ଡଙ୍ଗା ବୁଡି ଘଟଣାରେ ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି!

ହଷିଣା ଗ୍ରାମରେ ଶୋକାକୂଳ ପରିବେଶ, ରାଜନେତାଙ୍କ ଭିଡ: ରାସ୍ତା ରୋକ
ପାରାଦୀପ, (ଓଏନ୍ଏସ୍): ବୁଧବାର ସଂଧ୍ୟା ଥିଲା ସେମାନଙ୍କପାଇଁ କାଳ । ଗତ କାଲି ମହାକାଳପଡା ବ୍ଲକ ନିକଟସ୍ଥ ମହାନଦୀରେ ଡଙ୍ଗା ବୁଡି ମୃତୁ୍ୟ ସଂଖ୍ୟା ୯ କୁ ବୃଦ୍ଧି ପାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଘଟଣା କ୍ରମ ଅନୁସାରେ ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ହସିଣା ଗ୍ରାମର ୫୨ ଜଣ କୈବର୍ତ ସମ୍ପ୍ରଦାୟର ମହିଳାଙ୍କ ସହିତ ପିଲାମାନେ ଯାଇଥିଲେ ବଣ ଭୋଜି କରିବାକୁ ହୁକିଟୋଲା । ବଣ ଭୋଜି ସାରି ଫେରିବା ବାଟରେ ସଂଧ୍ୟା ସମୟରେ ଘଟିଥିଲା ଅଘଟଣ । ଗଳି ନଈର କୂଳରେ ଥାଇ ଡଙ୍ଗାଟି ବୁଡିଯାଇଥିଲା । ପ୍ରବଳ ଥଣ୍ଡା ସାଙ୍ଗକୁ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିବା ଥିଲା ସବୁଠାରୁ ବଡ ଚ୍ୟାଲେଂଜ । ଏଭଳି ସ୍ଥିତିରେ ମାନବିକତାର ବଡ ଉଦାହରଣ ପାଲଟିଥିଲେ ନିପାଣିଆ ଗ୍ରାମ ବାସୀ । ଲୋକଙ୍କ ଚିକôାର ସୁଣି ଧାଇଁ ଆସିଥିଲେ ଗ୍ରାମବାସୀ । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଅନ୍ଧାର ମଧ୍ୟରେ ଗ୍ରାମବାସୀମାନେ ଯୋଉଁ ଭଳି ଦୁଃସାହସିକତା ଦେଖାଇ ଉଦ୍ଧାର କରିଛନ୍ତି ତାହା ପ୍ରଶଂସନୀୟ । ଯେଉଁଠି ଦୂର୍ଘଟଣା ଘଟିଥିଲା ସେହି ସ୍ଥାନରେ ଘଂଚ ଜଙ୍ଗଲ ଆଲୋକ କିଛି ନଥିଲା । କିନ୍ତୁ ଆଲୋକକୁ ନ ଖୋଜି ଅନ୍ଧାର ଭିତରେ ଏହି ଗ୍ରାମର ଗ୍ରାମବାସୀମାନେ ପରଷ୍ପରକୁ ହାତ ସାଥେ ହାତ ଧରି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ରାତ୍ର ଗୋଟିଏ ସୁଦ୍ଧା ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜି ଜଣଙ୍କର ମୃତ ଦେହ ଠାବ କରାଯାଇଥିଲା । ନିପାଣିଆ ଗ୍ରାମର ଆବାଳ ବୃଦ୍ଧବନିତାଙ୍କ ଅଦମ୍ୟ ଚେଷ୍ଠା ଫଳରେ ଏହି ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇଥିଲା ବୋଲି କହିଛନ୍ତି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ । କୈବର୍ତ ପରିବାରର କୈାଳିକ ବୃତିକୁ ଆପଣେଇ ୧୩ ଟି କୈାବର୍ତ ପରିବାର ମିଶି ଗଢିଥିଲେ କୈବର୍ତ ସୋସାଇଟ୍ । ସମସ୍ତେ ମିଳିତ ହୋଇ ଗଢିଥିଲେ ନୂଆ ଡଙ୍ଗା । ଏହି ନୂଆ ଡଙ୍ଗାରେ ପିକ୍ନିକ୍ ପାଇଁ ବାହାରିଥିଲେ ପରିବାର ଏବଂ ସାଙ୍ଗ ସାଥି । ଏହି ଡଙ୍ଗା ପନ୍ଜି କରଣ ହୋଇ ନଥିଲା । ତେଣୁ ଡଙ୍ଗା ଚାଳକ ଏବଂ ମାଲିକଙ୍କ ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ହେବାର ଆଶଙ୍କା କରାଯାଇଥିଲା । ନୂଆବର୍ଷପାଇଁ ପିକ୍ନିକ୍ କରିବା ନିମନ୍ତେ ଗୋଟିଏ ଭୂଟୁଭୂଟି ଡଙ୍ଗାରେ ୪୫ ଜଣ ଯାଇଥିଲେ ହୁକୁଟଲା ବତିଘର ଯାଇଥିଲେ । ଫେରିବା ବେଳେ ଯନ୍ତ୍ର ଚାଳିତ ଡଙ୍ଗାଟି ଦୂର୍ଘଟଣା ଗ୍ରସ୍ଥ ହେବା ଫଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । କୁଜଙ୍ଗ ବ୍ଲକ ପନ୍ଦର ନମ୍ବର ହଷିଣା ଗ୍ରାମରୁ ନୂଆ ବର୍ଷର ପିକ୍ନିକ୍ କରିବା ପାଇଁ ଯାଇଥିଲେ । ଚଉମୁହାଣି ନିକଟରୁ ପ୍ରାୟ ଦୁଇ କି.ମି ନିକଟରେ ଗଳି ନଈର କୂଳରେ ଘଟିଥିଲା ଡଙ୍ଗା ବୁଡି । ଡଙ୍ଗା ଲୋକଙ୍କ ଉପରେ ଓଲଟି ପଡିଥିଲା । ଚପି ଯାଇଥିଲେ ଅନେକ । ୫୨ ଜଣ ପିକିନିକ୍ ପାଇଁ ବାହାରି ଥିଲେବି ଡଙ୍ଗାରେ ଯାଗା ନହେବାରୁ ୭/୮ ଜଣ ଫେରି ଆସିଥିଲେ । ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ପିକ୍ନିକ ପାଇଁ ଯାଇଥିଲେ । ପିକ୍ନିକ ସାରି ଫେରିବା ବେଳେ ମହାନଦୀ ମୁହାଣ ପିତାବଟ ନିକଟରେ ଗଳି ନଦୀରେ ଦୂର୍ଘଟଣାଗ୍ରସ୍ଥ ହୋଇଥିଲା ଡଙ୍ଗା । ଉଦ୍ଧାର କାର୍ଯ୍ୟ ଅନ୍ଧାର ହେବାରୁ ବ୍ୟତିକ୍ରମ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକ ପହଁଚି ଉଦ୍ଧାର କରିଥିଲେ । ଓଦା ବସ୍ତ୍ରରେ ଥରୁଥିବା ଯାତ୍ରୀଙ୍କୁ ଅନ୍ୟ ବସ୍ତ୍ର ବ୍ୟବହାର ପାଇଁ ଯୋଗାଇ ଦେଇଥିଲେ ବସ୍ତ୍ର । ଏହି ଲୋମ ଟାଙ୍କୁରା ହୃଦୟ ବିଦାରକ ଘଟଣା ପ୍ରଚାର ହୋଇ ଯିବା ପରେ କେନ୍ଦ୍ରାପଡା ଏବଂ ଜଗତ୍ସିଂହପୁରର ଦୁଇ ଜିଲ୍ଲାର ଜିଲ୍ଲା ପ୍ରଶାସନ ତତ୍ ପରତା ପ୍ରକାଶ କରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇ ଦୂର୍ଘଟଣାରୁ ଉଦ୍ଧାର ହୋଇଥିବା ଯାତ୍ରୀଙ୍କୁ ଚିକିସôାର ବ୍ୟବସ୍ଥା କରିଥିଲେ । ଏହି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପାରାଦୀପ ନିର୍ବାଚନ ମଣ୍ଡଳୀର ରାଜନେତା ଙ୍କ ଭିଡ ଲାଗିଥିଲା ହସିଣାରେ । କଂଗ୍ରେସ ନେତା ବାପି ସର୍ଖେଲ , ବିଭୂପ୍ରସାଦ ତରାଇ , ସନ୍ତୋଷ ପଟ୍ଟନାୟକ, ବିଧାୟକ ଡା.