କେନ୍ଦ୍ରାପଡାରେ ହେଲେମେଣ୍ଟ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଓଏନ୍ଏସ୍): ସଡକ ଦର୍ଘଟଣରେ ଲୋକେ ବାରମ୍ବାର ପ୍ରାଣ ହରାଉଥିବା ବେଳେ ଗତ ଜନୁୟାରୀ ମାସର ୩୧ ଦିନ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଡକ ଦୁର୍ଘଟଣା ଯୋଗୁ ୧୯ ଜଣଙ୍କର ମୂଲ୍ୟବାନ ଜୀବନ ଯାଇଥିଲା । ଏହାକୁ ଆଖିଆଗରେ ରଖି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ସଡକ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ହେଲମେଣ୍ଟ ପିନ୍ଧି ନଥିବା ବାଇକ୍ ଚାଳକ ମାନଙ୍କୁ ନାଲି ରଙ୍ଗର ଗୋଲାପ ଫୁଲ ଦେବା ସହ ହେଲମେଣ୍ଟ ପିନ୍ଧାଇ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ୧୫୦ ରୁ ଅଧିକ ବାଇକ୍ ଆରୋହୀଙ୍କୁ ହେଲମେଣ୍ଟ ପ୍ରଦାନ କରାଯାଇଛି ।

Leave a Reply

Your email address will not be published.