ଉଚ୍ଚସ୍ତରର ଐତିହାସିକ ବ୍ୟକ୍ତିତ୍ୱଙ୍କୁ ଅବହେଳା କରାନଯାଉ
ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଏକ ‘ଜୟୀ ରାଜଗୁରୁ ଚେୟାର’ ପ୍ରତିଷ୍ଠା ପାଇଁ ଦାବୀ
ଖୋରଧା, (ଓଏନ୍ଏସ୍): ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଭାଇ ମୋଦି ପାଇକ ବିଦୋ୍ରହ ବିଷୟରେ ଗଭୀର ଭାବେ ଗବେଷଣା କରିବା ପାଇଁ ଉକôଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିବା ଏକ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ସେଥିପାଇଁ ଆଜି ଓଡିଶା ଗର୍ବିତ । ଏହାଦ୍ୱାରା ଆମର ବୀରତ୍ୱର କାହିଣୀ ଆମଦେଶର କୋଣେ ଅନୁକୋଣେ ପ୍ରସାରିତ ହେବା ସହିତ ସାରା ପୃଥିବୀକୁ ବ୍ୟାପିପାରିବ । ପାଇକ ବିଦୋ୍ରହ ୧୮୦୪ ମସିହାରୁ ଆରମ୍ଭ ହୋଇଥିଲା ଯାହାର ନେତୃତ୍ୱ ନେଇଥିଲେ ଜୟୀ ରାଜଗୁରୁ । ଦୀର୍ଘ ୨୧ ଦିନ ସମ୍ମୁଖ ଯୁଦ୍ଧ ସହିତ ଦୀର୍ଘ ଦିନ ଧରି ଚାଲିଥିବା ଏହି ପାଇକ ବିଦ୍ରୋହ ଶେଷରେ ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ଧରି ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ୨ଟି ବରଗଛର ବରଡାଳରେ ବାନ୍ଧି ତାଙ୍କୁ ଦୁଇ ଫାଳ କରି ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟାକରି ଫାସୀ ଦେଇଥିଲେ । ଏହାର ୧୧ ବର୍ଷ ପରେ ୧୮୧୭ ମସିହାରୁ ୨ୟ ପର୍ଯ୍ୟାୟ ପାଇକ ବିଦୋ୍ରହ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଦୀର୍ଘ ଆଠ ବର୍ଷ ଧରି ଚାଲିଥିଲା । ଏହି ସବୁ ତଥ୍ୟ ୨୦୧୭ ମସିହା ଅକ୍ଟୋବର ୨୧ ଏବଂ ୨୨ତାରିଖରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ସଚ୍ଚିବ, ପ୍ରତ୍ନତତ୍ୱ ବିଭାଗୀୟ ଅଧିକାରୀ ଏବଂ ଦେଶ ତଥା ଦେଶ ବାହାରୁ ଆସିଥିବା ବହୁ ଖ୍ୟାତନାମା ଐତିହାସିକ ମାନଙ୍କ ଉପସ୍ଥିତିରେ ଦିଲ୍ଲୀରେ ଦୁଇ ଦିନ ଧରି ଚାଲିଥିବା ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ଷ୍ପଷ୍ଟ ମତ ଆସିଥିଲା, ଯାହା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା । ପରବର୍ତୀ ସମୟରେ ରାଜ୍ୟ ସରକାର ମଧ୍ୟ ୧୮୦୪ ମସିହାରୁ ଆରମ୍ଭ ହୋଇଥିବା ଏହି ପାଇକ ବିଦୋ୍ରହର ୧୮୦୬ରୁ ୧୮୧୭ ମସିହାର ଅନାଲୋଚିତ ବିଷୟ ସବୁକୁ ଉପସ୍ଥାପନ କରାଇବା ପାଇଁ ଏକ ରାଜ୍ୟସ୍ତରୀୟ ସେମିନାର୍ ରାଜ୍ୟ ପ୍ରତ୍ନତତ୍ୱ କାର୍ଯ୍ୟାଳୟରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଏବଂ ରାଜ୍ୟ ସଂସ୍କୃତି ସଚ୍ଚିବଙ୍କ ଉପସ୍ଥିତିରେ କରାଯାଇ ଅନେକ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଯେତେବେଳେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନଥିଲେ ବୋଲି କହି ବିବାଦ ଘେରକୁ ଆସିଥିଲେ, ସେତେବେଳେ ଆମ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି କହି ମନ୍ତ୍ରୀ ଡାକ୍ତର ରାଉତ ମହୋଦୟଙ୍କୁ ମନ୍ତ୍ରୀପଦରୁ ବହିସ୍କାର କରିଥିଲେ । ୨୦୧୭ ମସିହା ଡିସେମ୍ବର ୬ ତାରିଖରେ ଖୋର୍ଦ୍ଧାଠାରେ ହୋଇଯାଇଥିବା ରାଜ୍ୟ ସ୍ତରୀୟ ଜୟୀ ରାଜଗୁରୁ ବଳିଦାନ ଦିବସ ଅବସରରେ ଆମର ପ୍ରିୟ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଯୋଗ ଦେଇ ୧୮୦୪ ମସିହାରୁ ପାଇକ ବିଦୋ୍ରହ ଆରମ୍ଭ ହୋଇଥିଲା ଏବଂ ଜୟୀ ରାଜଗୁରୁ ତାର ନେତୃତ୍ୱ ନେଇଥିଲେ ବୋଲି ଷ୍ପଷ୍ଟ ମତ ରଖିଥିଲେ । ଚଳିତ ବର୍ଷ ଡିସେମ୍ବର ୬ ତାରିଖରେ ମଧ୍ୟ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଖୋର୍ଦ୍ଧାଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବଳିଦାନ ଦିବସ ସମାରୋହରେ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଇତିହାସରେ ଅଣଦେଖା କରାଯାଇଛି ଏବଂ ଏହା ଉପରେ ଉଚ୍ଚତର ଗବେଷଣା କରାଯାଇ ଇତିହାସ ପୁନର୍ଲିଖନ କରାଯାଉ ବୋଲି ଆହ୍ୱାନ ଦେଇଥିଲେ । ଏଥିରୁ ଷ୍ପଷ୍ଟ ଯେ ୧୮୦୪ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦୋ୍ରହ ଅମର ଶହୀଦ୍ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ହୋଇଥିଲା ।
ବର୍ତମାନ କେନ୍ଦ୍ର ସରକାର କିନ୍ତୁ ୧୮୧୭ରୁ ପାଇକ ବିଦୋ୍ରହ ଆରମ୍ଭ ବୋଲି କହି ଏହା ଉପରେ ଭଲ ଭାବରେ ଗବେଷଣା ପାଇଁ ଉକôଳ ବିଶ୍ୱ ବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିଛନ୍ତି । କିନ୍ତୁ ଜୟୀ ରାଜଗୁରୁଙ୍କ ତ୍ୟାଗ ସାରା ପୃଥିବୀରେ ବିରଳ ଥିବାବେଳେ ତାଙ୍କ ଉପରେ ବିଶେଷ ଭାବରେ ଗବେଷଣା କରିବା ପାଇଁ ଏକ ଚେୟାର ପ୍ରତିଷ୍ଠା କରିବା ଆଜିର ଆବଶ୍ୟକତା । ତାଙ୍କୁ ଇତିହାସରୁ ବିଲୀନ କରିବା ପାଇଁ କିଛି କୁଚକ୍ରାନ୍ତକାରୀ ଲୋକଙ୍କ ଦ୍ୱାରା ସରକାର ଭ୍ରମିତ ହେବା ଏକ ଦୁଃଖର