ନୂଆଦିଲ୍ଲୀରେ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ନୂଆଦିଲ୍ଲୀ, (ଓଏନ୍ଏସ୍): ରାଜଧାନୀ ନୂଆଦିଲ୍ଲୀ ଠାରେ ଦେଶର ୭୦ ତମ ସାଧାରଣତନ୍ତ୍ର ଦିବସ ମହାସମାହୋରେ ପାଲିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଫି୍ରକାର ରାଷ୍ଟ୍ରପତି ସିରିଲା ରାମାଫୋସା । ନେଲସନ ମାଣ୍ଡେଲାଙ୍କ ପରେ ରାମାଫୋସା ଦ୍ୱିତୀୟ ଆଫି୍ରକୀୟ ରାଷ୍ଟ୍ରପତି ଭାବେ ଭାରତ ସାଧାରଣତନ୍ତ୍ର ଦିବସ ସମାହୋହରେ ଯୋଗ ଦେଇଥିଲେ । ତେବେ ସେ ତାଙ୍କର ପତ୍ନୀ ଓ ତାଙ୍କ ସରକାରର ଅନ୍ୟ ମନ୍ତ୍ରୀ ମାନଙ୍କ ସହିତ ଗତକାଲି ନୂଆଦିଲ୍ଲୀରେ ପହଂଚିଥିଲେ । ଆଜି ସକାଳେ ରାଷ୍ଟ୍ରପତି ସିରିଲା ରାମାଫୋସା ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀର ରାଜପଥରେ ଭାରତୀୟ ସାଧାରଣତନ୍ତ୍ର ଦିବସର ଉତ୍ସବ ଦେଖିବା ସହ ଭାରତୀୟ ସେନାଙ୍କ ବିରତ୍ୱର ପ୍ରଶଂସା କରିଥିଲେ ।