ଫେବୃଆରୀରେ ଭାରତୀୟ ତଟରକ୍ଷୀ ବାହିନୀର ୪୩ତମ ପ୍ରତିଷ୍ଠା ଦିବସ

ଉପକୂଳ ସୁରକ୍ଷା ସମ୍ପର୍କରେ ରଣ କୌଶଳ ପ୍ରଦର୍ଶନ, ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କ ପରିଦର୍ଶନ
ପାରାଦୀପ, (ଓଏନ୍ଏସ୍): ଫେବୃଆରୀ ପହିଲାରେ ଭାରତୀୟ ତଟରକ୍ଷୀ ବାହିନୀ ପାଳନ କରିବାକୁ ଯାଉଛି ୪୩ ତମ ପ୍ରତିଷ୍ଠା ଦିବସ । ଏହି ଉପଲକ୍ଷେ ତଟରକ୍ଷୀ ବାହିନୀ ଦ୍ୱାରା ସାଧାରଣ ଜନତା, ସ୍କୁଲ ଛାତ୍ରଛାତ୍ରୀ ଓ ବୁଦ୍ଧିଯିବି ମାନଙ୍କୁ ନେଇ ପାରାଦୀପର ଗଭିର ସମୁଦ୍ର ଭିତରେ ଉପକୂଳ ସୁରକ୍ଷା ସମ୍ପର୍କରେ ରଣ କୈାଶଳ ପ୍ରଦର୍ଶନ କରାଯାଇଛି । ଯାହାକୁ ମନଭରି ଉପଭୋଗ କରିଥିଲେ ଉପସ୍ଥିତ ଜନତା, ଛାତ୍ରଛାତ୍ରୀ ଓ ପ୍ରଶାସନିକ ଅଧିକାରୀ । ପାରାଦୀପର ଗଭୀର ସମୁଦ୍ର ଭିତରେ ଜାହାଜର ଅନ୍ୟ ଜାହଜକୁ କିପରି ସହଯୋଗ , ଜାହାଜ କିମ୍ବା ବୋଟରେ ନିଆଁ ଲାଗିଲେ କିପରି ନିଆଁକୁ ଆୟତ କରିବା, ସମୁଦ୍ରରେ ଫଶି ରହିଥିବା ମତ୍ସ୍ୟଜିବୀମାନଙ୍କୁ ଉଦ୍ଧାର କରିବା , ଡୋନିୟର ଏୟାରକ୍ରାଫ୍ଟ ଆକାଶରେ ବୁଲିବାର ଦୃଶ୍ୟ , ଦୃତଗତିରେ ଯୁଦ୍ଧ ଜାହାଜର ରଣକୈାଶଳ ପ୍ରଦର୍ଶନ ଓ ଉପକୁଳରେ ପଇଁତରା ମାରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଭାରତୀୟ ତଟରକ୍ଷୀ ବାହିନୀର ୪୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ । ଏହି ଅବସରରେ ତଟରକ୍ଷୀ ବାହିନୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲା ଏଥିରେ ତଟରକ୍ଷୀ ବାହିନୀର ଅତ୍ୟାଧୁନିକ ଯୁଦ୍ଧ ଜାହାଜ ସୁଜୟ ,ବିଜୟ, ଅମୋଘ, ସରୋଜିନୀ ନାଇଡୁ , ଚାର୍ଲି ବୋଟ୍ ୪୨୫ ଓ ୪୨୬ ସହିତ ଡୋନିୟର ଏୟାରକ୍ରାଫ୍ଟ ଏହି ଯୁଦ୍ଧକୈାଶଳ ପ୍ରଦର୍ଶନରେ ସାମିଲ ହୋଇଥିଲେ । ଯାହାକୁ ସେଠାରେ ଉପସ୍ଥିତ ଥିବା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ସାଧାରଣ ଜନତା , ଛାତ୍ରଛାତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନେ ମନଭରି ଉପଭୋଗ କରିଥିଲେ ଯାହାକି ଆଗାମୀ ଦିନରେ ଯୁବ ପିଢିମାନଙ୍କୁ ତଟରକ୍ଷୀ ବାହିନୀରେ ସାମିଲ ହେବା ପାଇଁ ଉତ୍ସାହିତ କରିବ । ଭାରତୀୟ ତଟରକ୍ଷୀ ବାହିନୀ ତାର ୪୩ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏହି ଉପଲକ୍ଷେ ତଟରକ୍ଷୀ ବାହିନୀ ଜାହାଜ ଗୁଡିକ ଉପକୁଳ ସୁରକ୍ଷାରେ ନିୟୋଜିତ ହୋଇ କିଭଳି ଶତୃ ପକ୍ଷଙ୍କୁ ମୁକାବିଲା କରୁଛି, ସମୁଦ୍ରରେ ଫସି ରହିଥିବା ମସô୍ୟଜିବୀ ମାନଙ୍କୁ ଉଦ୍ଧାର କରୁଛି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯୟ ସମୟରେ କିଭଳି ଲୋକ ମାନଙ୍କୁ ଉଦ୍ଧାର କରିପାରେ , ସେ ସଂପର୍କରେ ସାଧାରଣ ଲୋକମାନଙ୍କୁ ଜଣାଇବା ପାଇଁ ନିଜର ଏକ ରଣକୈାଶଳ ପ୍ରଦର୍ଶନ କରିଥିଲା । ଯାହାକୁ ଦର୍ଶକ ଏମିତିକି ତଟରକ୍ଷୀ ବାହିନୀ ଯବାନମାନଙ୍କ ପରିବାର ବର୍ଗ ମଧ୍ୟ ମନଭରି ଉପଭୋଗ କରିବା ସହ ନିଜକୁ ଗର୍ବିତ ମନେ କରିଥିଲେ । ତେବେ ଭାରତୀୟ ତଟରକ୍ଷୀ ବାହିନୀ ଯବାନ ମାନଙ୍କର ଏଭଳି ସଜାଗ ରହିବା ଯୋଗୁ ଦେଶର ନାଗରିକ ମାନେ ନିଜକୁ ସୁରକ୍ଷିତ ଓ ଗର୍ବିତ ମନେ କରିଛନ୍ତି । ତଟରକ୍ଷୀ ବାହିନୀ ଉପକୂଳ ସୁରକ୍ଷା ସହ ଅନୁପ୍ରବେଶକୁ ରୋକିବା , ସମୁଦ୍ର ପଦ୍ୟୁଷଣ ରୋକିବା ,ବିପଦରେ ଥିବା ଲୋକଙ୍କୁ ଉଦ୍ଧାର କରିବା ଭଳି କାର୍ଯ୍ୟ କରି ଆସୁଛି ବୋଲି ତଟରକ୍ଷୀ ବାହିନୀର ଡିଆଇଜି କହିଛନ୍ତି । ପାରାଦୀପ ଏକ ବୃହତମ ବନ୍ଦର ହୋଇଥିବାବେଳେ ଏଠାରେ ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟ କାର୍ଯ୍ୟାଳୟ ରହିଅଛି ଏବଂ ତଟରକ୍ଷୀ ବାହିନୀ ଉପକୂଳ ସୁରକ୍ଷା ନିମନ୍ତେ ସବୁ ସମୟରେ ସଜାଗ ରହିଛନ୍ତି ।

Leave a Reply

Your email address will not be published.