ଅଠରବାଙ୍କୀ ବଣିକ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି
ପାରାଦୀପ, (ଓଏନ୍ଏସ୍): ପାରାଦୀପ ଉପକଣ୍ଠ ମୁଖ୍ୟ ଦ୍ୱାର ନିକଟରେ ଥିବା ପୈାରପାଳିକାର ବୃହତ ବ୍ୟବସାୟ ପେଣ୍ଠସ୍ଥଳୀର ବଣିକ ଭାଇ ମାନଙ୍କ ଦ୍ୱାରା ଆଜି ସହିଦ ହୋଇଥିବା ୪୪ ଜଣ ବୀର ଯବାନଙ୍କ ଉଦେ୍ଧଶ୍ୟରେ କ୍ୟାଣ୍ଡାଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ୱତଃପ୍ରବୃତ ଭାବେ ଦିନ ତମାମ ବଜାରର ବ୍ୟବସାୟ ବନ୍ଦ କରି ସଂଧ୍ୟାରେ ନିରବ ପ୍ରାର୍ଥନା କରାଯାଇ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଶୋଭାଯାତ୍ରା ବଜାରରୁ ବାହାରି ରେଲୱେ କଲୋନି ପରିକ୍ରମା କରିଥିଲା । ଭାରତ ମାତାର ଜୟ, ବୀର ଯବାନ ଜୟ, ଅମର ସହିଦ ଜୟ,ପାକିସ୍ଥାନ ମୂର୍ଦ୍ଧାବଦରେ ପ୍ରକଂପିତ ହୋଇଥିଲା ବଜାର ଛକ । ଶେଷରେ ମହାନ ଜନନାୟକ ବିଜୁ ବାବୁଙ୍କ ଷ୍ଟାଚୁ୍ୟ ନିକଟରେ ଶ୍ରଦ୍ଧାଞ୍ଝଳି ଶୋଭାଯାତ୍ରା ସମାପନ ହୋଇଥିଲା । ସଂଘର ମୂରବୀ ଶ୍ରୀଯୁକ୍ତ ଅକ୍ଷୟ ଭୂଁୟା, ଟୁକୁନା ନାୟକ, ଗୋକୁଳାନନ୍ଦ ତରାଇ, ଚିତରଂଜନ ମଲ୍ଲିକ, ହିମାଂସୁ ନାୟକ,ଅଶୋକ ଦାସ, ପଂଚାନନ ପ୍ରଧାନ, ଉମେଶ ସ୍ୱାଇଁ, କିଶୋର ଦଳାଇ, ରମାରମଣ ବେହେରା,ବିଷ୍ଣୁ ସାହୁ, ତ୍ରିଲୋଚନ ସ୍ୱାଇଁ,ଟୁକୁନା ସାହୁ,ପ୍ରଭାକର ସାହୁ, ସହଦେବ ତରାଇ,ରାକ୍ଷୀ ସ୍ୱାଇଁ ଏବଂ ସାମ୍ବାଦିକ ବାମଦେବ ସାହୁ ପ୍ରମୁଖ ସମସ୍ତ ବ୍ୟବସାୟୀ ଉପସ୍ଥିତ ଥିଲେ ।