‘ଜାତୀୟ ସଡ଼କ ସୁରକ୍ଷା ସପ୍ତାହ’:ବିଭାଗୀୟ ଅଧିକାରୀଙ୍କ କର୍ତବ୍ୟ ପରାୟଣତା ସଚେତନତା କାର୍ଯ୍ୟକ୍ରମ ଜରୁରୀ

ବାଲେଶ୍ୱର, (ଓ.ଏନ୍.ଏସ୍) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ଜାତୀୟ ସଡ଼କ ସୁରକ୍ଷା ସପ୍ତାହ’ ଚଳିତ ମାସ ୪ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି । ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ସହିତ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହୋଇଥିବା ବେଳେ ଜିଲ୍ଲାପାଳ, ଏସ୍.ପି, ଆର.ଟି.ଓଙ୍କ ସମେତ ବିଭିନ୍ନ ପଦାଧିକାରୀ ,ହିସବୁ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ମୋଟା ଅଙ୍କର ଅର୍ଥ ରାଜକୋଷରୁ ଖର୍ଚ୍ଚ ହେଉଥିବା ବେଳେ ସଡ଼କ ଦୁର୍ଘଟଣା କମିବା ପରିବର୍ତେ ପ୍ରତିବର୍ଷ କ୍ରମାଗତ ଭାବେ ବଢ଼ିବଢ଼ି ଚାଲିଛି, ଯାହା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ସୁଫଳ ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।
ପ୍ରଶ୍ନ ଉଠୁଛିଯେ, ବିପୁଳ ଅର୍ଥ ବ୍ୟୟରେ ପାଳିତ ହେଉଥିବା ‘ଜାତୀୟ ସଡ଼କ ସୁରକ୍ଷା ସପ୍ତାହ’ କାର୍ଯ୍ୟକ୍ରମରେ ସଫଳତା ମିଳିଥିଲେ ସଡ଼କ ଦୁର୍ଘଟଣା ହାର କମି କମି ଚାଲନ୍ତା । କିନ୍ତୁ ତାହା ନହୋଇ ସଡ଼କ ଦୁର୍ଘଟଣା କମିବା ପରିବର୍ତେ ପ୍ରତିବର୍ଷ ବଢ଼ିବା ଦ୍ୱାରା ଏହି କାର୍ଯ୍ୟକ୍ରମ ବିଫଳ ହେଉଥିବା ପ୍ରମାଣିତ ହେଉଛି । ଫଳରେ ରାଜକୋଷରୁ ଖର୍ଚ୍ଚ ହେଉଥିବା ଜନସାାଧାରଣଙ୍କର କଷ୍ଟୋପାର୍ଜିତ ଅର୍ଥ ପାଣିରେ ପଡ଼ୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନହେଲା ବିପୁଳ ଅର୍ଥବ୍ୟୟରେ ୩୦ବର୍ଷ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ବିଫଳ ହେଉଛି କାହିଁକି (?) ଏବଂ ଏଥି ପାଇଁ ଦାୟୀ କିଏ? ଏହିସବୁ ପ୍ରଶ୍ନର ଉତର ଖୋଜିଲେ ସ୍ୱତଃ ଅଙ୍ଗୁଳି ଉଠେ ସରରକାରୀ ଅଧିକାରୀମାନଙ୍କ ଆଡ଼କୁ । ସରକାରୀ ଅଧିକାରୀ/କର୍ମଚାରୀମାନଙ୍କର କର୍ତବ୍ୟ ପ୍ରତି ଉଦାସିନତା, କର୍ତବ୍ୟର ଅବହେଳା ଓ ଦୁନର୍ନୀତି ଏହାର ମୁଖ୍ୟ କାରଣ ।
