ତୈଳ ବିଶୋଧନାଗାର ଶ୍ରମିକ ସଂଘ ତରଫରୁ ରକ୍ତ ଦାନ ଶିବିର ପ୍ରସ୍ତୁତି ବୈଠକ

ପାରାଦୀପ, (ଓଏନ୍ଏସ୍): ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜନ୍ମ ଜୟନ୍ତି ଉପଲକ୍ଷେ ଆସନ୍ତା ମାର୍ଚ୍ଚ ୧ ଏବଂ ୨ ତାରିଖ ଶୁକ୍ରବାର ଏବଂ ଶନିବାର ଦୁଇଦିନ ବ୍ୟାପି ରକ୍ତଦାନ ଶିବିର (ଜୀବନ ବିନ୍ଦୁ) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ବିଜେଡି ଦଳିତ ସେଲର ରାଜ୍ୟ ଆବାହକ ଶ୍ରୀଯୁକ୍ତ ବିଷ୍ଣୁ ଦାସ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ବକ୍ତା ଭାବେ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ସମ୍ମାନିତ ଅତିଥି ଭାବେ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ରାଜ୍ୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅଭିଯାନର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ବିଜୟ ନାୟକ ଓ ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ତଥା ମାସିକ ପତ୍ରୀକା ପରଦାର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ପଟ୍ଟନାୟକ ଯୋଗଦେବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଥିବା ଜଣା ଯାଇଛି । ଉଦଯାପନି ସଭା ୨ତାରିଖ ଶନିବାର ସଂଧ୍ୟା ୬ ଘଟିକାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଅର୍ଥ, ଅବକାରୀ ଏବଂ କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ଶଶି ଭୂଷଣ ବେହେରା, ମୁଖ୍ୟ ବକ୍ତା ଭାବେ ମାନ୍ୟବର ଜଗତସିଂହପୁର ସାଂସଦ ଡା.କୁଳମଣି ସାମଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି, କଟକ ବାରବାଟି ବିଧାୟକ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ, ବିଜୁ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ସିଂହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଶହସ୍ରାଧିକ ସ୍ୱେଚ୍ଛାକୃତ ରକ୍ତ ଦାତା ମାନେ ରକ୍ତ ଦାନ କରିବା ପାଇଁ ସମ୍ମତି ଜଣାଇଥିବା ଖବରଦାତା ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସଭାପତି ତଥା ବିଶିଷ୍ଠ ଶ୍ରମିକ ନେତା ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ ।

Leave a Reply

Your email address will not be published.