ବନ୍ଦର ଏମସିଏଚପି ରେ ଜାତୀୟ ସୁରକ୍ଷା ଦିବସ ପାଳିତ
ପାରାଦ୍ୱୀପଏ (ଓଏନ୍ଏସ୍): ଜାତୀୟ ସୁରକ୍ଷା ଦିବସ ଓ ସପ୍ତାହ ଅବସରରେ ଚେନାଇ ରାଧା ଇଂଜିନିୟରିଂ ୱାର୍କସ ପ୍ରାଇଭେଟ୍ ଦ୍ୱାରା ପାରାଦ୍ୱୀପ ବନ୍ଦର ମେକାନାଇଜ୍ଡ୍ କୋଲ୍ କାଣ୍ଡଲିଂ ପ୍ଲାଂଟ ପରିସରରେ ଏହି ସୁରକ୍ଷା ଦିବସ ଆୁୟୋଜିତ ହୋଇଯାଇଅଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ବର୍ଷ ପଣ୍ୟକାରବାରାରେ ୧୦୦ ମିଲିୟନ ମେଟ୍ରିକ ଟନ ରେକର୍ଡ କାରବାରରେ ଏମ୍ସିଏଚ୍ପିର ୨୫ ପ୍ରତିଶତ ସହଯୋଗକକୁ ପ୍ରଶଂସା କରିଥଲେ । ଚେନାଇ ରାଧା କମ୍ପାନୀ ଦ୍ୱାରା ସୁରକ୍ଷା ସମ୍ବଦ୍ଧୀୟ ଷ୍ଟଲ ବୁଲି ଦେଖି ଅଧ୍ୟକ୍ଷ ଶ୍ରୀ ରଏ ଏହାର ଘୋର ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ ୭ ତାରିଖ ଦିନ କମ୍ପାନୀ ତରଫରୁ ଏକ ସୁରକ୍ଷା ସଚ୍ଚେତନତା ରାଲିର ଆୟୋଜନ ହୋଇଥିଲା । ଏହି ରାଲିଙ୍କୁ ବନ୍ଦର ଚିଫ୍ ମେକାନିକାଲ୍ ଇଂଜିନିୟର ଏସ୍ . କେ . ଦାସ୍ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଏହି ରାଲିରେ ଚେନାଇ ରାଧା କମ୍ପାନୀର କର୍ମଚାରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।