ସଠିକ୍ ଭାବରେ ଯାଞ୍ଚ କରାଗଲେ, ରାଜ୍ୟରେ ଚାଲୁଥିବା ଗାଡ଼ି ଗୁଡ଼ିକ ମଧ୍ୟରୁ ଅନେକ ଗାଡ଼ି ବେଆଇନ ଭାବେ ·ଲିଛି । ବିଶେଷକରି ଯାତ୍ରୀ ପରିବହନ କରୁଥିବା ଛୋଟଛୋଟ ଚାରିଚକିଆ ଯାନ, ଯଥା- ଟ୍ରେକର, କମାଣ୍ଡର, ମାରୁତି ଭେନ୍, କାର ଭଳି ଅଧିକାଂଶ ଗାଡ଼ିର କାଗଜପତ୍ର ନାହିଁ । କାହାର ଫିଟ୍ନେସ୍ ନାହିଁ ତ’ କାହାର ପଲୁ୍ୟସନ ପ୍ରମାଣପତ୍ର ନାହିଁ, ପୁଣି କେଉଁ ଡ୍ରାଇଭରର ଡ୍ରାଇଭିଂ ଲାଇସେନ୍ସ ନଥିବାର ନଜିର ମଧ୍ୟ ରହିଛି । ଏହା ବ୍ୟତୀତ ଏହିସବୁ ଗାଡ଼ି ଗୁଡ଼ିକ ମାତ୍ରାଧିକ ଲୋକଙ୍କୁ ଓଭରଲୋଡିଂ କରି ନେଉଥିବା ବେଳେ କେତେକ କ୍ଷେତ୍ରରେ ପେଟ୍ରୋଲ/ଏଲପିଜି ଗ୍ୟାସ ଭଳି ଦହନଶୀଳ ପଦାର୍ଥ ସହିତ ଯାତ୍ରୀ ପରିବହନ କରୁଥିବାର ଦେଖିବାକୁ ମିଳିଛି । ଏଥିପ୍ରତି ପରିବହନ ଅଧିକାରୀଙ୍କର ନଜରନାହିଁ । ଏହିସବୁ ଘଟଣା ସମ୍ବାଦପତ୍ର/ଗଣମାଧ୍ୟମରେ ପ୍ରକାଶିତ ହେଉଥିଲେ ମଧ୍ୟ, ଏପରିକି ଆରଟିଓ/ଏମ୍.ଭି.ଆଇଙ୍କୁ ସୂଚନା ଦେଲେ ଦେଲେ ମଧ୍ୟ ହାତଗୋଡ଼ ବାନ୍ଧି ବସିରହୁଛନ୍ତି ଏହିସବୁ ଅଧିକାରୀ । ଏହାର ଏକ ଉଦାହରଣ ଭାବେ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଆାଯାଇପାରେ । ବାଲେଶ୍ୱର ଜିଲ୍ଲାର ବିଭିନ୍ନସ୍ଥାନରେ, ଯଥା – ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ସୋର ପ୍ରଭଅତି ସ୍ଥାନରେ ନମ୍ବର ନଥିବା ଅନେକ ବାଳବାହୀ ଅଟୋ ରିକ୍ସା ଚାଲିଛି । ,ପରିକି ଏଥିରେ ଯାତ୍ରୀମଧ୍ୟ ପରିବହନ କରାଯାଉଛି । ଏସମ୍ପର୍କିତ ଏକ ସୂଚନା ଫଟୋ ସହିତ ହ୍ୱାଟ୍ସଆପ ମାଧ୍ୟମରେ ତା.୨୩ ଜୁଲାଇ ୨୦୧୮ରେ ବାଲେଶ୍ୱର ଏମ.ଭି.ଆଇଙ୍କୁ ଜଣାଇ ଦିଆଯାଇଥିବା ବେଳେ ଏହା ଉପରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ଏମ.ଭି.ଆଇ ମହୋଦୟ ନେଇ ନାହାନ୍ତି । ଏହା ପ୍ରମାଣିତ କରୁଛିଯେ, ପରିବହନ ଅଧିକାରୀମାନେ ନିଜ କର୍ତବ୍ୟ ପ୍ରତି କେତେ ଉଦାସୀନ ଓ କର୍ତବ୍ୟର କେତେ ଅବହେଳା କରୁଛନ୍ତି । ଫଳରେ ବେଆଇନ ଗାଡ଼ି ଚାଳନା ବଢ଼ିବଢ଼ି ଚାଲିବା ସହିତ ବେଆଇନ ଗାଡ଼ିଚାଳକମାନେ ଉତ୍ସାହିତ ହେଉଛନ୍ତି । ଫଳରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ।
