ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ମହୋଛବ

କଟକ, (ଆଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ସ୍ୱର୍ଗ ବ୍ରହ୍ମପୁର ଗ୍ରାମରେ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ସିଦ୍ଧ ମହାପୁରୁଷ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ଉସôବ ନାଉଗାଂ ବ୍ଲକ ବାଲିସାହି ଗ୍ରାମରେ ଗତ ୨୩ ତାରିଖ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ସ୍ମୃତିରଂଜନ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ମଧୁସୂଦନ ସେବାକୁଞ୍ଜରୁ ଶ୍ରୀ ଶ୍ରୀ ଗୁରୁଦେବଙ୍କ ଶ୍ରୀବିଗ୍ରହ ଓ ପାଦୁକା ମହାମନ୍ତ୍ର ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମରେ ଶହ ଶହ ଭକ୍ତମାନଙ୍କ ଗହଣରେ ଏଠାରେ ପହଂଚିଥିଲା । ମୁଖ୍ୟ ଆଶ୍ରମର ପରିଚାଳକ ବାବାଜୀ ଦାମୋଦର ଦାସଙ୍କ ପୈାରୋହିତ୍ୟରେ ଉକ୍ତ ଧର୍ମାନୁଷ୍ଠାନରେ ଜଗତସିଂହପୁର ଜିଲ୍ଲା ମଠ ମହନ୍ତର ସଭାପତି ମହନ୍ତ ଚିନ୍ତାମଣି ପର୍ବତ ଗୋସ୍ୱାମୀ, ବାବାଜୀ ନେତ୍ରାନନ୍ଦ ଦାସ, ବାବାଜୀ ଦିବ୍ୟକୃଷ୍ଣ ଦାସ, ବାବାଜୀ ପୂର୍ଣ୍ଣଚନ୍ଦ୍ର ଦାସ ଯୋଗଦେଇଥିଲେ । ପ୍ରବଳ ଶୀତ ସତ୍ୱେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା । ନାଉଗାଁ ଅଂଚଳରେ ପ୍ରେମାଚାର୍ଯ୍ୟ ମଧୁସୂଦନ ଗୋବରୀ ନଦୀ କୂଳରେ ସ୍ନାନ କରୁଥିଲା ସମୟରେ ସାଧାରଣ ଜନତା ଦେଖିବାକ ପାଇଥିଲେ, ହଠାତ୍ ସେହି ମହାପୁରୁଷଙ୍କୁ ଦେବୀ ନଦୀ ଶିଖର ଘାଟରେ ନଦୀରେ ପାରି ହୋଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏହପରି ବିଭିନ୍ନ ଅଲୈାକିକ ଘଟଣା ସେମାନେ ଉପସ୍ଥିତ ଭକ୍ତମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ଗୁରୁଦେବଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା, ମା ମାନଙ୍କ ଦ୍ୱାରା ବନ୍ଦାପନା ଆଦି କରାଯାଇଥିଲା । ୭ ପ୍ରକାର ପିଠା ଭୋଗଲାଗି କରାଯାଇଥିଲା । ଚଳିତବର୍ଷ ଚମ୍ପକ ଦ୍ୱାଦଶୀଠାରୁ ଶତବାର୍ଷିକ ଜନ୍ମ ମହୋସôବ ପରିବାରଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମରେ ଓ ରାଜ୍ୟସ୍ତରୀୟ ଆୟୋଜନ କରାଯାଇଛି । ଯାହାକି ଆଜି ୭ ମାସରୁ ଊଦ୍ଧ୍ୱର୍ ହେବ ପ୍ରତ୍ୟେକ ଦିନ ଏହି ପର୍ବ ଚାଲିଛି । ପ୍ରେମାଚାର୍ଯ୍ୟଙ୍କ ସ୍ୱଲିଖନ ଭଜନଗୁଡିକୁ ବାବାଜୀ ଦାମୋଦର ଦାସ ଗାୟନ କରିଥିଲେ । ଶିକ୍ଷକ ଜୟକୃଷ୍ଣ ଲେଙ୍କା, ପ୍ରୀତିରଞ୍ଜନ ଦାସ, ସେବିକା ସବିତା ଦାସ, ପୂର୍ଣ୍ଣିମା ଦାସ, ହାପି ଭାଇ, ବୁଲୁଭାଇ ଓ ରମଣ ଭାଇ ଆଦି ମଂଚ ପରିଚାଳନା କରିଥିଲେ ।

Leave a Reply

Your email address will not be published.