ଗିର୍ ଜଙ୍ଗଲରେ ଅମୂଲ୍ୟ ମୁହୂର୍ତ!
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ନିକଟ ଅତିତରେ ବନ୍ଧୁ ମାନଙ୍କ ସହ ଗୁଜୁରାଟ ଭ୍ରମଣ ସମୟରେ ପ୍ରସିଦ୍ଧ ଗିର୍ ଜଙ୍ଗଲ ଯାଇ ପ୍ରାକୃତିକ ଅବସ୍ଥାରେ ଜଙ୍ଗଲର ରାଜା ସିଂହକୁ ସ୍ୱଚକ୍ଷୁରେ ଅତି ନିକଟରୁ ଦେଖିବା ପାଇଁ ବହୁ ଦିନର ଅଭିଳାଷ ଥିଲା । ପ୍ରସିଦ୍ଧ ଶୈବତୀର୍ଥ ସୋମନାଥ ଦର୍ଶନ ପରେ ସକାଳୁ ସକାଳୁ ଗିର୍ ଜଙ୍ଗଲ ଅଭିମୁଖେ ଯାତ୍ରା କଲୁ । ସୋମନାଥ ଠାରୁ ଗିର୍ ଜାତୀୟ ଉଦ୍ୟାନ ଦୁରତା ମାତ୍ର ୪୦ କି.ମି । କିଛି ବାଟ ଗଲାପରେ ଗିର୍ ଜଙ୍ଗଲ ଆସିଗଲା । ଜଙ୍ଗଲ ଭିତର ରାସ୍ତାଟି ଅପେକ୍ଷାକୃତ ଅଣ ଓସାରିଆ । ରାସ୍ତାର ଉଭୟ କଡରେ ନାନା ପ୍ରକର ଗଛ ମୁଣ୍ଡ ଟେକି ଠିଆ ହୋଇଥାନ୍ତି । ଏହି ଜଙ୍ଗଲଟି ପୂର୍ବତନ ଦେଶୀୟ ରାଜ୍ୟ ଜୁନାଗଡର ଅର୍ନ୍ତଭୁକ୍ତ ଥିଲା । ଜୁନାଗଡ ପୂରୁଣା ସ୍ୱରାଷ୍ଟ୍ର ଅଂଚଳର ଏକ ଦେଶୀୟ ରାଜ୍ୟ । ସ୍ୱାଧିନତା ପରେ ପରେ ଏହାର ନବାବ ପାକିସ୍ଥାନ ସହିତ ଜୁନାଗଡକୁ ମିଶାଇବାର ଘୋଷଣା କରିଥିଲେ । ପାକିସ୍ଥାନର ପୂର୍ବତନ ପ୍ରଧାନ ମନ୍ତ୍ରୀ ଭୁଟ୍ଟୋଙ୍କ ପିତା ଶାହା ନୱାଜ୍ ଭୁଟ୍ଟୋ ଥିଲେ ଜୁନାଗଡର ପ୍ରଧାନମନ୍ତ୍ରୀ । ଠିକଣା ସମୟରେ ଭାରତର ଗୁହ ମନ୍ତ୍ରୀ ସର୍ଦ୍ଧାର ପଟେଲ ସୈନ୍ୟ ପଠାଇ ଜୁନାଗଡକୁ ଭାରତ ସହ ମିଶାଇ ଦେଲେ । ଉଭୟ ରାଜା ଓ ମନ୍ତ୍ରୀ ପାକିସ୍ଥାନକୁ ପଳାଇଗଲେ । ଜୁନାଗଡ ଗୁଜୁରାଟ ରାଜ୍ୟରେ ମିଶିଗଲା । ଗିର ଜଙ୍ଗଲ ମୁଖ୍ୟତଃ ଗିର ସୋମନାଥ ଜିଲ୍ଲାରେ ରହିଅଛି ।
