ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ଦୈତନଗରୀ ପୁଲିସ୍ କମିସନର ଦ୍ୱାରା ସମ୍ବର୍ଦ୍ଧିତ
ଭୁବନେଶ୍ୱର, (ଓଏନ୍ଏସ୍): ପବିତ୍ର ଶିବରାତ୍ରିର ଅବ୍ୟବାହିତ ପୂର୍ବରୁ ଏକ ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ବିଭିନ୍ନ କ୍ଷେତ୍ରକୁ ସାକାରାତ୍ମକ ଅବଦାନ ପାଇଁ ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃ୍୍ତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ଦୈତନଗରୀର ପୁଲିସ୍ କମିସନର ଶ୍ରୀଯୁକ୍ତ ସତ୍ୟଜତ ମହାନ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଅଛି । ଏହି ଉପଲକ୍ଷେ ସାମାଜିକ ଅନୁଷ୍ଠାନ କଳ୍ପନା ଛକ ଟୋକା ସଂଘ ଆନୁକୁଲ୍ୟରେ ପରିଚାଳିତ ସମାଜ ମଙ୍ଗଳ ହୁଣ୍ଡିର ପ୍ର୍ଥମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉସôବରେ ସଂଘର ସଭପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉସôବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାନ୍ତିଙ୍କ ବ୍ୟତିତ ସମାଜସେବୀ ମୀରା ପରିଡା, ଲୋରା ମହାପାତ୍ର, ଲିଙ୍ଗରାଜ ଥାନାର ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକ, ସ୍ଥାନୀୟ କର୍ପୋରେଟର ପୁଷ୍ପାଞ୍ଜଳୀ ସେଠୀ, କବି ଉମା ଚରଣ ମହାନ୍ତି, ଉକôଳ ସାଂବାଦିକ ସଂଘର ସଭାପତି ବିଭୁତି ଭୁଷଣ କର ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ମାନପତ୍ର ତଥା ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ସଂଘର ଉତୋରତ୍ତର ଉନ୍ନତି କାମନା କରିଥିଲେ । ପ୍ରକାଶ ଥାଉକି ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧକାଳ ଧରି ସାଂସ୍କୃତିକ ତଥା ଆଧ୍ୟାତ୍ମିକତା ଭାବଧାରାକୁ ବିକଶିତ କରିବାସହ ବୃକ୍ଷରୋପଣ, ଅନାଥଙ୍କୁ ସାହାଯ୍ୟ, ଦୁରାରୋଗ୍ୟ ପୀଡିତଙ୍କୁ ସହଯୋଗ, ଦୈ୍ୟବ ଦୁର୍ବିପାକ ବେଳେ ସହାୟତା, ବିପଦ ଆପଦରେ ସାହାଯ୍ୟ, ସ୍ୱାସ୍ଥ୍ୟ ଭିତିକ କାର୍ଯ୍ୟକ୍ରମ ତଥା ଖେଳକୁଦ ଆୟୋଜନ କରିବା ସହ ଜନସାଧାରଣଙ୍କ ନିକଟବର୍ତୀ ହୋଇପାରିଛି । ଏହି ଅବସରରେ ସମାଜ ମଙ୍ଗଳ ହୁଣ୍ଡିରୁ ଆଦାୟ ହୋଇଥିବା ଅର୍ଥକୁ ଦୁଇଜଣ କ୍ୟାନସର ପୀଡିତଙ୍କ ନିକଟ ସଂପର୍କୀୟଙ୍କୁ ପ୍ରଦାନ କରାଯାଇଥିଲା । ଏଥି ପୂର୍ବରୁ ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନଗରବନ୍ଧୁ ସମ୍ମାନରେ ସମ୍ମାନୀତ ହେବା ସହ ବିିଭିନ୍ନ ଅନୁଷ୍ଠାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଅଛି । ସଂଘର ଏହି ସଫଳତାରେ ସ୍ଥାନୀୟ ବୁଦ୍ଧିଜୀବି ତଥା ବରିଷ୍ଠ ନାଗରିକ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଉସôବରେ ଅନ୍ୟମାନଙ୍କ ମଧ୍ୟରେ ଅଂଚଳର ବୁଦ୍ଧିଜୀବି, ସଂଘର କର୍ମକର୍ତା ଉପସ୍ଥିତ ରହି ଡ. ପ୍ରକାଶଙ୍କୁ ଉସôାହିତ କରିଥିଲେ ।