ସାଲିଆସାହିରେ ମହିଳା ସମାବେଶ

ଭୁବନେଶ୍ୱର,(ଓଏନ୍ଏସ୍): ଭୁବନେଶ୍ୱର ସାଲିଆସାହି ସ୍ଥିତ ବାଜପେଇନଗର ପଡିଆରେ ମହିଳା ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ପୁର୍ବତନ କର୍ପୋରେଟର ପ୍ରେମାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ମେୟର ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଥିଲେ ନବିନ ପଟନାୟକ ସାଧାରଣ ଲୋକଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି । ସାରାଦେଶର ଏକ ମାତ୍ର ମୁଖ୍ୟମନ୍ତ୍ରୀ ଜିଏକି ମହିଳାମାନଙ୍କ ପାଇଁ ରାଜନିତି କ୍ଷେତ୍ରରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ସ୍ୱର ଉଠାଇଛନ୍ତି ,ଏବଂ ସ୍ୱୟଂ ସହାୟକ ଗୋଷ୍ଠିକୁ ସ୍ୱାବଲମ୍ବି କରିବାକୁ ଅର୍ଥର ବ୍ୟବସ୍ଥା ମଧ୍ୟ କରିଛନ୍ତି ।ସେ ସବୁବେଳେ ଓଡିଶା ର ଉନ୍ନତି ପାଇଁ ଦିନରାତି ଲାଗି ଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ କର୍ପୋରେଟର ଦେବି ପ୍ରସାଦ ମଲ୍ଲିକ ,ସଞ୍ଜୟ ସେଠୀ , ନିର୍ମଳ ରାଉତ୍ ,ସୋଭାଗ୍ୟ ବାରିକ୍ ,ହରେକୃଷ୍ନ ନାୟକ, ସୋର୍ଣ୍ଣପ୍ରଭା ରାଏ , ଝୁନୁବାଳା ଦେଈ ,ବାସନ୍ତି ସିଂ ,ସସ୍ମିତା ଦାଶ ,ରଶ୍ମିତା ମହାନ୍ତି ଓ ସମାଜସେବୀ ଧରିତ୍ରୀ ପାଇଟାଲ ପ୍ରମୁଖ ଯୋଗଦେଇ ମୁଖ୍ୟ ମନ୍ତ୍ରୀଙ୍କ ସମସ୍ତ ଯୋଜନା ସମ୍ପର୍କରେ ଲୋକଙ୍କ ପାଖରେ କିପରି ପହଂଚିପାରିବ ସେଥିପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ କହିଥିଲେ । ପ୍ରେମାନନ୍ଦ ଜେନା ନିଜ ଅଭିଭାଷଣରେ ଅନ୍ୟାନ୍ୟ ରାଜନୈତିକ ଦଳ ପଟାଦେବାର ବାହାନା କରି ଆପଣମାନଙ୍କୁ ଠକିବାକୁ ଆଶିଛନ୍ତି, ସେମାନେ ଗୋଟିଏ ଗୋଟିଏ ବିଶ ବୃକ୍ଷ ,ସେମାନଙ୍କୁ ଓପାଡି ଫୋପାଡିଦେବା ଆବଶ୍ୟକ ।ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ସାଲିଆସାହି ସପକ୍ଷରେ ଅଛନ୍ତି ଆଗାମିଦିନରେ ଏଠାରେ ପାର୍କ, କମ୍ୟୁନିଟି ହଲ ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହେବ ବୋଲି ପ୍ରତିଶୃତି ଦେଇଥିବା କହିଥିଲେ ।ଏହି କାର୍ଯ୍ୟକ୍ରମରେ ସାଲିଆସାହି ର ୨୫ଟି ମହାସଂଘ ର କର୍ମକର୍ତାଙ୍କ ସହ ସୋୟଂ ସହାୟକ ଗୋଷ୍ଠି, ସାଇ ମୁରବିଙ୍କ ସହିତ ପ୍ରାୟ ୫ହଜାର ମହିଳା ଉପସ୍ଥିତ ଥିଲେ ।

Leave a Reply

Your email address will not be published.