ସାରା ପୃଥିବୀରୁ ବିଲୁପ୍ତ ଏସିଆଟିକ୍ ଲାୟନ୍ର ଗିର ହେଉଛି ଏକ ମାତ୍ର ଓ ଶେଷ ଆଶ୍ରୟ ସ୍ଥଳ । ୧୦୦ ବର୍ଷ ତଳେ ନବାବଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ ବି୍ରଟିଶ ଅଫିସର ମାନେ ବାରଂବାର ସିଂହ ଶିକାର କରିବା ଯୋଗୁ ସିଂହ ମାନଙ୍କ ସଂଖ୍ୟା କମି ୧୨ ହୋଇଗଲା । ଜୁନାଗଡର ତକ୍ରାଳିନ ନବାବ ମହମ୍ମଦ ରସୁଲ ଖାନଜୀ-୨ ଏଥିରେ ଆତଙ୍କିତ ହୋଇ ସିଂହ ଶିକାରକୁ ସଂପୂର୍ଣ୍ଣ ନିଷେଧ କରିଦେଲେ । ସାରା ପୃଥିବୀର ପ୍ରତି କୋଣରୁ ଏମାନଙ୍କ ସଂରକ୍ଷଣ ପାଇଁ ଚାପ ପଡିଲା । ୧୯୬୫ ମସିହାରେ ଏହାକୁ ଏକ ଜାତୀୟ ଉଦ୍ୟାନ ଓ ବନ୍ୟ ପ୍ରାଣୀ ସଂରକ୍ଷିତ ଜଙ୍ଗଲର ମାନ୍ୟତା ମିଳିଲା । ଏଠାରେ ପଶୁ ମାନଙ୍କ ପାଇଁ ନିଆ ଯାଉଥିବା ଯନô ସାରା ପୃଥିବୀର ସର୍ବୋତମ ବୋଲି ସମସ୍ତେ ସ୍ୱୀକାର କରୁଛନ୍ତି । ବର୍ତମାନ ଏଠାରେ ସିଂହ ମାନଙ୍କ ସଂଖ୍ୟା ୫୨୩ ବୋଲି ଗଣନା କରାଯାଇଛି ।
ଏହି ଜଙ୍ଗଲଟି ୧୪୧୨ ବର୍ଗ କି.ମି ଅଂଚଳରେ ବ୍ୟାପ୍ତ । ଏଥିରୁ ୨୫୮ ବର୍ଗ କି.ମି ଅଂଚଳକୁ କୋର ଏରିଆ ବା ସଂପୂର୍ଣ୍ଣ ସୁରକ୍ଷିତ ଅଂଚଳ ବୋଲି ଘୋଷଣା କରାଯାଇଛି । ୧୧୫୩ ବର୍ଗ କି.ମି ଅଂଚଳକୁ ସଂରକ୍ଷିତ ପଶୁ ଆଶ୍ରୟ ସ୍ଥଳ ବୋଲି ନିର୍ଦ୍ଧାରଣ କରାଯାଇଛି । ଏହି ଜଙ୍ଗଲଟି ଶୁଷ୍କ ପତନଶିଳ ଶ୍ରେଣୀର ଜଙ୍ଗଲ । ସେ ମଧ୍ୟରେ ଛୋଟ ଛୋଟ ପାହାଡ ରହିଅଛି । ମୁଖ୍ୟତଃ ଶାଗୁଆନ, ବବୁଲ, ଜାମୁ, ଅମଳା, ଶିରିଶ ଓ କରଞ୍ଜ ଜାତୀୟ ଉଦ୍ଭିଦ ଏହି ଜଙ୍ଗଲରେ ଦେଖା ଯାଆନ୍ତି । ମଝିରେ ମଝିରେ ବିସ୍ତିର୍ଣ୍ଣ ତୃଣ ଭୂମି, ଠିକ ଆଫି୍ରକାର ସାଭାନା ଭଳି । ଏହି ଜଙ୍ଗଲରେ ଅନେକ ଡ୍ୟାମ ବାନ୍ଧି ସଂରକ୍ଷିତ ଜଳ ଦ୍ୱରା ମାଟିର ଆର୍ଦ୍ରତା ବୃଦ୍ଧି କରାଯାଇଛି । ପଶୁ ମାନଙ୍କୁ ପିଇବା ପାଣି ଯୋଗା ଯାଉଛି ।
