ଗୋପିନାଥ କଲୋନୀ ବିଜୁ ଯୁବ ବାହିନୀ ଗ୍ରୁପ-୧ ତରଫରୁ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
ପାରାଦୀପ, (ଓଏନ୍ଏସ୍): ପାରାଦୀପ ବନ୍ଦର ମୁଖ୍ୟ ଦ୍ୱାର ନିକଟସ୍ଥ ଗୋପିନାଥ କଲୋନୀର ଆବାଳ ବୃଦ୍ଧ ବନିତା ତଥା ବିଜୁ ଯୁବ ବାହିନୀ(୧) ତରଫରୁ ଆଜି କାଶ୍ମୀରରେ ଆତଙ୍କବାଦୀ ବର୍ବୋର ଚିତ ଆକ୍ରମଣରେ ମୃତୁ୍ୟବରଣ କରିଥିବା ୪୪ ଜଣ ବୀର ଯବାନଙ୍କ ଉଦେ୍ଦଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଝଳି ଜ୍ଞାପନ କରାଯାଇଛି । ଶତାଧିକ ମହିଳା ପୁରୁଷ ଏବଂ ବିଜୁ ଯୁବ ବାହିନୀର କର୍ମୀମାନେ ହାତରେ କ୍ୟାଣ୍ଡେଲ ଧରି ବିଶାଳ ଶୋଭାଯାତ୍ରାରେ ପାରାଦୀପ ବନ୍ଦର ମୁଖ୍ୟ ଦ୍ୱାର ଠାରୁ ବସ୍ତି ଅଂଚଳ ଏବଂ ବିଜୁ ମାର୍କେଟ ପରିକ୍ରମା କରିଥିଲେ । ସହିଦଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଭାରତ ମାତାର ଜୟଜୟକାର ଧ୍ୱନୀରେ ଗଗନ ପବନପ୍ରକମ୍ପିତ କରିଥିଲେ । ତତ୍ ସହିତ ଆହତ ହୋଇ ଚିକିସôିତ ହେଉଥିବା ବୀର ଯବାନ ମାନଙ୍କର ଶିଘ୍ର ଆରୋଗ୍ୟ କାମନା କରି ବାବା ବିଶ୍ୱନାଥ ମନ୍ଦିରରୁ ପ୍ରାର୍ଥନା ଆରମ୍ଭ କରି ଯାତ୍ରାରେ ସାମିଲ ହୋଇଥିଲେ ଅନେକ ସ୍ୱେଚ୍ଛା ସେବୀ । ଏହି କାର୍ଯ୍ୟକ୍ରମରେ ଗୋପିନାଥ ୟୁଥ କ୍ଲବ ତଥା ବିଜୁ ଯୁବ ବାହିନୀର ସଦସ୍ୟ ବିକାଶ ପାଲ,ଚିତରଂଜନ ମଲ୍ଲିକ,ଜିତୁ ସ୍ୱାଇଁ, ବିଷ୍ଣୁ ସାହୁ, ଯଶୋନ୍ତ ବେହେରା,ସତ୍ୟ ରଂଜନ ,ଶ୍ରୀକାନ୍ତ ଗୋଚ୍ଛାୟତ,ବାବୁ ଦାସ, ଅରୁଣ ମହାପାତ୍ର,ମୋହନ ବିଶ୍ୱାସ,ରଂଜନ ଦାସ,ବସନ୍ତ ସାହୁ,ଦୁଶ୍ମନ୍ତ ହରିଚନ୍ଦନ,ରତିକାନ୍ତ ନାୟକ,ଚନ୍ଦ୍ରକାନ୍ତ ପାଇକରାୟ,ଗୈାତମ ସାହୁ,ବାପୁଜି ମଲ୍ଲିକ, ବାପିନ ବେହେରା,ସତ୍ୟଜିତ୍ ବେହେରା,ୱାର୍ଡ ନଂ ୨ର ପାରିଷଦ ଅଜୟ ନାୟକ ଙ୍କ ସହିତ ଏସଏଚଜି ଗୃପ ଗୁଡିକ ଯଥା ମା ଅମ୍ବିକା,ମା ବଜ୍ରବୁଢି,ମା ଶିଦ୍ଧ ଭୈରବୀ,ମା କାଳିଜାଇ,ମା ସନ୍ତୋଷି,ମା ମଙ୍ଗଳା,ମା ବିମଳା,ମା ଶାରଳା,ମା ସରସ୍ୱତି,ମା ଗାୟତ୍ରୀ,ମା ଉଗ୍ରତାରା, ମା ଲକ୍ଷ୍ମୀ,ମା ତାରାତାରିଣୀ, ମା ଭବାନି, ବାବା ବିଶ୍ୱନାଥ , ଏବଂ ୱାର୍ଡ ନଂ ୨ ର ଗୋପିନାଥ କଲୋନି ନାଗରିକ ପରିଷଦର ମୂରବୀମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ ।