ସଂକଟରେ ଓଡିଶା ସଚିବାଳୟ ସେବା କ୍ୟାଡର!

ସଂକଟରେ ଓଡିଶା ସଚିବାଳୟ ସେବା କ୍ୟାଡର!

ରାଜ୍ୟ ସଚିବାଳୟରେ ନିଯୁକ୍ତ ସଚିବାଳୟ ସେବା କ୍ୟାଡର ଅଧିକାରୀମାନେ ପ୍ରାଥମିକ ଭାବେ ନଥି ପ୍ରସ୍ତୁତ କରି ସରକାରଙ୍କ ବିଧିବିଧାନ ସମ୍ପର୍କରେ ନୋଟ ଦେଇ ପେଶ କରିଥାନ୍ତି । ରାଜ୍ୟ ପ୍ରଶାସନରେ ସଚିବାଳୟର କାର୍ଯ୍ୟ ସପୂର୍ଣ୍ଣ ନିଆରା । କାରଣ ସଚିବାଳୟର ବିଭିନ୍ନ ବିଭାଗରୁ ନିର୍ଗମିତ ହେଉଥିବା ଚିଠି ଗୁଡିକ ହେଉଛି ସରକାରଙ୍କ ନିଦେ୍ର୍ଦଶ । କିନ୍ତୁ ସଚିବାଳୟ ସେବା କ୍ୟାଡର ଏବେ ଦିନକୁଦିନ ଦୁର୍ବଳ ହେବାରେ ଲାଗିଛି । ଗତ ୧୫ ବର୍ଷ ଧରି ନିଯୁକ୍ତି ବନ୍ଦ କରାଯାଇଥିଲା । ୨୦୧୬ ମସିହାରେ ୯୪୦ ଜଣଙ୍କ ସହକାରି ସେକସନ ଅଫିସରଭାବେ ନିଯୁକ୍ତି ଦିଆଗଲା । ଏବେ ୫୦୦ ଟି ପଦବୀ ପାଇଁ ବିଞାପନ ବାହାରିଛି । ପୂର୍ବରୁ ସଚିବାଳୟ ସେବା କ୍ୟାଡରରେ ୨୮୦୦ଟି ମଞୁରି ପ୍ରାପ୍ତ ପଦବୀ ଥିଲା । ଏହାକୁ କ୍ରମଶଃ ହ୍ରାସ କରି ମାତ୍ର ୧୮୦୦ ରେ ରଖାଗଲା । ୨୦୧୪ ରେ କ୍ୟାଡର ପୁନର୍ବିନ୍ୟାସ କରାଯାଇଥିଲା ବେଳେ ଏବେ ୨୦୦ ପଦବୀ ଉଛେଦ ପାଇଁ ଅର୍ଥ ବିଭାଗ ମଞୁରି ଦେଇଛି । ଏହି ପ୍ରକ୍ରିୟା ଚାଲୁ ରହିଲେ ଆସନ୍ତା ୧୦ ବର୍ଷ ଭିତରେ ସଚିବାଳୟ ସେବା କ୍ୟାହର ତାର ଅସ୍ତିତ୍ୱ ହରାଇବ । ଓଡିଶା ପ୍ରଶାସନିକ ସେବା କ୍ୟାଡରକୁ ଗତ ୨୦୧୪ ଏବଂ ୨୦୧୭ ସେପ୍ଟେମ୍ବର ମାସରେ ଦୁଇଥବର ପୁନର୍ବିିନ୍ୟାସ କରି ବହୁ ପଦବୀ ସୃଷ୍ଟି କରାଯାଇଥିଲା ବେଳେ ସଚିବାଳୟ ସେବା କ୍ୟାଡରରୁ ୨୦୦ ପଦବୀ ଉଛେଦ କରିବାର କାରଣ କଣ? ସଂଘର ଦୁର୍ବଳତାରୁ ସରକାର ବେଶ ଫାଇଦା ନେଉଥବବାର ଅଭିଯୋଗ ହେଉଛି । ଓଏଏସ କ୍ୟାଡରକୁ ପୁଳାଏ ଅତିରିକ୍ତ ସଚିବ ମିଳିଥିଲା ବେଳେ ସଚିବାଳୟ ସେବା କ୍ୟାଡରକୁ ମିଳିଛି ମାତ୍ର ଛଅଟି ପଦବୀ । ବର୍ତମାନ ସମସ୍ତ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ପଦବୀ ଖାଲି । ଡିପିସି ବସୁ ନାହିଁ । ସରକାର ବାରମ୍ବାର ଏହି କ୍ୟାଡର ପ୍ରତି ଅବହେଳା କରୁଥିବାର ଅଭିଯୋଗ ହୁଏ ।

Leave a Reply

Your email address will not be published.