ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସରେ ମାରାଥନ ୨୦୧୯

ପାରାଦୀପ, (ଓଏନ୍ଏସ୍): ଆଜି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଉପଲକ୍ଷେ ମାରାଥନ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାଇ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ପିପିଟି ଗୋପବନ୍ଧୁ କ୍ରୀଡା ସାଂସଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମୁଦାୟ ୬୭୦ ଜଣ ପୁରୁଷ ଏବଂ ମହିଳା ବିଭାଗର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପୁରୁଷ ବିଭାଗରେ ୬୦୦ ଜଣ ଥିବା ବେଳେ ମହିଳା ବିଭାଗରେ ୭୦ ଜଣ ଅଂଶଗ୍ରହଣ କରିଥିଲେ । ପୁରୁଷ ବିଭାଗରେ ଓଡିଶା ପୁଲିସର କୈଳାସ କୁମ୍ଭର ୧୪ କିମି ପଥକୁ ମାତ୍ର ୪୩ ମି .୪୨.୧ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ବିଜେତା ଭାବେ ପୁରଷ୍କୃତ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିଲେ ଝାରଖଣ୍ଡର କ୍ୟାପ୍.ପୁର୍ତୀ( ୪୩ ମି.୫୫.୮ସେକେଣ୍ଡ )ଏବଂ ତୃତୀୟରେ ଥିଲେ ଝାରଖଣ୍ଡର ଶ୍ରୀ ମୁକୁନ୍ଦ ବାନରା ( ୪୭ ମି ୮.୬ ସେକେଣ୍ଡ ) ଥିଲେ । ସେହିପରି ମହିଳା ଭିଭାଗରେ ପ୍ର୍ରଥମ ଏସଏଆଇ କଟକର ସାମ୍ସଦ ଆରା ବେଗମ (୪୮ ମି . ୩୦.୪ ସେକେଣ୍ଡ) ଦ୍ୱିତୀୟରେ ଏଏସଆଇ କଟକର ମିଲ୍ଲି ମାଝି (୫୯ ମି.୨୨.୭ ସେକେଣ୍ଡ) ତୃତୀୟରେ ଜଗତ୍ସିହପୁରର ଅସ୍ମୀତା ସେଠୀ (୫୯ ମି ୪୯.୪ ସେକେଣ୍ଡ) ରେ ଉକ୍ତ ପଥକୁ ଅତିକ୍ରମ କରିବାର ସ୍ୱଭାଗ୍ୟ ଅର୍ଜ୍ଜନ କରିଥିଲେ । ଗୋପ ବନ୍ଧୁ ଷ୍ଟାଡିୟମ ପରିଶରରେ ଆୟୋଜିତ ଭବ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ବନ୍ଦର ଅଧ୍ୟକ୍ଷ ତଥା ସମ୍ମାନୀତ ଅତିଥି ଭାବେ ପିପିଟି ଲେଡିଜ କ୍ଲବର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ରାୟ ଉପସ୍ଥିତ ରହି ପ୍ରତିଯୋଗୀତାର ବିଜୟୀ ମାନଙ୍କୁ ପୁରଷ୍କୃତ କରିଥିଲେ ।

Leave a Reply

Your email address will not be published.