କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତା ବୃଦ୍ଧି
କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ପାଇଁ ଖୁସ ଖବର । ସେମାନଙ୍କ ପାଇଁ କେନ୍ଦ୍ର ସରକାର ଅତିରିକ୍ତ ତିନିଭାଗ ମହଙ୍ଗା ଭତା ମଂଜୁର କରିଛନ୍ତି । ଏହା ପିଛିଲା ଭାବେ ଗତ ଜାନୁୟାରି ମାସରୁ ଲାଗୁ ହେବ । ଏହାକୁ ମିଶାଇ କେନ୍ଦ୍ର ସରକାରୀ କର୍ମଚାରୀମାନେ ୧୨ ଭାଗ ମହଙ୍ଗା ଭତା ପାଇବେ । ଯାହାଫଳରେ କେନ୍ଦ୍ର ସରକାରଙ୍କ ଉପରେ ଅତିରିକ୍ତ ୯୧୬୮.୧୨ କୋଟି ଟଙ୍କାର ବୋଝ ପଡିବ । ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ୪୮ ଲକ୍ଷ ୪୧ ହଜାର କମିଚାରୀ ଓ ୬୨ ଲକ୍ଷ ୩ ହଜାର ପେନସନଭୋଗୀ ଏହାଦ୍ୱାର ଉପକୃତ ହେବେ ।
ଏଠାରେ ପ୍ରକାଶ କରାଯାଇପାରେ ଯେ ଗତ ୨୦୧୮ ମସିହାରୁ କେନ୍ଦ୍ର ସରକାର ପିଛିଲାଭାବେ ୭ମ ବେତନ କମିଶନର ସୁପାରିଶ ଅନୁସାରେ ଦରମା ଦେବା ପରେ ନୂଆ ହାରରେ ମହଙ୍ଗା ଭତା ମଂଜୁର କରୁଛନ୍ତି । ପୂର୍ବରୁ ୯ ଭାଗ ମହଙ୍ଗ ମତା ମିଳୁଥିବାବେଳେ, ଏବେ ଏହା ୧୨ ଭାଗକୁ ବୃଦ୍ଧି ପାଇଛି ।