ବିଷୟ । ଜୟୀ ରାଜଗୁରୁଙ୍କ ଭଳି ଏକ ଉଚ୍ଚସ୍ତରର ଐତିହାସିକ ବ୍ୟକ୍ତିତ୍ୱଙ୍କୁ ଇଂରେଜମାନେ ଇତିହାସରୁ ହଜାଇ ଦେବା ପାଇଁ ସକ୍ଷମ ହୋଇଥିବା ବେଳେ ଆଜିର ସରକାର ତାଙ୍କୁ ଲୋକଲୋଚନକୁ ଆଣିବା ପରିବର୍ତେ ଅବହେଳା କରି ଚାଲିଛନ୍ତି । ଏହା ଜୟୀ ରାଜଗୁରୁଙ୍କର ଅମର ଆତ୍ମା ପ୍ରତି ଘୋର ଅପମାନ । ଯେଉଁ ବୀର ଯୋଦ୍ଧା ନିଜର ରାଜ୍ୟ ତଥା ରାଜାଙ୍କୁ ରକ୍ଷା କରିବାକୁ ଯାଇ ଦେଶ ପାଇଁ ନିଷ୍ଠୁର ହତ୍ୟାର ଶିକାର ହୋଇ ପ୍ରାଣ ବଳି ଦେଇଥିଲେ, ଦେଶ ତାଙ୍କୁ ଭୁଲି ଯିବାକୁ ବସିଛି । ଏହାକୁ ଇତିହାସ ତ କେବେ କ୍ଷମା ଦେବନାହିଁ, ଆମର ପରବର୍ତୀ ପିଢ଼ୀ ଏହାର ପ୍ରକୃତ ତଥ୍ୟ ପାଇଲା ପରେ ବର୍ତମାନର ସରକାରଙ୍କୁ ନିଶ୍ଚୟ ଘୃଣା କରିବେ । ଏହି ପରିପ୍ରେକ୍ଷୀରେ ଜୟୀ ରାଜଗୁରୁ ସ୍ମୃତି ସଂସଦ ଆଜି କେନ୍ଦ୍ର ସରକାରଙ୍କ ପାଖରେ ବିନମ୍ରତାର ସହ ନିବେଦନ କରୁଛି କି ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ୍ ଜୟୀ ରାଜଗୁରୁଙ୍କ ଉପରେ ଏକ ଉଚ୍ଚତର ଗବେଷଣା ପାଇଁ ଓଡିଶାର ସଂସ୍କୃତି ବିଶ୍ୱ ବିଦ୍ୟାଳୟରେ ଏକ ‘ଜୟୀ ରାଜଗୁରୁ ଚେୟାର’ ପ୍ରତିଷ୍ଠା କରିବା ପାଇଁ ପଦକ୍ଷପ ନିଅନ୍ତୁ । ଏହାଦ୍ୱାରା ଖୋର୍ଦ୍ଧା ପାଇକ ମାଟିର ମର୍ଯ୍ୟଦା ରକ୍ଷା ହେବା ସଙ୍ଗେ ସଙ୍ଗେ ପାଇକ ବିଦୋ୍ରହର ସମସ୍ତ ଅନାଲୋଚିତ ତଥ୍ୟ ଲୋକଲୋଚନକୁ ଆସି ପାରିବ ଏବଂ ଖୋର୍ଦ୍ଧାର ବୀରତ୍ୱ ସାରା ପୃଥିବୀରେ ଏକ ସିହରଣ ସୃଷ୍ଟି କରିବ । ତତ୍ସହିତ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଅମର ଶହୀଦ୍ ଜୟୀ ରାଜଗୁରୁଙ୍କର ସ୍ମୃତିକୁ ଅମର ରଖିବା ପାଇଁ ଜୟୀ ରାଜଗୁରୁ ସ୍ମୃତି ସଂସଦ ତରଫରୁ ୨ବର୍ଷ ପୂର୍ବରୁ ଦିଆଯାଇଥିବା ନିମ୍ନୋକ୍ତ ଦଶ ଦଫା ଦାବି ଗୁଡିକୁ ସରକାର ବିଶେଷ ଭାବରେ ଗୁରୁତ୍ୱ ଦେଇ ସେସବୁକୁ ସଫଳ କରାଇବାର ନିଷ୍ଠା ରଖନ୍ତୁ ବୋଲି ବସ୍ମୃତି ସଂସଦର ସଭାପତି ଡକ୍ଟର ଧୀରେନ୍ଦ୍ର ନନ୍ଦ ଏକ ପ୍ରେସ ବିବୃତିରେ କହିଛନ୍ତି ।
Back Injury Lawsuits and Settlements priligy india 4 g kg 1 to have beneficial effects on Glasgow Outcome Scores at 6 months when compared with conventional dose mannitol 0
priligy tablets online Reddy s, German Remedies, Torrent, Centurion Laboratories, Sun Pharma, etc