ୍ଟନାୟକ ଉଚ୍ଚ ଶିକ୍ଷିତ ଓ ଜଣେ ସମାଜସେବୀ ଭାବେ ପରିଚିତ । ସେ ଇଂରାଜୀରେ ମାଷ୍ଟରଡ଼ିଗ୍ରୀ ହାସଲ କରିଛନ୍ତି । ଜୀବନସାରା ସେ ଅଧ୍ୟାପନାରେ ନିଜକୁ ସାମିଲ କରିଛନ୍ତି । ତାଙ୍କର ସ୍ୱାମୀ ଡ଼ଃ ଚିତରଂଜନ ପଟ୍ଟନାୟକ ଜଣେ ଅବସରପ୍ରାପ୍ତ ସେଂଟ୍ରାଲ ପାରାମିଲିଟାରୀ ଫୋର୍ସର ଇନିସପେକ୍ଟର ଜେନେରାଲ । ତାଙ୍କର ବାପା ସ୍ୱର୍ଗତ ମାନଭଂଜନ ବହିଦାର ଜଣେ ପ୍ରତିଷ୍ଠିତ ଓକିଲ ତଥା ସମାଜସେବୀ ଥିଲେ । ସମ୍ବଲପୁର ଅଂଚଳରେ ଶ୍ରୀମତୀ ପଟ୍ଟନାୟକ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ସ୍ୱେଚ୍ଛାସେବୀ ସଂସ୍ଥା “ପ୍ରଶ୍ରୟ ଅନୁଷ୍ଠାନ”ର ସଭାନେତ୍ରୀ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ବସ୍ତୀର ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ କାର୍ଯ୍ୟ କରୁଛନ୍ତି । ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସେ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ସେ ଜଣେ ସମାଜସେବୀ ଭାବେ ଅନେକ ଗୁରୁତ୍ପପୂର୍ଣ୍ଣ ପଦପଦବୀରେ ରହି ଜନସ୍ୱାର୍ଥ ଜଡ଼ିତ ବିଭିନ୍ନ କାର୍ଯ୍ୟ ସଫଳତାର ସହ ତୁଲାଇ ଆସୁଛନ୍ତି । କଲେଜରେ ପଢୁ ଥିବାବେଳେ ଶ୍ରୀମତୀ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ, ଯାହା ତାଙ୍କୁ ଆଜି ବିଜେଡ଼ି ରାଜନୀତିରେ ସକି୍ରୟ ଭୂମିକା ଗ୍ରହଣ କରିବାକୁ ପ୍ରେରଣା ଦେଇଛି । ବହୁପ୍ରତିଭାର ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବାବେଳେ ସମ୍ବଲପୁର ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମନୋନିବେଶ କରିଛନ୍ତି । ତେବେ ଶ୍ରୀମତୀ ପଟ୍ଟନାୟକ ସମ୍ବଲପୁର ବାସୀ ଓ ବିଜେଡ଼ି କର୍ମୀଙ୍କ ପାଇଁ ଗ୍ରହଣୀୟ ବୋଲି ରାଜନୀତିକ ବିଷାରଦମାନେ ମତ ଦେଉଛନ୍ତି । ଇତିଧ୍ୟରେ ନିଜର ନିର୍ମଳ ଭାବମୂର୍ତି, ଜନସେବା, ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ଅମାୟିକତ୍ୱ ପାଇଁ ସେ ସମ୍ବଲପୁର ବାସୀଙ୍କର ଅତି ନିକଟତର ହୋଇପାରିଛନ୍ତି । ଶ୍ରୀମତୀ ପଟ୍ଟନାୟକଙ୍କର ସମ୍ବଲପୁର ଅଂଚଳରେ ବ୍ୟାପକ ଲୋକ ସଂପର୍କ ଥିବାରୁ ଏହି ଆସନରେ ସେ ସହଜ ବିଜୟଳାଭ କରିବେ ବୋଲି ରାଜନୀତିକ ସମୀକ୍ଷକ ମାନଙ୍କ ମତ । ଶ୍ରୀମତୀ ପଟ୍ଟନାୟକଙ୍କ ପ୍ରତିନିଧିତ୍ୱ ବଳରେ ଚିର ଅବହେଳିତ ସମ୍ବଲପୁର ଅଂଚଳ ବିକାଶ ପଥରେ ଆଗେଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଓଏନ୍ଏସ୍ ।

Leave a Reply

Your email address will not be published.