ଅଠରବାଙ୍କୀ ବଣିକ ସଂଘ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରାଦୀପ, (ଓଏନ୍ଏସ୍): ପାରାଦୀପ ପ୍ରବେଶପଥ ଅଠରବାଙ୍କୀ ବଜାର ମୁଖ୍ୟ ଦ୍ୱାରରେ ଅବସ୍ଥାପିତ ମହାପ୍ରଭୂ ତ୍ରୀନାଥ ଦେବଙ୍କ ବାର୍ଷିକ ଉସôବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଅନୁଷ୍ଠାନର କର୍ମକର୍ତା ଭାବେ ଦୀର୍ଘଦିନ ନିଜର କର୍ତବ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ ଦିଂବଗତ ପ୍ରମୋଦ କୁମାର ଦାସ । ଗତ ୨୭ ତାରିଖ ସଂଧ୍ୟାରେ ବଜାରରୁ ନିଜ ଗ୍ରାମକୁ ଫେରିବା ବାଟରେ ସଡକ ଦୂର୍ଘଟଣାରେ ପ୍ରାଣ ହରେଇଥିଲେ ବଣିକ ସଂଘର ଏହି ଯୁବ ବ୍ୟବସାୟୀ ଶ୍ରୀ ଦାସ । ତାଙ୍କ ଅକାଳ ବିୟୋଗରେ ସଂଘ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଂଘର ସଭାପତି ଗୋକୁଳା ନନ୍ଦ ତରାଇ ନିଜ ବକ୍ତବ୍ୟରେ ଦାସଙ୍କର କାର୍ଯ୍ୟ ଦକ୍ଷତା ତଥା ବନ୍ଧୁ ବସôଳତାର ସ୍ମୃତି ରୋମନ୍ଥନ କରି ପ୍ରଭୂଙ୍କ ପାଦତଳେ ସମର୍ପିତ କରିଥିଲେ ମହାନ ଅମର ଆତ୍ମାଙ୍କୁ । ଉକ୍ତ ବାର୍ଷିକ ଉସôବ ଲଘୁଚାପ ବର୍ଷା ପ୍ରଭାବରେ ସାମାନ୍ୟ ପ୍ରଭାବିତ ହୋଇଥିଲେ ସୁଦ୍ଧା ବର୍ଷା ଛାଡିବା ପରେ ଶ୍ରୀ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗଶ୍ରୀ ମଧୁଛନ୍ଦା ଭଜନ ଗୃପ ତରଫରୁ ଆଧ୍ୟାତ୍ମିକ ଚେତନା ଧର୍ମି ଭଜନ ପରିବେଷଣ କରାଯାଇଥିଲା । ବଜାର ତଥା ଆଖପାଖ ଅଂଚଳର ଶ୍ରଦ୍ଧାଳୁ ଉପସ୍ଥିତ ରହିବା ସହିତ ମହାପ୍ରଭୂଙ୍କ ପ୍ରସାଦ ସେବନ କରି ଘରକୁ ଫେରିଥିଲେ । ଉକ୍ତ କାର୍ଯ୍ୟକୁ ବଜାରର କର୍ମକର୍ତା ଚିତରଞ୍ଜନ ମଲ୍ଲିକ, ପ୍ରସାନ୍ତ ସାହୁ, କୈଳାସ ଚନ୍ଦ୍ର ସାହୁ,ଦିପୁନି ସାମନ୍ତରାୟ, ଶିଶିନା ସାହୁ, ଟୁକୁନା ସାହୁ, ସୁଶାନ୍ତ ଲେଙ୍କା, ନୃସିଂହ ପ୍ରଧାନ, କିଶୋର ଦଳାଇ, ବୁଲୁ ସାହୁ, ସଞ୍ଜୟ ସାମନ୍ତ ରାୟ, ଅକ୍ଷୟ ଭୂୟାଁ, ଟୁକୁନା ନାୟକଙ୍କ ସହିତ ସମସ୍ତ ବ୍ୟବସାୟୀ ସହେଯାଗ କରିଥିଲେ ।

Leave a Reply

Your email address will not be published.