ଏହି ଜଙ୍ଗଲରେ ଅନେକ ପ୍ରକାର ତୃଣ ଭୋଜି ଓ ମାଂସାଶୀ ପଶୁ ଦେଖା ଯାଆନ୍ତି । ଏସିୟାଟିକ ଲାୟନ, ଇଣ୍ଡିଆନ ଲିଓପାର୍ଡ, ଅହିରାଜ ସାପ, ଜଙ୍ଗଲ ବିରାଡୀ , ଗୋଲ୍ଡେନ୍ କଲର ହାଇନା ଭଳି ପଶୁ ବହୁ ସଂଖ୍ୟାରେ ଦେଖା ଯାଆନ୍ତି । ତୃଣ ଭୋଜି ପଶୁ ମାନଙ୍କ ମଧ୍ୟରେ ମାଙ୍ଗୁଜ, ଆ•ିଲୋପ, ବ୍ଲାକବକ, ନୀଳଗାଇ, ଚଂଙ୍କାରା, ଓ ବାରାହା ପ୍ରଧାନ । ଭାରତର ସବୁଠାରୁ ଅଧିକ ସଂଖ୍ୟାରେ ଆଦ୍ରଭୂମୀରେ ରହୁଥିବା ମଗର ଓ କୁମ୍ଭିର ଏଠାରେ ଦେଖା ଯାଆନ୍ତି । ପକ୍ଷୀ ମାନଙ୍କ ମଧ୍ୟରେ ନାନା ପ୍ରକାର ଶାଗୁଣା, ଚିଲ, ପେଚା ଓ ଶିତ ଦିନରେ ଆସୁଥିବା ପେଲିକାନ ଓ ‘୍ଲାମ୍ବିଗୋ ଭଳି ପକ୍ଷୀ ଦେଖା ଦେଇ ଥାଆନ୍ତି ।
ଜଙ୍ଗଲିଆ ରାସ୍ତାରେ ଗାଡି ଆମର ଚାଲୁଥାଏ । ଆମେ ଚାରି ଆଡକୁ ଚାହୁଁ ଥାଉ, କାଳେ କେଉଁଠି ଗୋଟାଏ ସିଂହ ଆଖିରେ ପଡିଯିବ । ଆମ ସାଙ୍ଗ ମାନଙ୍କ ମଧ୍ୟରୁ ପୂର୍ଣ୍ଣ ମଜାଳିଆ ମଣିଷ । ମଝିରେ ମଝିରେ ହେଇ ସିଂହ ଆସିଲା ବୋଲି ଚମକାଇ ଦେଉଥାଏ । ସ୍ଥାନୀୟ ଡ୍ରାଇଭର ପରବର ସିଂ ହସୁଥାଏ । ଏ ଜଙ୍ଗଲର ସିଂହ ମଣିଷ ମାରିବା ଘଟଣା ପ୍ରାୟ ନାହିଁ । ସେମାନେ ଦଳ ଦଳ ହୋଇ ବେଳେ ବେଳେ ଗାଁ ଭିତରକୁ ପଶି ଆସନ୍ତି । କହାକୁ କିଛି କ୍ଷତି ନକରି ଫେରି ଯାଆନ୍ତି । ଲୋକ ମାନେ ତାଙ୍କୁ ଦେବତା ଭଳି ପୂଜା କରନ୍ତି ।
