୨ୟ ଜଲିଉଡ୍ ପୁରସ୍କାର ୨୦୧୯ ପ୍ରଦାନ
ଭୁବନେଶ୍ୱର, (ଓଏନ୍ଏସ୍): ପଟିଆସ୍ଥିତ କାନନ ବିହାର ଫେଜ୍ ୨ ଠାରେ ଅନୁଷ୍ଠିତ ହୋଇଯାଇଛି ଦ୍ୱିତୀୟ ଓଡିଶା ଯାତ୍ରା ଦର୍ଶକ ପରିବାର ପୁରସ୍କାର ଘୋଷଣା । ରବିବାର ଅପରାହ୍ନରେ ଜଲିଉଡର ସ୍ୱତନ୍ତ୍ର ସୁନାମ ଅର୍ଜନ କରିଥିବା ବିଭିନ୍ନ ବିଭାଗର କଳାକାରମାନଙ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା କିନ୍ନର ସମାଜର ସଭାପତି ମୀରା ପରିଡା ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ଯାତ୍ରା ସମୀକ୍ଷକ ଏଚକେ ହୀରାଲାଲ, ସମ୍ମାନୀତ ଅତିଥି ଭାବେ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା, ନାୟକ ଗୌର ଦାସ, ଯାତ୍ରା ନିଦେ୍ର୍ଦଶକ ସମ୍ବିତ ରଥଶର୍ମା, ସିଆଇଏସଏଫ୍ ମେଜର ଅଶୋକ କୁମାର ଜେନା, ଏସଏସ ବାଟାଲିୟନର ମେଜର ଏଚ୍. ପି. ହରିଚନ୍ଦନ, ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ଓଡିଶା ଯାତ୍ରା ଦର୍ଶକ ପରିବାର ତାର ଚଳିତବର୍ଷ ୨୦ଟି କାଟାଗୋରିରେ ୮୧ ଜଣ କଳାକାର ଓ କର୍ମଚାରୀମାନେ ପୁରସ୍କୃତ କରିଛନ୍ତି । ବିଶେଷକରି ଇନ୍ଦ୍ରମହଲ ଯାତ୍ରା ଅନୁଷ୍ଠାନକୁ ଶ୍ରେଷ୍ଠ ଡ୍ୟାନ୍ସ ଗୃପ୍ ଭାବେ ଓ କୋଣାର୍କ ଗଣନାଟ୍ୟକୁ ମୁ୍ୟଜିକ୍ ଶ୍ରୀ ରୂପେ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ମୀରା ପରିଡା କହିଥିଲେ ୨୦୦ ବର୍ଷର ଏହି ଲୋକକଳା ପ୍ରତ୍ୟେକ ଯାତ୍ରା ପ୍ରେମୀମାନଙ୍କୁ ହସାଇ ପାରନ୍ତି ଓ କନ୍ଦାଇ ପାରନ୍ତି । ଫଳରେ ପ୍ରତ୍ୟେକ ମଣିଷର ଭାରସାମ୍ୟକୁ ପରିବର୍ତନ ଆଣିବା ସହ ସ୍ଥିରତା ଆଣିଦେଇଥାଏ । ମୁଁ ମଧ୍ୟ ସେହି ଯାତ୍ରା ପରିବାରର ଜଣେ ସକ୍ରିୟ ସଦସ୍ୟଭାବ ସାମିଲି ହେବା ସହିତ ସେମାନଙ୍କ ଦୁଃଖ, ସୁଖରେ ସାମିଲ ହୋଇ ସେମାନଙ୍କ ନ୍ୟାର୍ଯ୍ୟ ଦାବିକୁ ମୋର କିନ୍ନର ସମାଜର ସହଯୋଗରେ ହାତ ବଢାଇ ମୁଁ ସେନାପତି ହେବି । କଠିନ ପରିଶ୍ରମ ସହ ଓଡିଶା ଯାତ୍ରା ଦର୍ଶକ ପରିବାର ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ମେମ୍ବର ମାନଙ୍କଠାରୁ ପ୍ରତ୍ୟେକ ୨୦୦ ଟଙ୍କା ଚାନ୍ଦା ଆଦାୟ କରି ଏହି ଦ୍ୱିତୀୟ ବାର୍ଷିକ ଓଡିଶା ଯାତ୍ରା ଦର୍ଶକ ପରିବାର ପୁରସ୍କାର ଉସôôବ କରାଯାଇଥିବା ସଭ୍ୟମାନେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜୟପ୍ରକାଶ ସାହୁ, ସାଇପ୍ରଭାସ ସାସମଲ, ରମେଶ ମହାନ୍ତି, ଭୈରବ ମୁନ୍ନା, ଧର୍ମେନ୍ଦ୍ର ମହାନ୍ତି, ଅବିନାଶ ସାମଲ, ପ୍ରିନ୍ସ ରିଙ୍କୁ, ଶେଖର ଜ୍ୟୋତି ପଣ୍ଡା, ହୃଷିକେଶ, ବିରଞ୍ଚôନାରାୟଣ ପ୍ରମୁଖ ଉପସ୍ଥିତ ରହି ସହଯୋଗର ହାତ ବଢାଇଥିବା ବେଳେ ଓଡିଶା ଯାତ୍ରା ଦର୍ଶକ ପରିବାରର ସଭାପତି ତାରାକାନ୍ତ ବିଶ୍ୱାଳ ସମସ୍ତ ସଦସ୍ୟଙ୍କୁ ସହଯୋଗର ହାତ ବଢାଇ ଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।