ଏଥରକ ମହଙ୍ଗା ଭତା ବଢିବ ୩ ଭାଗ!
ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାରୀଙ୍କ ପାଇଁଶୁଭ ଖବର । କାରଣ କେ୍ଦ୍ର ସରକାର ଜାନୁୟାରି ୨୦୧୯ ମସିହାରୁ ଶତକଡା ୩ ମହଙ୍ଗା ଭତା ଘୋଷଣା କରିବାକୁ ଯାଉଛନ୍ତି । ପ୍ରକୃତରେ ଯଦି ଏହି ଘୋଷଣା ହୁଏ ତେବେ ସପ୍ତମ ବେତନ କମିଶନଙ୍କ ସୁପାରିସ କାର୍ଯ୍ୟ କାରି ହେବା ପରେ ପ୍ରଥମ ଥର ପାଇଁ ସରକାରୀ କର୍ମଚାରୀମାନେ ୩ ଭାଗ ମହଙ୍ଗା ଭତା ପାଇବେ । ଏହା ପୂର୍ବରୁ ସରକାର ଶତକଡା ୨ ରରେ ମହଙ୍ଗା ଭତା ପ୍ରଦାନ କରୁଛନ୍ତି ।
ଜଣାଯାଇଛି କନଜ୍ୟୁମର ଇଣ୍ଡେକ୍ସ ପ୍ରାଇସ ଡିସେମ୍ବର ମାସରେ ଶତକଡା ୬ କୁ ବୃଦ୍ଦି ପାଇଥବବାରୁ ମହଙ୍ଗା ଭତା ବୃଦ୍ଧି ପାଇବ ବୋଲି ଜଣା ପହିଛି ।
ମହଙ୍ଗା ଭତା ହେଉଛି, ଦୈନନ୍ଦିନ ଜୀବନ ନିର୍ବାହ ପାଇଁ ସରକାରୀ କର୍ମଚାରୀଙ୍କୁ ଏକ ଭତା । ସରକାରୀ କର୍ମଚାରୀମାନଙ୍କୁ ଏହା ବର୍ଷକୁ ଦୁଇଥର ଜାନୁୟାରି ଏବଂ ଜୁଲାଇ ମାସରେ ପ୍ରଦାନ କରାଯାଇଥାଏ । ସପ୍ତମ ବେତନ କମିଶନ ସୁପାରିସ ଆଧାରରେ ବେତନ ଦିଆଯିବା ପରେ ରାଜ୍ୟ ସରକାରୀ କର୍ମଚାରୀମାନେ ଏବେ ଶତକଡା ୯ ହାରରେ ଭହଙ୍ଗା ଭତା ପାଉଛନ୍ତି ।