ଛବିନ୍ଦ୍ର ମେମୋରିଆଲ ଚାଲେଞ୍ଜ ଟ୍ରଫି: ଦେବାଶିଷଙ୍କୁ ସ୍ୱାଗତ

ପାରାଦୀପ, (ଓଏନ୍ଏସ୍): ପାରାଦୀପ ୟୁଥ୍ ଷ୍ଫୋଟିଂ ଆନୁକୂଲ୍ୟରେ ପାରାଦୀପର ଏନଏସି ପଡିଆରେ ଅନୁଷ୍ଠିତ ପ୍ରଥମ ଛବିନ୍ଦ୍ର ମେମୋରିଆଲ ଚାଲେଞ୍ଜ ଟ୍ରଫି ଉଦ୍ୟାପିତ ହୋଇ ଯାଇଛି । କଟକ–ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ବାରବାଟି ବିଧାୟକ ଯୋଗ ଦେଉଥିବାର ଖବର ପ୍ରଚାରିତ ହେବା ପରେ ଅଠରବାଙ୍କୀ ନିକଟସ୍ଥ ବିଜୁ ପାର୍କ ନିକଟରେ ପାରାଦୀପ ଅଂଚଳର ବହୁ ଶୁଭେଛୁ ଏବଂ ବିଜେଡି କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ଅପେକ୍ଷା କରି ରହିଥିଲେ । ବିଧାୟକ ଶ୍ରୀଯୁକ୍ତ ସାମନ୍ତରାୟ ପହଁଚିବା ପରେ ଅଠରବାଙ୍କୀ ବଣିକ ସଂଘର ସଭାପତି ଗୋକୁଳା ନନ୍ଦ ତରାଇ, ଉପ ସଭାପତି ଚିତ ରଂଜନ ମଲ୍ଲିକ, କାର୍ଯ୍ୟ କାରୀ ସଭାପତି ଅକ୍ଷୟ ଭୂୟାଁ, ଉପଦେଷ୍ଠା ସଂଜୟ ସାମନ୍ତରାୟ ତଥା ୬ ନଂ ୱାର୍ଡର ସଭାପତି ପ୍ରତାପ ନାୟକ, ତାପସ ରାଉତ, ଜିତେନ୍ଦ୍ର ସ୍ୱାଇଁ, ବିଷ୍ଣୁ ସାହୁ, ବାବୁ ଦାସ, ରଂଜନ ଦାସ, ଏବଂ ଅଜୟ ନାୟକ, ଶୁଶିିଲ କୁମାର ମହାପାତ୍ର, ଲିଲି ସାମଲ, ମାନସ ରଂଜନ ବିଶ୍ୱାଳ, ପ୍ରମୁଖ ପାରିଷଦବୃନ୍ଦ ଫୁଲ ତୋଡା ଦେଇ ସ୍ୱାଗତ କରିବା ସହିତ ପାଛୋଟି ନେଇଥିଲେ ବିଜୁ ବାବୁଙ୍କ ଷ୍ଟାଚୁ୍ୟ ନିକଟକୁ । ସେଠାରେ ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତୀ ଚରଣରେ ପୁଷ୍ପ ଗୁଚ୍ଛ ପ୍ରଦାନ ପରେ ବିଶାଳ ରାଲ୍ଲିରେ ପହଂଚି ଥିଲେ ଖେଳ ପଡିଆ ନିକଟରେ । ସେଠାରେ ଆୟୋଜିତ ଥିବା ଫାଇନାଲ ମ୍ୟାଚ୍ରେ କଟକର ରାଇଜିଂ ଷ୍ଟୁଡେଣ୍ଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୯ ଉଇକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଥିଲା । ଜବାବରେ ବ୍ରହ୍ମପୁରର ୟୁନାଇଟେଡ୍ ଇଲେଭେନ ୨୧ ଓଭରରେ ୨ ଉଇକେଟ ହରାଇ ୧୫୫ ରନ୍ କରି ମ୍ୟାଚ ଜିତିବା ସହ ଚମ୍ପିୟାନ ହୋଇଥିଲା । ମ୍ୟାନ ଅଫଦି ସିରିଜ୍ ଭାବେ ୟୁନାଇଟେଡ ଇଲେଭେନର ଆଇଏସ ଗିରି, ଓ ମ୍ୟାନ ଅଫ ଦି ମ୍ୟାଚ ଭାବେ ପ୍ରବିଣ କୁମାରଙ୍କୁ ମୁଖ୍ୟ ଅତିଥି ଶ୍ରୀ ସାମନ୍ତରାୟ ପୁରଷ୍କାର ପ୍ରଦାନ କରିଥିଲେ । ରାଇଜିଂ ଷ୍ଟୁଡେଣ୍ଟ କଟକ ରନରସ୍ ହୋଇଥିଲା । ଦେବେନ୍ଦ୍ର ନାୟକ, ମନୋଜ ପଣ୍ଡା, ଜୀବନ ସ୍ୱାଇଁ ଅମ୍ପେୟାର ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ସତ୍ୟରଂଜନ ପ୍ରଧାନ, ଶୁଭ ରଂଜନ ପ୍ରଧାନ, ପ୍ରଶାନ୍ତ ସାହୁ, ଲିଙ୍ଗରାଜ ପରିଡା, ମଳୟ କୁମାର ସ୍ୱାଇଁ, ଶଶିକାନ୍ତ ବେହେରା, ରଶ୍ମୀ ରଂଜନ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.