ଦୀର୍ଘ ଦିନର ପାନୀୟ ଜଳ ସମସ୍ୟାର ସମାଧାନ

ପାରାଦୀପ, (ଓଏନ୍ଏସ୍): ମହାକାଳପଡା ବ୍ଲକ ଜୟଚନ୍ଦ୍ରପୁର ପନ୍ଚାୟତ ସାନଗାଁ ଗ୍ରାମରେ ଦୀର୍ଘ ଦିନରୁ ଲାଗି ରହିଥିବା ଜଳ ସମସ୍ୟାର ସମାଧାନର ବାଟ ଫିଟିଲା । ଜିଲ୍ଲା ପ୍ରସାଶନର ନିଦେ୍ର୍ଦଶ ବଳରେ ଏଆରଏସଏସ କର୍ତୃୁପକ୍ଷଙ୍କ ଦ୍ୱାରା ୪୦ ଲକ୍ଷ ଟଙ୍କାର ଏକ ବୃହତ ନଳ କୂପ ବସାଯାଇ ସ୍ଥାନୀୟ ଅଧିବାସୀ ମାନଙ୍କୁ ମଧୁର ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଆଜି ଶନିବାର ମଧ୍ୟାହ୍ନ ସମୟରେ ଉପ ଜିଲ୍ଲାପାଳ ସଂଜୟ କୁମାର ମିଶ୍ର, ମହାକାଳପଡା ବି.ଡି.ଓ ରମେଶ ଚନ୍ଦ୍ର ସେଠୀ, ଆର. ଡବ୍ଲୁ .ଏସ୍ ର ଏସ.ଡି.ଓ ବିଭୂତି ରଂଜନ ପଣ୍ଡା, ମାର୍ଶାଘାଇ ଆଇଆଇସି କାଳନ୍ଦି ବେହେରା , ରେଳ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଶ୍ରୀନିବାସ ରାଓ ଏବଂ ବିଇଓ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କ ଅନ୍ୟାନ ବିଭିନ୍ନ ସମସ୍ୟାର ସମାଧାନର ବାଟ ଫିଟାଇ ଥିଲେ । ସ୍ଥାନୀୟ ରାମ ନବମୀ ପଡିଆ ଠାରେ ଏକ ସଭାର ଆୟୋଜନ କରାଯାଇ ଗ୍ରମବାସୀ ମାନଙ୍କ ଉପସ୍ଥିତରେ ଏହାର ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଥିଲା । ଗ୍ରାମବାସୀଙ୍କ ଦ୍ୱାରା ତିନୋଟି ପୋଲ ପାଇଁ ଦୀର୍ଘ ଦିନ ହେବ ଦାବି କରାଯାଇଥିବା ବେଳେ ପ୍ରଶାସନ ତରଫରୁ ଏହି ତିନି ପୋଲ ପାଇଁ ତିନି କୋଟି, ସ୍କୁଲ ଗୃହ ପାଇଁ ଏକ କୋଟି, ବଳରାମ ମନ୍ଦିର ପାଇଁ ଏକ କୋଟି, ମଠ ପାଇଁ ଏକ କୋଟି ଟଙ୍କା ମଂଜୁର କରାଯାଇଛି ବୋଲି ଉପ ଜିଲ୍ଲାପାଳ ସଂଜୟ କୁମାର ମିଶ୍ର ପ୍ରକାଶ କରିଛନ୍ତି । ଏକଥା ମଧ୍ୟ କହିଛନ୍ତି ଜୟ ଚନ୍ଦ୍ରପୁର ପନ୍ଚାୟତର ଉନ୍ନତି କରଣ ପାଇଁ ନବେ ଲକ୍ଷ ଟଙ୍କା ମହଜୁଦ ଅଛି । ଗ୍ରାମବାସୀ ମାନଙ୍କର ଅଭିଯୋଗ ମୂତାବକ ଗ୍ରାମର ମୁଖ୍ୟ ସମସ୍ୟା ଗ୍ରାମ ପୋଖରୀ । ଗ୍ରାମ ବାସୀ ମାନେ ଯେଉଁ ଠାରେ ସ୍ଥାନ ନିର୍ଦ୍ଧାରିତ କରିବେ ସେହି ସ୍ଥାନରେ ଜିଲ୍ଲା ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଏହାକୁ ଖନନ କରିବ ବୋଲି ପ୍ରତିଶୃତି ଦେଇଛନ୍ତି ଶ୍ରୀ ମିଶ୍ର । କିନ୍ତୁ ସରପନ୍ଚ ପ୍ରଦୀପ ବେହେରାଙ୍କ ମତାମତ ନେବାରୁ ମହୋଦୟ କହିଛନ୍ତି ଜଳ ସମସ୍ୟା ସମାଧାନ ପାଇଁ ଗ୍ରାମ ବାସୀ ଖୁସି ଥିବା ବେଳେ ପନ୍ଚାୟତରେ ଥିବା ଟଙ୍କାକୁ ବିଡିଓ ପନ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଖର୍ଚ୍ଚ କରେଇ ଦେବାକୁ ଚାହୁଁ ନାହାନ୍ତି । ଜଦି ବାଧ୍ୟ କରାଯାଉଛି ତେବେ ବିଡିଓ କହୁଛନ୍ତି ମୋ ଉପରୁ ଚାପ ପ୍ରୟୋଗ ହେଉଛି ତେଣୁ ମୋତେ ବାଧ୍ୟ ନ କରାଯାଉ । ଯେମିତି ଯାହା ଅଛି ତାହା ସେମିତି ଚାଲୁ ବୋଲି ସରପନ୍ଚଙ୍କୁ କହିବାରୁ ସର ପନ୍ଚ ବିରକ୍ତି ପୂର୍ଣ୍ଣ ଦୁଃଖ ପ୍ରକାଶ କରିଛନ୍ତି । ତେଣୁ ଉପ ଜିଲ୍ଲାପାଳଙ୍କ ପନ୍ଚାୟତ ଟଙ୍କା ବିନିଯୋଗ ପ୍ରସଙ୍ଗ କିପରି ପୂରଣ ହେବ ତାହା ଜନସାଧାରଣଙ୍କୁ ଚକିତ କରିଛି ।

Leave a Reply

Your email address will not be published.