ପାରାଦ୍ୱୀପ ସଚେତନ ନାଗରୀକଙ୍କ ପକ୍ଷରୁ ଯୋଦ୍ଧା ଅଭିନନ୍ଦନଙ୍କୁ ଅଭିନନ୍ଦନ!
ପାରାଦୀପ, (ଓଏନ୍ଏସ୍):ଗତ ଶୁକ୍ରବାର ଦିନ ପାକିସ୍ତାନରୁ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭୀନନ୍ଦନ ବର୍ଦ୍ଧମାନଙ୍କ ମୁକ୍ତି ପରେ ଦେଶରେ ତାଙ୍କୁ ସାମୁହିକ ଭାବେ ଉଚ୍ଛସ୍ୱିତ ଭାବେ ସ୍ୱାଗତ କରାଯାଉଛି । ଅଭିନନ୍ଦନଙ୍କ ବିରତ୍ୱ, ଭାରତ ସରକାରଙ୍କ ସଠିକ୍ ପଦକ୍ଷେପ ନେଇ ସର୍ବତ୍ର ପ୍ରସଂଶା ଓ ଅଭିନନ୍ଦନର ସୁଅ ଛୁଟୁଛି । ଏହି ପରିପ୍ରେକ୍ଷୀରେ ବନ୍ଦର ସହର ପାରାଦ୍ୱୀପରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଦ୍ୱାରା ସେନାବାହିନୀର ମନବଳ ବୃଦ୍ଧି କରିବା ଉଦେ୍ଦଶ୍ୟରେ ବିଭିନ୍ନ ସମ୍ବର୍ଦ୍ଧନା ସଭା, ପଦଯାତ୍ରା ଓ ରାଲିର ଆୟୋଜନ କରାଯାଇଛି । ଏହି ଉଦେ୍ଦଶ୍ୟରେ ଶନିବାର ଦିନ ପାରାଦ୍ୱୀପ ସଚେତନ ନାଗରିକ ମାନଙ୍କ ଦ୍ୱାରା ଏକ ଅଭିନନ୍ଦନ ପଦଯାତ୍ରା ସ୍ଥାନୀୟ ମାଉସି ମା ମନ୍ଦିର ନିକଟରୁ ବାହାରି ବ୍ୟାଙ୍କ ଷ୍ଟ୍ରିଟ୍ ଦେଇ ବଡପଡିଆ ଥାନା ନିକଟରେ ପହଂଚିଥିଲା । ଏଥିରେ ବକ୍ତାମାନେ ଭାରତୀୟ ସେନା ଓ ଅଭିନନ୍ଦନଙ୍କ ବିରତ୍ୱ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅବସର ସେନା ଅଧିକାରୀ କୈଳାଶ ଚନ୍ଦ୍ର ମହାରଣା, ବିମଳ କୁମାର ପଟ୍ଟନାୟକ, ବୁଦ୍ଧିଜିବୀ ଶ୍ରୀବଲ୍ଲଭ କର, ଗୋବିନ୍ଦ ଚନ୍ଦ୍ର ତରାଇ, ଶଶାଙ୍କ ଶେଖର ଆଚାର୍ଯ୍ୟ, ଅନୁପ ସାହାଣୀ, ଡ. ଅୟସକାନ୍ତ ରାୟ, ଆଦିତ୍ୟ ରଂଜନ ରାଉତରାୟ, ବିବେକାନନ୍ଦ ରାଉତ, ରାକେଶ ପଟ୍ଟନାୟକ, ଅବଦୁଲ ଆବିଦ୍ ଖାନ, ସଂଜୟ ମିଶ୍ର, ରନôାକର ଜେନା, ଦୀପକ କୁମାର ଦାସ, ତପନ ସ୍ୱାଇଁଙ୍କ ସମେତ ବହୁ ସଂଗଠନ ଓ ଜନସାଧାରଣ ଯୋଗ ଦେଇଥିଲେ । ସେହିପରି ପାରାଦ୍ୱୀପ ୟୁନିଟ ଟ୍ରଷ୍ଟର ଆବାହକ ତପନ ସ୍ୱାଇଁଙ୍କ ନେତୃତ୍ୱରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।