ପ୍ରକୃତି ମିତ୍ରଙ୍କୁ ଡକ୍ଟରେଟ୍ ଉପାଧି: ବିଭିନ୍ନ ମହଲରୁ ଅଭିନନ୍ଦନ

ପାରାଦ୍ୱୀପ,(ଓଏନ୍ଏସ୍): ପରିବେଶ ବିଜ୍ଞାନ ଉପରେ ଗବେଷଣା କରି ଇଂଟରନ୍ୟାସନାଲ ପିସ୍ ୟୁନିଭରସିଟି ଜର୍ମାନୀ ଦ୍ୱାରା ସିକୃତୀ ତଥା ସମ୍ମାନିତ ଡକ୍ଟରେଟ ଉପାଧି ପାଇବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି ପାରାଦ୍ୱୀପର ଗଛ ମଣିଷ, ପ୍ରକୃତି ମିତ୍ର, ଅୟସକାନ୍ତ ରାୟ । ପଣ୍ଡିଚେରୀ ସ୍ଥିତ ଇଂଟରନ୍ୟାସନାଲ ଦ୍ୱାରା ୱାଲ୍ଡ ପିସ୍ କନଫେରେନ୍ସରେ ସ୍ୱତନ୍ତ୍ର ମୁଖ୍ୟ ଅତିଥି କାର୍ଥୀକେୟନ ସିଇଓଙ୍କ ଦ୍ୱାରା ଡକ୍ଟୋରେଟର ଉପାଧି, ସାଟିଫିକେଟ ସମ୍ମାନରେ ଭୂଷିତ ହୋଇଛନ୍ତି ଅୟସକାନ୍ତ ରାୟ । ଶ୍ରୀ ରାୟ ଦୀର୍ଘ ବର୍ଷ ଧରି ପରିବେଶ ଉପେର ବହୁ ପ୍ରତିରୋଧ, ପ୍ରତିଷେଧକ, ନିକରାକରଣ, ସଚେତନତା ରଥ ମାଗଣାରେ ଚାରା ବଂଟନ କରି ସବୁଜବଳୟ ସୃଷ୍ଟି କରିବାର ପ୍ରୟାସରେ ଲାଗିରହିଥିବା ଯୋଗୁ ତଥା ପରିବେଶ ବିଜ୍ଞାନ ଉପରେ ଗବେଷଣା ଅଧ୍ୟୟନକୁ ବିଚାର କରି ଆପିୟୁର ପରିଚାଳନା କମିଟି ତରଫରୁ ଏଭଳି ସୌଭାଗ୍ୟ ସମ୍ମାନ ପ୍ରଦାନ କରାଯାଇଛି । ଏ ସମ୍ମିଳନୀରେ ଅତିଥି ଭାବେ ଡ.ଡାନିଏଲା ନୋରା ବିଲିଙ୍ଗ (ଜର୍ମାନୀ), ଡ. ବଜୋର୍ଣ୍ଣର ସିବିଟି୍ (ଜର୍ମାନୀ), କରଣ କୁମାର ଭି.ଜି (କର୍ଣ୍ଣାଟକ), ମିଲିଣ୍ଡ ଦେଶ ପାଣ୍ଡେ(କର୍ଣ୍ଣାଟକ)ପ୍ରମୁଖ ଉପସ୍ଥିତଥିଲେ । ଡ. କିମିଗୋବି ସୁନ୍ଦର ରାଜନ ଉପଦେଷ୍ଟା ଆପିୟୁ, ସ୍ୱାଗତ ଭାଷଣ ଦେଇଥିଲେ । ଡ.ଏ ଗୋପି କାନନ, ରେଜିଷ୍ଟ୍ରାର ଆପିୟୁଙ୍କ ସହିତ ଧନ୍ୟବାଦ ଦେଇଥିଲେ ଡ.ଏ ଜୋଷେଫ ମୁଖ୍ୟ ଯୋଜନା ପରିଷଦ ଆପିୟୁ । ପାରାଦ୍ୱୀପକୁ ଫେରିବା ପରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published.