ଦାମୋଦର ରାଉତ, ସମ୍ପଦ ସ୍ୱାଇଁ , ଗୋଲେଖ ନାୟକ ପ୍ରମୁଖ ପହଁଚି ଶୋକାକୂଳ ପରିବାରଙ୍କୁ ସମବେଦନା ଜଣାଇଥିଲେ । ସକାଳୁ ସକାଳୁ ସିଙ୍ଗିଟାଳି ଚଉମୁହାଣି ନିକଟରେ ଉଦ୍ଧାର ହୋଇଥିବା ଯାତ୍ରୀ ପହଁଚିବା ପୂର୍ବରୁ ହଜାର ହଜାର ସ୍ଥାନୀୟ ଜନସାଧାରଣ ଅପେକ୍ଷା କରି ରହିଥିଲେ । ସେଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ସହିତ ଆଇଆଇସି ପହଁଚିଂ ଆମ୍ବୁଲାନ୍ସ ଦ୍ୱାରା ମୃୁତକଙ୍କୁ କୁଜଙ୍ଗ ପୋଷ୍ଟ ମର୍ଟମ ପାଇଁ ପଠାଇବାର ବ୍ୟବସ୍ଥା କରିଥିଲେ । ମୃତକଙ୍କ ମଧ୍ୟରେ ସାତ ଜଣ ଶିଶୁ ଏବଂ ଦୁଇ ଜଣ ମହିଳା ଥିଲେ । ସେମାନେ ହେଲେ ପ୍ରଭାତି ସ୍ୱାଇଁ,ଅନୁ ତରାଇ, ସାଇ ତରାଇ, ଦେବାଶିଷ ସାହୁ, ଦେବସ୍ମୀତା ସାହୁ, ରୋଜାଲିନି ସାହୁ, ଧୁନା ସାହୁ, ପଲ୍ଲଭି ସ୍ୱାଇଁ, ଇଶାନ ଦଳାଇ । ଏଥି ସହିତ ସୁଭଶ୍ରୀ ସ୍ୱାଇଁ ନିଖୋଜ ଥିଲେ । ଅନେକ ଖୋଜା ଖୋଜି ପରେ ଆଜି ତାଙ୍କର ଶବ ମିଳିଥିଲା । ପରେ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଅପରାହ୍ନରେ ୧୫ ନମ୍ବର ଛକରେ ରାସ୍ତା ଅବରୋଧ କରି ୧୦ ଲକ୍ଷ ଦାବି କରାଯିବା ସହିତ ଡଙ୍ଗା ଚାଳକ ଓ ମାଲିକଙ୍କ ଉପରେ ଦଣ୍ଡ କେହଳ ପାଇଁ ପ୍ରସ୍ତାବ ଦିଆ ଯାଇଥିଲା । ଉପଜିଲ୍ଲାପାଳ ପହଁଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ବିଭିନ୍ନ ସ୍ଥାନୀୟ କମ୍ପାନୀ ମାନଙ୍କୁ କହି ମୃତକଙ୍କ ପରିବାରକୁ ଅଧିକ ସହାୟତା ପ୍ରଦାନ କରିବାକୁ କହିଥିଲେ । ତତ୍ ସହିତ ଏକାଦଶାହ ତିଥିରେ ଦୁଇ ଜିଲ୍ଲାର ଜିଲ୍ଲା ପ୍ରଶାସନ ପହଁଚି ବିଭିନ୍ନ କ୍ଷେତ୍ରରୁ ସହାୟତାର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ମୃତକଙ୍କୁ ୪ ଲକ୍ଷ ପ୍ରଦାନ କରାଯିବା ସହିତ ଦୂର୍ଘଟଣାରେ ଆହତଙ୍କୁ ମାଗଣା ଚିକିସôା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ପରେ ସଂଧ୍ୟା ୬ ଘଟିକା ସମୟରେ ରାସ୍ତା ଅବରୋଧ ହଟିଥିଲା । ଆଜି ଏହି ମୃତୁ୍ୟବରଣ କରିଥିବା ଘଟଣାକୁ ଦେଖି ନିଶାକର ତରେଇ ଙ୍କ ପନôୀ ସୁଶମା ତରେଇ (୪୫)ଙ୍କ ହୃଦଘାତରେ ମୃତୁ୍ୟ ହୋଇଥିବା ଖବର ଏକ ବିଶ୍ୱସ୍ଥ ସୂତ୍ରରୁ ଜଣା ପଡିଛି । ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published.