ଲକ ଥାନା ତରଫରୁ ସଡକ ସୁରକ୍ଷା ସଚେତନତା ଅଭିଯାନ

ଗୋଲାପ ଫୁଲ ଦେଇ ସଚେତନ କଲେ
ପାରାଦୀପ, (ଓଏନ୍ଏସ୍): ପାରାଦୀପ ଗଡ ପନ୍ଚାୟତର ପାରାଦୀପ ଲକ୍ ଥାନା ତରଫରୁ ଆଜି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳୁ ପାରାଦୀପ ଥାନା ଅଧିକାରୀ ଭରତ କୁମାର ବେହେରାଙ୍କ ତତ୍ୱାବଧାନରେ ସ୍ଥାନୀୟ ଶ୍ରୀମା ବିଦ୍ୟାପିଠର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଦ୍ୟାର୍ଥୀ ମାନଙ୍କୁ ଥାନା ପରିଷରରେ ସଚେତନତା ବାର୍ତା ପ୍ରଦାନ କରିବା ପରେ ଜାତୀୟ ରାଜପଥ ଉପରକୁ ଯାଇ ହେଲମେଟ୍ ପିନ୍ଧିଥିବା ମଟର ସାଇକେଲ ଚାଳକଙ୍କୁ ଗୋଲପ ଫୁଲରେ ସଚେତନ କରିବା ସହିତ ବେଲଟ ପିନ୍ଧି କାର ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କୁ ଅନୁରୂପ ଧରଣର ଫୁଲ ଦେଇ ସଚେତନ କରାଇଥିଲେ । ଏକି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପନ୍ଚ ମିହିର ରଂଜନ ସାହୁ,ରମେଶ ମହାନ୍ତି, ରଶ୍ମୀରଂଜନ ରଥ, ସବ୍ ଇନ୍ସପେକ୍ଟର ଦୁଖିଶ୍ୟାମ ସେଠୀ, ପୁଲିସ କର୍ମଚାରୀ, ସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଯେ୍ୟାଧନ ସେଠୀ, ସହକାରୀ ଶିକ୍ଷକ ବିଷ୍ଣୁ ଚରଣ ମଙ୍ଗରାଜ,ସମାଜ ସେବୀ ପ୍ରଦୀପ ସେଠୀ, ସୁରେନ୍ଦ୍ର ମଙ୍ଗରାଜ,ସୁରେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରେ ପାରାଦୀପ ପୁଲିସ ସୁରକ୍ଷା ବଳରେ ପାରାଦୀପ ଗଡ ବଜାର ପରିକ୍ରମା କରାଯାଇ ସଚେତନ ବାର୍ତା ପହଁଚା ଯାଇଥିଲା ।

Leave a Reply

Your email address will not be published.