ପାଟଳିପଙ୍ଗ ପିଠା କାର୍ଯ୍ୟକ୍ରମରେ ଯୋଗଦେଲେ ୮୨ ସ୍ୱୟଂ ସକାୟିକା ଗୋଷ୍ଠି

ପାରାଦୀପ, (ଓଏନ୍ଏସ୍): କେନ୍ଦ୍ରାପଡା ଜିଲ୍ଲାରେ ପିଠା କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଥିôବା ବେଳେ ବେଳେ ସେଥିରେ ସମିଲ ହୋଇଛି ପାଟଳିପଙ୍ଗ ପଂଚାୟତ । ପୂର୍ବ ପ୍ରସ୍ତୁତି ଅନୁଯାଇ ପୂର୍ବାହ୍ନରେ ପ୍ରାୟ ଦୁଇ ହାଜାରରୁ ଅଧିକ ପୁରୁଷ, ମହିଳା, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଏବଂ ୮୨ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାଙ୍କ ସହିତ କୁନିକୁନି ପିଲା ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ । ପିଲାମାନଙ୍କ ଦ୍ୱାରା ନୃତ୍ୟ ଗୀତର ଆୟୋଜନ କରାଯାଇଥିଲା । ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କ ତରଫରୁ ୮୨ ପ୍ରକାରର ପିଠା ସହ ସ୍ୱତନ୍ତ୍ର ଭାବେ ବିଭିନ୍ନ ଜଳ ଜୀବ ତଥା ଫଳ ପୁଷ୍ପ ଆକୃତିର ଭିନ୍ନଭିନ୍ନ ସୁସ୍ୱାଦ ପିଠା ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯାଇଥିଲା । ସୁନେତ୍ର ଯୋଜନା, କାଳିଆ ଯୋଜନା, ଏଲିଡି ବଲ୍ୱ ଯୋଜନା ବାବଦରେ ଆଲୋଚନା କରାଯାଇ ଏଥିରେ କିଭଳି ଭାବେ ସାଧାରଣ ଜନତା ଉପକୃତ ହୋଇ ପାରିବେ ସେଥିପ୍ରତି ଆଲୋକପାତ କରାଯାଇଥିଲା । ସରପଂଚ ରବିନ୍ଦ୍ର ନାଥ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବିଶାଳ ଜନ ସମାବେଶ କରାଯାଇ ଓଡିଶା ସରକାରଙ୍କର ଲୋକାଭିମୁଖି ଯୋଜନା ବାବଦରେ ହିତାଧିକାରୀଙ୍କୁ ଅବଗତ କରାଯାଇଥିଲା । ପରିଶେଷରେ ୨୦୦ ବିପିଏଲ ପରିବାରଙ୍କୁ ଚିହ୍ନଟ କରାଯାଇ ଏଲଇଡି ବଲ୍ୱ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published.