ସଡ଼କ ଦୁର୍ଘଟଣା ହାର କମାଇବା ପାଇଁ ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଯେତିକି ଜରୁରୀ ଠିକ୍ ସେହିପରି ବେଆଇନ ପରିବହନ, ବେଆଇନ ଗାଡ଼ିଚାଳନା ଓ ବେଆଇନ ଗାଡ଼ିଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ତାହା ନକରି କେବଳ ସଡ଼କ ସୁରକ୍ଷା ସପ୍ତାହ ପାଳନ କରିଦେଲେ ସଡ଼କ ଦୁର୍ଘଟଣା କମିବ ନାହିଁ, ଯାହା ଦୀର୍ଘ ୩୦ବର୍ଷର କାର୍ଯ୍ୟକ୍ରମ ପ୍ରମାଣିତ କରିସାରିଛି ।
ଅନ୍ୟପକ୍ଷରେ ବେଆଇନ ପରିବହନର ମୂଳରେ ରହିଛି, ଦୁର୍ନୀତି । ପରିବହନ ଅଧିକାରୀ/କର୍ମଚାରୀଙ୍କୁ ଲାଂଚ ଦେଇ କାଗଜପତ୍ର ନଥାଇ ବେଆଇନଭାବେ ଗାଡ଼ି ଚଳାଉଛନ୍ତି ବହୁ ଗାଡ଼ିମାଲିକମାନେ । ଏ ସବୁ ଦେଖି, ସବୁ ଜାଣି, ନଦେଖିଲା ଭଳି, ନଜାଣିଲା ଭଳି ଅଭିନୟ କରିଚାଲିଛନ୍ତି ବିଭାଗୀୟ ଅଧିକାରୀମାନେ । ଆଖିରେ ଆଙ୍ଗୁଳି ଖେଂଚି ଦେଖାଇଦେଲେ ମଧ୍ୟ ବିଭାଗ କିଛି ଦେଖୁନାହିଁ । ବର୍ଷରେ ଥରେ ସରକାରୀ କାର୍ଯ୍ୟକ୍ରମ ‘ଜାତୀୟ ସଡ଼କ ସୁରକ୍ଷା ସପ୍ତାହ’ ପାଳନ କରି ନିଜର କାର୍ଯ୍ୟଦାୟୀତ୍ୱ ସାରିଦେଇଥିବାର ବିଭାଗୀୟ ଅଧିକାରୀମାନେ ଆତ୍ମସନ୍ତୋଷ ଲାଭ କରୁଛନ୍ତି ସତ୍ୟ, କିନ୍ତୁ ଜନତା ଏହି କାର୍ଯ୍ୟକ୍ରମରୁ କୋ÷ଣସି ସୁଫଳ ପାଉନାହାନ୍ତି ।
ସଡ଼କ ସୁରକ୍ଷା ନିମନ୍ତେ ସରକାର ଜନସାାଧାରଣଙ୍କୁ ସଚେତନ କରିବା ଲକ୍ଷରେ ବିପୁଳ ଅର୍ଥ ବ୍ୟୟରେ ପାଳନ କରୁଥିବା ‘ଜାତୀୟ ସଡ଼କ ସୁରକ୍ଷା ସପ୍ତାହ’ କାର୍ଯ୍ୟକ୍ରମ ଆୟୋଜନ କରିବା ପରିବର୍ତେ ପରିବହନ ବିଭାଗ ଅଧିକାରୀ/କର୍ମଚାରୀମାନଙ୍କୁ, ସେମାନଙ୍କ କର୍ତବ୍ୟ ପ୍ରତି ସଚେତନ ହେବା / କର୍ତବ୍ୟ ପ୍ରତି ଅଙ୍ଗୀକାରବଦ୍ଧ ହେବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କଲେ ସଡ଼କ ଦୁର୍ଘଟଣା ହାର ହ୍ରାସପାଇବା ସହିତ ସଡ଼କ ସୁରକ୍ଷା ଉପରେ ଅଧିକ ସୁଫଳ ମିଳିପାରନ୍ତା ।

Leave a Reply

Your email address will not be published.