ଧିରେ ଧିରେ ରାସ୍ତା କଡରେ ସୁନ୍ଦର ସୁନ୍ଦର ହୋଟେଲ ଓ ରେଷ୍ଟୁରାଂଟ ମାନ ଦୃଷ୍ଟି ଗୋଚର ହେଲା । ଆଗରେ ଲୋକ ଗହଳି ଦେଖାଗଲା । ଡ୍ରାଇଭର ଗାଡି ରଖିଲା ଓ କହିଲା ଏ ସ୍ଥାନର ନାମ ଡେଭାଳିଆ । ପ୍ରତିଦିନ ସିଂହକୁ ଦେଖିବାକୁ ଦେଶ ଭିତରୁ ଓ ବାହାରୁ ହଜାର ହଜାର ଲୋକ ଆସନ୍ତି । ଦର୍ଶକ ମାନେ ଯେପରି ନିରାପଦରେ ଓ ସୁବିଧାରେ ସିଂହ ମାନଙ୍କୁ ଦେଖି ମଜା ନେଇ ପାରିବେ, ସେଥିପାଇଁ ଡେଭାଳିଆ ଇଂଟରପ୍ରିଟେସନ୍ ଜୋନ ନାମରେ ଏକ ଅଂଚଳକୁ ତାରବାଡ ଦ୍ୱାରା ଆବଦ୍ଧ କରାଯାଇଛି । ଏହା ମଧ୍ୟରେ ତିନୋଟି ରାସ୍ତା ଅଛି । ଏକ ସମୟରେ ତିନୋଟି ବସ୍ ଯାତ୍ରୀ ମାନଙ୍କୁ ନେଇ ନିର୍ଦ୍ଧିଷ୍ଟ ରାସ୍ତାରେ ଯାଇ ଫେରି ଆସି ପାରିବ । ପ୍ରତିଭ୍ରମଣକୁ ପ୍ରାୟ ୧ଘଂଟା ଲାଗିବ । ଏଥିପାଇଁ ଇଂଟରନେଟରେ ଆଗୁଆ ବୁକିଂଙ୍ଗ କରିବାକୁ ପଡେ । ଆମକୁ ସେଦିନ କିନ୍ତୁ ସ୍ପଟରେ ଟିକଟ ମିଳିଗଲା । ଟିକଟ କରିସାରି ନିର୍ଦ୍ଦିଷ୍ଟ ବସ୍କୁ ଅପେକ୍ଷା କଲୁ । ଶିତ ତାପ ନିୟନ୍ତ୍ରିତ ବସ୍ଟି ଗୋଟିଏ ଗେଟ ଦେଇ ଜଙ୍ଗଲ ଭିତରକୁ ଗଲା । ଜଙ୍ଗଲ ଭିତରେ ଗାଡି ଚାଲିଲା । ଆଶଂକା ଓ ଆନନ୍ଦ ଭିତରେ ଆମେ ଚାରି ଆଡକୁ ଚାହୁଁ ଥାଉ । ମଝିରେ ମଝିରେ ନିଳ ଗାଇ ଓ ପଲ ପଲ ହରିଣ ଆଖିରେ ପଡୁଥାଏ । କିନ୍ତୁ ଆମର ଲକ୍ଷ ଜଙ୍ଗଲର ରାଜାଙ୍କୁ ଦେଖିବା । ହଠାତ୍ ଡ୍ରାଇଭର ଗାଡି ରଖିଲା ଓ କହିଲା, ଡାହାଣ ଦିଗକୁ ଚାହାଁନ୍ତୁ, ଏକ ବିସ୍ତିର୍ଣ୍ଣ ତୃଣ ପ୍ରାନ୍ତର ମଝିରେ ଚାରି, ପାଟି ବବୁଲ ଗଛ, ବବୁଲ ଗଛର ଛାଇରେ ଦୁଇଟି ବିଶାଳ ସିଂହ ଆରାମ ନେଉଥିଲେ । ଆମେ ଆନନ୍ଦରେ ଚିକôାର କଲୁ । ଠିଆ ହୋଇପଡି ମନ ପୁରାଇ ଦେଖିଲୁ । କ୍ୟାମେରା ମାନ ବାହାର କରି ସ୍ନାପ୍ ମାନ ନେଲୁ । ଏକ ସ୍ମରଣୀୟ ଅମୂଲ୍ୟ ମୂହୁ³ର୍, ତଳକୁ ଯିବାକୁ ଡ୍ରାଇଭର ମନା କଲା । ଗାଡିର ସବୁ ବାଟ ବନ୍ଦ ଥାଏ । ସିଂହ ଠାରୁ କିଛି ଦୂରରେ ସଫାରିର ଗୋଟିଏ ଗାଡି ଠିଆ ହୋଇଥାଏ । ବୋଧେ ସିଂହ ପାଇଁ ମାଂସ ଆଣିଥାଏ । ହଠାତ୍ ଆମର ଜଣେ ସାଙ୍ଗ କହି ଉଠିଲା, ଆମେ ଓଡ଼ିଆ ମାନେ ଟଙ୍କିକିଆ ଚାଉଳ ଖାଇ ଯେପରି କାମ ଭୁଲି ଗଲେଣି, ଏ ସିଂହ ମଧ୍ୟ ବସି ବସି ଖାଇ ଶିକାର ଭୁଲି ଯିବେଣି ।
ତାପରେ ଗାଡି ଆଗକୁ ଚାଲିଲା । ସିଂହ ଦେଖିଲା ପରେ ଆମ ମନ ଶାନ୍ତ ହୋଇ ଯାଇଥାଏ । କିଛି ନିଳ ଗାଈ ଓ ହରିଣଙ୍କ ଫଟ ନେଲୁ । େ‘ରିଲା ବାଟରେ ଗୋଟିଏ ତାର ଘେରା ପାଖରେ ଗାଡି ରହିଲା । ତା ଭିତରେ ୧୦କି ୧୨ଟି ବାଘ ଥାଆନ୍ତି । ସିଂହ ପରେ ବାଘକୁ ଦେଖି ମନ ଖୁସି । ନିର୍ଦ୍ଧିଷ୍ଟ ସମୟରେ ଗାଡି େ‘ରିଲା । ବସଷ୍ଟାଣ୍ଡକୁ ଲାଗି ଛୋଟ ବଜାର ଟିଏ ଥାଏ । ସେଠାରେ ଟି ସାର୍ଟ, ବ୍ୟାଗ, ଲକେଟ ଇତ୍ୟାଦି ବିକ୍ରୀ ହେଉଥାଏ । ଯାତ୍ରାର ସ୍ମୃତି ସ୍ୱରୁପ ସମସ୍ତେ କିଛି କିଛି କିଣିଲୁ । ରାସ୍ତାକୁ ଆସି ଆମ ଗାଡିରେ ବସିଲୁ । ଏଠାରେ ଅନେକ ଗୁଡାଏ ହୋଟେଲ ଥାଏ । ବିଭିନ୍ନ ହୋଟେଲର ପିଲା ମାନେ ତାଙ୍କ ହୋଟେଲକୁ ଯିବା ପାଇଁ ଡାକୁଥାନ୍ତି । ଆମେ ଜଣକ ସାଙ୍ଗରେ ଗଲୁ । ପ୍ରାୟ ୧ କି.ମି ଗଲା ପରେ ଫାର୍ମ ହାଉସ ଭିତରେ ଢାବା ହୋଟେଲ ଟିଏ, ମନ ଭରି ଖାଇଲୁ, ଗୁଜୁରାଟ ଥାଳି ଦାମ ମଧ୍ୟ ବେଶି ନୁହେଁ । ବ୍ୟବହାର ଭଦ୍ର, ଖାଇସାରି ଗାଡିରେ ବସି ଅନ୍ୟ ଏକ ଦର୍ଶନୀୟ ସ୍ଥାନ ପୋର ବନ୍ଦର ଅଭିମୁଖେ ଯାତ୍ରା କଲୁ ।