ସ୍ୱର୍ଣ୍ଣଲତା ପଟ୍ଟନାୟକଙ୍କର ସ୍ମୃତି ସଭା ପାଳିତ
ପାରାଦ୍ୱୀପ, (ଓଏନ୍ଏସ୍): ପାରାଦ୍ୱୀପ କୁଜଙ୍ଗ ଅଂଚଳର ବିଶିଷ୍ଟ ଶିକ୍ଷକ ଓ କୃଷକ ନେତା ସ୍ୱର୍ଗତ ବିଭୁତି ଭୂଷଣ ପଟ୍ଟନାୟକଙ୍କ ଧର୍ମପତ୍ନୀ ସ୍ୱର୍ଣ୍ଣଲତା ପଟ୍ଟନାୟକଙ୍କର ଏକାଦଶାହ ଉସôବ ପାଳନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଣ୍ଣଲତାଙ୍କର ଗୁଣଗାନ ଓ ସ୍ମୃତି ଚାରଣ କରିଛନ୍ତି । କୁଜଙ୍ଗ ବ୍ଲକ ବଳରାମପୁର ସ୍ଥିତ ବାସଭବନରେ ଆୟୋଜିତ ସ୍ମୃତି ସଭାରେ ବିଶିଷ୍ଟ ଶିକ୍ଷାବିତ୍ ନିଶାକର ମୁଦୁଲି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ବିଷ୍ଣୁ ଦାସ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଏରସମା ବାଲିକୁଦା ବିଧାୟକ ପ୍ରାଶାନ୍ତ କୁମାର ମୁଦୁଲି , ବିଜୟ କୁମାର ମାଝି, ସ୍ୱର୍ଣ୍ଣଲତାଙ୍କର ଜ୍ୟେଷ୍ଠ ପୁତ୍ର ତଥା ମାସିକ ପରଦାର ସମ୍ପାଦକ ଶ୍ରୀ ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଗୀତା ପାଠ ସହିତ ସ୍ୱର୍ଗତା ସ୍ୱର୍ଣ୍ଣଲତାଙ୍କ ଅସାଧାରଣ ଗୁଣାବଳୀ ବର୍ଣ୍ଣନାକରି ଅମର ଆତ୍ମାର ସଦ୍ଗତି କାମନା କରି ଗଭୀର ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ । ଏହି ଉସôବରେ ରାଜ୍ୟର ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ ଓ ସାଧାରଣ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଟକ ବାରବାଟୀ ବିଧାୟକ ଦେବାଶୀଷ ସାମନ୍ତରାୟ, ବିଜୁ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାଷ ସିଂହ, ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଜ୍ଞାନ ଚଉଧୁରୀ, ସର୍ବ ଶ୍ରୀ ପ୍ରଭାକର ଭଟ୍ଟ, ବାବୁରାମ ଚୌଧୁରୀ, ପ୍ରାକ୍ତନ ପାରାଦ୍ୱୀପ ନଗର ପାଳ ଗୋବିନ୍ଦ ଚନ୍ଦ୍ର ତରାଇ, କିଶୋର କୁମାର ପରିଡା, ବର୍ତମାନର ନଗରପାଳ ବସନ୍ତ କୁମାର ବିଶ୍ୱାଳ, ଯୁବନେତା ଜ୍ୟୋତିକାନ୍ତ ପରିଡା , ରାକେଶ୍ କୁମାର ପଟ୍ଟନାୟକ, କୃଷକ ନେତା ହରିହର ସାମଲ, ରଞନ କୁମାର ଦାସ(ଟିକି), କବି ପିତାମ୍ବର ତରାଇ, ପାରାଦ୍ୱୀପ ଶିଳ୍ପାଂଚଳର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଉସôବକୁ ସ୍ୱର୍ଣ୍ଣଲତାଙ୍କର ସୁପୁତ୍ର ସରୋଜ, ସନ୍ତୋଷ, ସୁଶାନ୍ତ, ସୁବୋଧ, ସଂଗ୍ରାମ ଓ ସଂଜିବ ଓ ପରିବାର ବର୍ଗ ପରିଚାଳନା କରିଥିଲେ ।