ଡି.ଏ.ଭି କଳିଙ୍ଗ ନଗରରେ ନୃତ୍ୟ ସଂଗୀତ ମହୋସôବ ‘ତଲାସ୍-୪’

ଭୁବନେଶ୍ୱର, (ଓଏନ୍ଏସ୍): ଛାତ୍ରଛାତ୍ରୀଙ୍କ ପ୍ରତିଭା ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କ ଦକ୍ଷତାକୁ ଆହୁରି ବିକଶିତ କରିବା ଆଭିମୁଖ୍ୟ ନେଇ ଡି.ଏ.ଭି ଓଡ଼ିଶା ଜୋନ୍-୧ ଆନୁକୁଲ୍ୟରେ ଆୟୋଜିତ ତଲାସ୍-୪ କାର୍ଯ୍ୟକ୍ରମ ଡି.ଏ.ଭି କଳିଙ୍ଗ ନଗର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉସôବରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନର (ଏମ.ସ୍) ନିଦେ୍ର୍ଦଶିକା ଡଃ ଗୀତାଞ୍ଜଳୀ ବାତ୍ମନାବନେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଏବଂ କଳାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ବିକଶିତ କରାଇବା ଦିଗରେ ତଲାସ୍ ଭଳି କାର୍ଯ୍ୟକ୍ରମ ଏକ ଅଭିନବ ପ୍ରୟାସ ବୋଲି ମତପୋଷଣ କରିଥିଲେ । ପ୍ରତି ଶିକ୍ଷାନୁଷ୍ଠାନରେ ପାଠପଢା ସହିତ ଛାତ୍ରଛାତ୍ରୀଙ୍କ ମନରେ ଉସôାହ ଓ ଉଦ୍ଦୀପନା ଭାବ ସୃଷ୍ଟି କରିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଏକ ବିଶେଷ ପ୍ରେରଣାଦାୟୀ ପଦକ୍ଷେପ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଉସôବର ଅନ୍ୟତମ ଅତିଥି ଡି.ଏ.ଭି ଓଡ଼ିଶା ଜୋନ୍–୧ର ଆଞ୍ଚଳିକ ଅଧିକାରୀ ଡଃ କେଶବ ଚନ୍ଦ୍ର ଶତପଥୀ ଯୋଗ ଦେଇ ନିଜ ଅଭିଭାଷଣରେ କହିଥିଲେ, ଡି.ଏ.ଭି ଅନୁଷ୍ଠାନ ବିଦ୍ୟାର୍ଥୀଙ୍କ ବହୁମୁଖୀ ପ୍ରତିଭାର ବିକାଶ ଆଣିବା ଦିଗରେ ପ୍ରତିଶ୍ରୁତିବଦ୍ଧ । ବିଦ୍ୟାର୍ଥୀଙ୍କୁ ଦେଶ ଜାତିର ଜଣେ ସୁନାଗରିକ ହେବାକୁ ଶିକ୍ଷାଦେବା ସହିତ ଅଭିଭାବକ ମାନଙ୍କ ସ୍ୱପ୍ନକୁ ଫଳପ୍ରଦ ଆଣିବା ଦିଗରେ ଡି.ଏ.ଭି ଅନୁଷ୍ଠାନ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥାଏ । ସହକାରୀ ଆଞ୍ଚଳିକ ଅଧିକାରୀ ଡଃ ମ୍ୟାଡମ୍ ସୁଜାତା ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥି ସହିତ ମଞ୍ଚାସୀନ ଅତିଥି ଭାବେ ଡି.ଏ.ଭି ପରିଚାଳନା ସମିତିର ସଭାପତି ମଦନମୋହନ ପଣ୍ଡା, ମ୍ୟାଡାମ୍ ବସନ୍ତ ମଞ୍ଜରୀ ଶତପଥୀ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ, ଓଡ଼ିଶାର ସେକ୍ର୍ରେଟେରୀ ଶ୍ରୀଯୁକ୍ତ ଅଶୋକ କୁମାର ରଥ,ଡି.ଏ.ଭି ୟୁନିଟ୍ -୮ର ଅଧ୍ୟକ୍ଷା ଇପ୍ସିତା ଦାସ, ଅଧ୍ୟକ୍ଷା ନମିତା ମହାନ୍ତି, ଅଧ୍ୟକ୍ଷ ଡି.ଏନ୍ ମିଶ୍ର ଏବଂ ବିଭିନ୍ନ ଡି.ଏ.ଭିର ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତା ମୂଳକ ନୃତ୍ୟ ମହୋସôବରେ ବିଭିନ୍ନ ଡି.ଏ.ଭି ବିଦ୍ୟାଳୟର ୧୯ଟି ବିଦ୍ୟାଳୟର ଚାରିଶହରୁ ଉଦ୍ଧ୍ୱର୍ ନୃତ୍ୟ କଳାକାର ଅଂଶ ଗ୍ରହଣ କରିଥିଲେ । ନିଆରା ଢଙ୍ଗରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୌରାଣିକ କଥାବସ୍ତୁ ଆଧାରିତ ଭାବସ୍ପର୍ଶୀ ଅଭିନୟ ବିଭିନ୍ନ ସାମାଜିିକ କଥାବସ୍ତୁ ତାଳ ଓ ମୁଦ୍ରାରେ ରୋଚକ ଢଙ୍ଗରେ ପରିବେଷଣ କରିଥିଲେ । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ସ୍କୁଲକୁ ଟ୍ରଫି ଏବଂ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପରୀକ୍ଷାରେ କୃତି ଛାତ୍ରଛାତ୍ରୀ ଏବଂ କେତେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଉସôବରେ ସମ୍ମାନିତ କଜରାଯାଇଥିଲା । ଏହି ଉସôବରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବିପିନ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.