ପୂର୍ବାଂଚଳ ମହିଳା ସୁରକ୍ଷା ବିକାଶ ପରିଷଦ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାରାଦୀପ,(ଓଏନ୍ଏସ୍): ପାରାଦୀପସ୍ଥ ଏସଆର ଛକ ନିକଟରେ ଆଜି ପୂର୍ବାଂଚଳ ମହିଳା ବିକାଶ ପରିଷଦ ତରଫରୁ ସହିଦ ବୀର ଯବାନ ଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଝଳି ଅର୍ପଣ କରାଯାଇଛି । କାପୁରୁଷ ପଣିଆ ଦେଖାଇ ପଡୋଶି ଦେଶର ଇଶାରରେ ଆତଙ୍କବାଦୀମାନେ ବୋମା ବୀଷ୍ଫୋରଣ କରି ଭାରତର ୪୪ ଜଣ ଯବାନଙ୍କୁ ମାରି ଦେବା ସହିତ ଅନେକଙ୍କୁ ଆହତ କରିଛନ୍ତି । ଏହି ଘଟଣାକୁ ସାରା ବିଶ୍ୱରେ ନିନ୍ଦା କରାଯିବା ସହିତ ଭାରତର ପୁର ପଲ୍ଲିରେ ପ୍ରତିବାଦର ବହ୍ନି ଯାଗରଣ ହୋଇଛି । ସେଥିରେ ସାମିଲ ହୋଇଛନ୍ତି ପାରାଦୀପର ବିଭିନ୍ନ ସଂଗଠନ ତଥା ଆବାଳ ବୃଦ୍ଧ ବନିତା । ତେଣୁ ଏହି ଲୋମ ଟାଙ୍କୁରା ହୃଦୟ ବିଦାରକ ଘଟଣା ପାଇଁ ପାକିସ୍ଥାନକୁ ଦୃଢ ନିନ୍ଦା କରାଯିବା ସହିତ ବୀର ସହିଦ ମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ମହିଳା ସୁରକ୍ଷା ବିକାଶ ପରିଷଦ । ଆଜି ସଂଧ୍ୟାରେ ଅବସର ପ୍ରାପ୍ତ ସୈନିକ ତଥା ମୁଖ୍ୟ ଉପଦେଷ୍ଠା ବିମଳ ଚନ୍ଦ୍ର ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସଂଘର ଶତାଧିକ ମହିଳା ତଥା ସ୍ଥାନୀୟ ଜନସାଧାରଣ ଉପସ୍ଥିତ ହୋଇ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏସଆର ଷ୍ଟିଲ ପ୍ଲାଣ୍ଟ ଛକରୁ ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ପରିଭ୍ରମଣ କରି ସୁଖୁଆ ଖଳା ଶିବ ମନ୍ଦିର ଫ୍ରାଙ୍ଗଣରେ ସମାପନ କରାଯାଇଥିଲା । ଏହି ମହାନ କାର୍ଯ୍ୟକ୍ରମରେ ଉପଦେଷ୍ଠା ଦିଲ୍ଲିପ ମଲ୍ଲିକ,ତପନ ସ୍ୱାଇଁ,ସଭାନେତ୍ରୀ ସରସ୍ୱତି ନାୟକ,ସଂପାଦିକା ଲୋଭା ବେହେରା,ବିଦୁ ଅପା,ମମି ଅପା,ଅମିୟ ମହାନ୍ତି,ସୈାଭାଗ୍ୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିବା ବେଲେ ସତାଧିକ ମହିଳା ସଦସ୍ୟା ଉପସ୍ଥିତ ଥିଲେ ।