ଉଜ୍ୱଳ ଆଲୋକ ଯୋଜନାରେ ବିଜୁଳିଚୋରୀ!

ବାଲେଶ୍ୱର (ଓ.ଏନ୍.ଏସ୍): ଏବେ ଗ୍ରାମାଂଚଳ ଓ ସହର ମଧ୍ୟରେ ତଫାତ୍ ନାହିଁ । ସହର ଭଳି ଗ୍ରାମ ଗୁଡ଼ିକ ଏବେ ଉଜ୍ୱଳ ଆଲୋକରେ ଆଲୋକିତ । ଏହା ସମ୍ଭବ ହୋଇଛି ଉଜ୍ୱଳ ଆଲୋକ ଯୋଜନା ଦ୍ୱାରା । ଏହି ଯୋଜନାରେ ଗାଁ ଗାଁରେ ଲାଗିଛି ଏଲଇଡି ଲାଇଟ୍ । କିନ୍ତୁ ବିଡ଼ମ୍ବନାର ବିଷୟ ବିଜୁଳି ଚୋରୀ ହୋଇ ଏହି ଏଲଇଡି ଲାଇଟ୍ ଗୁଡ଼ିକ ଜଳୁଛି । କିନ୍ତୁ ଏସମ୍ପର୍କରେ ବିଜୁଳି ବିଭାଗ ନିକଟରେ କୋ÷ଣସି ତଥ୍ୟ ନଥିବା ବେଳେ ‘ଗାଲୁଆଙ୍କ ବାରବାଟି ·ଷ’ ଭଳି ବିଜୁଳି ଚୋରୀକୁ ମାନିବାକୁ ପ୍ରସ୍ତୁତ ନୁହେଁ ବିଜୁଳିବିଭାଗ ଓ ବିଜୁଳି ବିଭାଗର ପଦାଧିକାରୀମାନେ ।
ସୋରବ୍ଲକର ଗାଁ-ଗାଁରେ ପୋତା ହୋଇଛି ଉଚ୍ଚ-ଉଚ୍ଚ ଲାଇଟ୍ ପୋଷ୍ଟ । ଏହି ଲାଇଟ୍ ପୋଷ୍ଟରେ ଲାଗିଛି ଏଲଇଡି ଲାଇଟ୍ । ସନ୍ଧ୍ୟା ହେବାମାତ୍ରେ ଏଲଇଡି ଲାଇଟ୍ର ଆଲୋକରେ ଆଲୋକିତ ହୋଇଉଠୁଛି ଗାଁ । ଏଥିପାଇଁ ଗାଁ ଲୋକଙ୍କ ଖୁସି କହିଲେ ନସରେ ଏବଂ ଏଥିପାଇଁ ପ୍ରସଂଶାରେ ପୋତି ଦେଉଛନ୍ତି ସରକାର/ ସରକାରୀ ଦଳ/ସ୍ଥାନୀୟ ବିଧାୟକଙ୍କୁ । ଏଥିସହିତ ବିଧାୟକଙ୍କ ଛାତି ମଧ୍ୟ କୁଣ୍ଢେମୋଟ । କାରଣ ଏହିଲାଇଟ୍ ଲାଗିଛି ବିଧାୟକଙ୍କ ପାଣ୍ଠିର ଅନୁଦାନରେ । ଏଥି ନିମନ୍ତେ ଲାଇଟ୍ ପୋଷ୍ଟ ମୂଳରେ ଲାଗିଛି ବିଧାୟକଙ୍କ ନାମଲେଖାଥିବା କଳା ମଚମଚ ଗ୍ରାନାଇଟ୍ ପଥର । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ବିଧାୟକ ସିନା ନିଜର ରାଜନୈତିକ କ୍ୟାରିୟର ପାଇଁ ଲାଇଟ୍ ଲଗାଇଦେଇ ନିଜର ନାମର ପ୍ରଚାରପାଇଁ ନାମଲେଖା ପଥର ପୋତିଦେଲେ । କିନ୍ତୁ ଏହି ଲାଇଟ୍ ଜଳିବାପାଇଁ ବ୍ୟବସ୍ଥା କରିନଥିବାରୁ ବିଜୁଳିଚୋରୀ ହୋଇ ଏହି ଲାଇଟ୍ ଜଳୁଛି । ଏହା ଆମର ମନଗଢ଼ା କଥାନୁହେଁ, ବିଜୁଳି ବିଭାଗ ଆରଟିଆଇ ତଥ୍ୟ ଏହା ପ୍ରମାଣିତ କରୁଛି । ବିଜୁଳି ବିଭାଗର ସୋର ନିର୍ବାହୀ ଯନ୍ତ୍ରୀଙ୍କ ଜନସୂଚନା ଅଧିକାରୀ ଦେଇଥିବା ତଥ୍ୟ କହୁଛି ଉଜ୍ୱଳ ଆଲୋକ ଯୋଜନାରେ ଗାଁ ଗାଁରେ ଲାଗିଥିବା ଏହି ଲାଇଟ୍ ଗୁଡ଼ିକରେ ବିଜୁଳି ସଂଯୋଗ କରିନାହିଁ ବିଜୁଳି ବିଭାଗ ।
ସୋର ବ୍ଳକର ବିଭିନ୍ନ ଗ୍ରାମରେ ଲାଗିଥିବା ଏଲଇଡି ଲାଇଟ୍ ଗୁଡ଼ିକ ମଧ୍ୟରୁ କେଉଁ ପଞ୍ଚାୟତର କେଉଁ ଗ୍ରାମରେ କୋତେଗୋଟି ଲାଇଟ୍ ପୋଷ୍ଟକୁ କେତେ ତାରିଖରେ ବିଜୁଳି ସଂଯୋଗ ଦିଆଯାଇଛି ଏବଂ କେଉଁ ଲାଇଟ୍ ପୋଷ୍ଟର କେଉଁମାସ କେତେ ୟୁନିଟ୍ ବିଲ୍ ହେଉଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ତା.୨୧.୦୬.୧୮ରିଖରେ ସୂଚନା ଅଧିକାର ଆଇନ୍-୨୦୦୫ ଅନୁସାରେ ସୋର ବିଦୁ୍ୟତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଗାଯାଇଥିବା ବେଳେ ଏହ କାର୍ଯ୍ୟାଳୟ ସଠିକ୍ ତଥ୍ୟ ନଦେଇ ପ୍ରତି ପଞ୍ଚାୟତ (୨୩ଟି ପଞ୍ଚାୟତ)ର ୧କିଲୋୱାଟର ଲାଇଟ୍ ଲଗାଯାଇଥିବା (ଚିଠି ନଂ.-୪୮୬୦/ତା.୦୭.୦୯.୧୮ରିଖ) ରେ ଅସମ୍ପୂର୍ଣ୍ଣ ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବାରୁ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ କରାଯାଇଥିଲା । ତା.୧୩.୧୧.୧୮ରିଖରେ ପ୍ରଥମ ଅପିଲ କତ୍ତୃପକ୍ଷ ଶୁଣାଣିକରି ମଗାଯାଇଥିବା ତଥ୍ୟ ପ୍ରଦାନ କରିବାକୁ ବିଜୁଳି ବିଭାଗର ସୋର ନିର୍ବାହୀ ଯନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର ଜନସୂଚନା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ନିଦେ୍ର୍ଦଶକୁ ଆଧାରକରି ବିଜୁଳି ବିଭାଗର ସୋର ନିର୍ବାହୀ ଯନ୍ତ୍ରୀଙ୍କ ଜନସୂଚନା ଅଧିକାରୀ ତା.୦୧.୧୨.୧୮ରିଖରେ ଚିଠି ନଂ.- ୬୦୪୯(୨)ରେ ପୂର୍ବଭଳି ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଛନ୍ତି । କେଉଁ ପଞ୍ଚାୟତର କେଉଁ ଗ୍ରାମରେ କେତେ ତାରିଖରେ କେଉଁ ଲାଇଟ୍ ପୋଷ୍ଟକୁ ବିଜୁଳି ସଂଯୋଗ ଦେଇଥିଲେ ତାହା ନଦେଇ ୨୨ଗୋଟି ପଞ୍ଚାୟତକୁ (ଗାଁର ନାମ ନାହିଁ, କେବଳ ପଞ୍ଚାୟତର ନାମ ରହିଛି) ଗୋଟିଏ ତାରିଖ (ତା୦୯.୦୮.୧୭ରିଖ)ରେ ବିଦୁ୍ୟତ୍ ସଂଯୋଗ ଦିଆଯାଇଛି, ତାହା ୧କିଲୋୱାଟ୍ର ଏବଂ ସବୁ ଲାଇଟ୍ ପୋଷ୍ଟର ୩୩୦ୟୁନିଟ୍ ବିଲ୍ ହୋଇଛି । ଏହିତଥ୍ୟ ପ୍ରମାଣିତ କରୁଛିଯେ, ବିଜୁଳି ବିଭାଗ ତଥା ବିଭାଗୀୟ ଅଧିକାରୀଙ୍କ ନିକଟରେ ଏସମ୍ପର୍କରେ କୋ÷ଣସି ତଥ୍ୟ ନାହିଁ । କେବଳ ସରକାର/ଶାସକ ଦଳ ଓ ବିଧାୟକଙ୍କୁ ସୁରକ୍ଷା ଦେବା ପାଇଁ ଗାଲୁଆଙ୍କ ଭଳି ଗାଲୁଆମି କରୁଛି ବିଜୁଳି ବିଭାଗ ଓ ବିଭାଗୀୟ ଅଧିକାରୀମାନେ ।
ଅପରପକ୍ଷରେ ଚୋରୀ ହେଉଥିବା ବିଜୁଳିର ବିଲ୍ ଲୋକମାନେ ପରୋକ୍ଷରେ ଦେଉଥିବା, ଲୋକମାନେ ବୁଝି ନପାରି ସରକାର/ଶାସକ ଦଳ ଓ ବିଧାୟକଙ୍କୁ ଭୁରିଭୁରି ପ୍ରଶଂସାରେ ପୋତି ଦେଉଛନ୍ତି ।
(ସୀତାରାମ ପାତ୍ର)

Leave a Reply

Your email address will not be published.